You are here
Home > ଗସିପ ଖବର > ମୁକୁଳିବେ କୋଟିପତି ଠକ

ମୁକୁଳିବେ କୋଟିପତି ଠକ

  କଳାଟଙ୍କା ବାଦଶାହା ସିସୋର ଗ୍ରୁପ ମାଲିକ ପ୍ରଶାନ୍ତ ଦାଶଙ୍କୁ ମିିଳିଛି ଆଶ୍ୱସ୍ଥି । ସେ ଜେଲରୁ ମୁକୁଳିବେ । ଦୀର୍ଘ ୪ ବର୍ଷର ଜେଲ୍ ରହଣୀ ପରେ ଶେଷରେ କୋର୍ଟ ତାଙ୍କୁ ଦେଇଛନ୍ତି ସର୍ତ୍ତମୂଳକ ଜାମିନ୍ । ଫଳରେ ପ୍ରଶାନ୍ତଙ୍କ ଝାରପଡା ଜେଲ ଠିକଣା ଖୁବଶୀଘ୍ର ବଦଳିବାକୁ ଯାଉଛି । ୨୦୧୩ରୁ ଗିରଫ ହୋଇଥିବା ପ୍ରଶାନ୍ତଙ୍କୁ ହାଇକୋର୍ଟ ଏକାଧିକ ସର୍ତ୍ତରେ ଜାମିନ ମଞ୍ଜୁର କରିଛନ୍ତି । ପାସ୍ପୋର୍ଟ ଦାଖଲ ସାଙ୍ଗକୁ ରାଜ୍ୟ ବାହାରକୁ ଗଲେ କୋର୍ଟଙ୍କ ଅନୁମତି ତଥା ସାଙ୍ଗରେ କ୍ରାଇମବ୍ରାଞ୍ଚ ଅଧିକାରୀ ଯିବେ ।  
              ଅନୁଗୁଳ ଜିଲ୍ଲାର ବନ୍ତଳା ବାସିନ୍ଦା ପ୍ରଶାନ୍ତ ପଢ଼ିବା ଦିନରୁ ହିଁ ବେପାର ପାଇଁ ମନ ବଳାଇଥିଲେ  । ଅନୁଗୁଳ କଲେଜରେ ଅର୍ଥନୀତିରେ ସ୍ନାତ୍ତୋକତ୍ତର ଡିଗ୍ରୀ ପାସ କରିବାପରେ ବନ୍ତଳା କଲେଜରେ ଅଧ୍ୟାପନା କରିଥିଲେ ପ୍ରଶାନ୍ତ । ଅସୁମାରୀ ବିଳାସର ସ୍ୱପ୍ନ ଦେଖୁଥିବା ପ୍ରଶାନ୍ତଙ୍କୁ ଶିକ୍ଷାଦାନ ରୁଚିଲାନାହିଁ । କେବୁଲ ନେଟୱର୍କ ଜରିଆରେ ପ୍ରଶାନ୍ତ ଅନୁଗୁଳରେ ଆରମ୍ଭ କଲେ ଏକ ଲୋକାଲ ଟିଭି ଚ୍ୟାନେଲ  । ପରେ ଘର ଘର ବୁଲି ଲୁଗା ସଫା ପାଉଡର ବିକିଥିଲେ  । ମାତ୍ର ଅଧିକ ଅର୍ଥ ଉପାର୍ଜନ ଆଶାରେ ଅନୁଗୁଳ ଛାଡିଥିଲେ  ।  ଏଥିପାଇଁ ପ୍ରଶାନ୍ତ ବାଛି;ଲେ ମୟୂରଭଞ୍ଜ ଜିଲ୍ଲା ବେତନଟୀ  । ଆରମ୍ଭ କରିଦେଲେ ଚିଟଫଣ୍ଡ କାରବାର । ୨୪% ସୁଧର ଲୋଭ ଦେଖାଇ ଲୋକଙ୍କୁ ବସିଭୂତ କଲେ ଠକ ସମ୍ରାଟ ପ୍ରଶାନ୍ତ  । ଏହାରି ଭିତରେ ପ୍ରଶାନ୍ତ ରାଜଧାନୀରେ ନେଟୱାର୍କ ବିଛାଇଲେ । ରାଜଧାନୀର ସଚେତନ ଲୋକଙ୍କୁ ଠକିବା ପାଇଁ ପ୍ରଶାନ୍ତ ପାଦ ଥାପିଲେ ବିମା ଜଗତରେ  । ବଡ ବଡ ଇନସୁ୍ୟରନ୍ସ କମ୍ପାନୀ ସହ ଚୁକ୍ତି କରି ଉଦ୍ୟୋଗ ଜଗତରେ ଖୁବଶୀଘ୍ର ନାମୀ ଏଜେଣ୍ଟ ହୋଇଗଲେ । ଏହା ପରେ ଛୁଆମାନଙ୍କ ପାଇଁ ପୃଷ୍ଟିକର ସିସୋର ଚୁଡା ପାଉଡର ବିକ୍ରି କରି ସଫଳ ହେଲେ । ରାଜଧାନୀକୁ କବଜା କରିବାକୁ ଆରମ୍ଭ କରିଦେଲେ କୋରିୟର ସଂସ୍ଥା । ତା ପରେ ଘରୋଇ ଉପକରଣ ମରାମତି କେନ୍ଦ୍ର  । ପଛକୁ ପଛ ଆରମ୍ଭ ହୋଇଗଲା ଏୟାର କଣ୍ଡିସନ୍ ଗାଡିରେ ବୁଲି ବୁଲି ତଟକା ମାଛ ବିକ୍ରି  । ଖାଇବା ଲାଗି ଚିକେନ୍ ସିଟି ରେଷ୍ଟୁରାଣ୍ଟ ଏବଂ ମଉଜ କରିବା ଲାଗି ଖୋଲିଗଲା ସିସୋର ବୋଟିଂ କ୍ଲବ । ସନେ୍ଦହ ଦୃଷ୍ଟିରୁ ଦୁରେଇ ରହିବାକୁ ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଗଲା ସ୍ୱାସ୍ଥ୍ୟ ସେବା । ଏହାରି ଭିତରେ ରାଜଧାନୀର ଲୋକ ସିସୋର ଚିଟଫଣ୍ଡରେ ଅର୍ଥ ବିନିଯୋଗ କଲେ  । ଆଉ ସିସୋର ଚେର ମାଡି ଚାଲିଲା ସାରା ରାଜ୍ୟକୁ  । କୃଷି କ୍ଷେତ୍ରଠାରୁ ଶିକ୍ଷା କ୍ଷେତ୍ର ସବୁଠି ଠକ ମହାସମ୍ରାଟ ପ୍ରଶାନ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଲା । କୁଚିଣ୍ଡାରୁ କଞ୍ଚାଲଙ୍କା, ନବରଙ୍ଗପୁରରୁ ମକା କିଣି ଅଭାବୀ ଚାଷୀଙ୍କ ମନ ଜିଣିଲେ ପ୍ରଶାନ୍ତ  । ଆଉ ସିସୋର ଚିଟଫଣ୍ଡରେ ଟଙ୍କା ଖଟାଇବାକୁ କ୍ଷେତ୍ର ତିଆରି କରିଥିଲେ ପ୍ରଶାନ୍ତ  । ସିସୋର ନିକଟକୁ ଟଙ୍କା ସୁଅ ଛୁଟିଲା । କଟକ ଜଗତପୁର ଆରମ୍ଭ ହୋଇଗଲା ସିସୋର ପିଇବା ପାଣି କାରଖାନା ଓ ଡାଏରୀ ପ୍ରକଳ୍ପ । ମାର୍କଟରେ ଛାଇଲା ସିସୋର ବ୍ରାଣ୍ଡର ଖୀର, ଦହି, ରାବିଡି, ପନିର ଆଦି  । ଛୋଟବଡ ଦୋକାନ ସ୍ଥାପନ ଉପରେ ଗୁରୁତ୍ୱ ଦେଲେ ପ୍ରଶାନ୍ତ । ପର୍ଯ୍ୟଟକଙ୍କୁ ବୁଲାଇ ନେବା ପାଇଁ ପ୍ରଶାନ୍ତ ଆରମ୍ଭ କରିଦେଲେ ଟ୍ୟାକ୍ସି ବ୍ୟାପାର  । ସିସୋର ଅଧ୍ୟକ୍ଷ ପ୍ରଶାନ୍ତ ଦାଶଙ୍କ ଉପରେ  ମୁଖ୍ୟମନ୍ତ୍ରୀଙ୍କ ଅଖିକାନ ଥିବା ପ୍ୟାରୀ ମହାପାତ୍ରଙ୍କ ଆଶୀର୍ବାଦ ରହିଥିଲା । ମିଡିଆ ଜଗତରେ ନିଜର ହୁକୁମାତି ଦେଖାଇବା ପାଇଁ ଆରମ୍ଭ କରିଥିଲେ ଏସ୍ଟିଭି ସମାଚାର । ଆଉ ଠକାମିର କିଛି ଅର୍ଥ ଚାଲିଯାଇଥିଲା ଓଲିଉଡକୁ  । ପ୍ରଶାନ୍ତ ନିର୍ମାଣ କରିଥିଲେ ଓଡ଼ିଆ ଚଳଚିତ୍ର ମାଟିର ବନ୍ଧନ  । ବିଳାଶୀ ପ୍ରଶାନ୍ତଙ୍କ ଚଏସ୍ ଭାରି ନିଆରା । ହଜାର ହଜାର କର୍ମଚାରୀଙ୍କ ମଧ୍ୟରୁ ୯୦% ସୁନ୍ଦରୀଙ୍କୁ ଚାକିରି ଦେଉଥିଳେ ନିଜ କମ୍ପାନୀରେ । ନିଜ ଟିଭିର ଲୋକାର୍ପଣ ଉତ୍ସବକୁ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କୁ ନିମନ୍ତ୍ରଣ କରିଥିଲେ । ହେଲେ ପ୍ରଶାନ୍ତଙ୍କ ଭାଗ୍ୟ ହେଲା ବାମ । ୨୯ ସେ ୨୦୧୨ ପରେ ପ୍ରଶାନ୍ତ ଆସିଗଲେ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ରେ । ଗ୍ରେହାମ ପରି କ୍ରାଇମବ୍ରାଞ୍ଚଖୋଜିବୁଲିଲା ପ୍ରଶାନ୍ତଙ୍କୁ । ଶେଷରେ ୧୯ ଜୁନ୍ ୨୦୧୩ ମୁମ୍ବାଇର ଆଜାଦନଗର ଥାନା ଫଟ୍ ଏରିୟାରେ ଥିବା ୱେଲକମ୍ ହୋଟେଲରେ ଥିବା ପ୍ରଶାନ୍ତ ଗିରଫ ହେଲେ । ଏହାରି ଭିତରେ କଳାଟଙ୍କାର ପସାରା ମେଲାଇ ଲୋକଙ୍କୁ ଭୂଆଁ ବୁଲାଉଥିବା ପ୍ରଶାନ୍ତ ଦାଶଙ୍କା ସବୁ ଅନୁଷ୍ଠାନରେ ତାଲା ପକାଇଲା କ୍ରାଇମବ୍ରାଞ୍ଚ । ସ୍ତ୍ରୀ ଓ ଭାଇଙ୍କୁ ଗିରଫ କଲା । ଭୁବନେଶ୍ୱରର ଝାରପଡା ଜେଲରେ ଠୁଙ୍କି ଦେଲା । କୋରାପୁଟରୁ ଝାରପଡା ଜେଲରେ ୪ ବର୍ଷ କାଟିଲେ ପ୍ରଶାନ୍ତ ।
             ଚିଟଫଣ୍ଡ ଠକେଇ ମାମଲାରେ ପ୍ରଶାନ୍ତଙ୍କ ନାଁରେ ୧୭୦୦ କୋଟିରୁ ଉଦ୍ଧ୍ୱର୍ କୋଟି ଟଙ୍କା ଠକିନେବା ଅଭିଯୋଗ ହୋଇଥିଲା  । ଏହି ଅଭିଯୋଗକୁ ଭିତ୍ତିକରି ୨୦୧୩ ମସିହାରେ ପ୍ରଶାନ୍ତଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ୍ୟ ମୁମ୍ବାଇରୁ  ଗିରଫ କରିଥିଲା  । ଚାର୍ଜସିଟ୍ ଅନୁଯାୟୀ ପ୍ରମାଣ ନମିଳିବାରୁ ତାଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି  । ପ୍ରଶାନ୍ତ ବର୍ତ୍ତମାନ ଝାରପଡା ଜେଲରେ ଅଛନ୍ତି । ପୂର୍ବରୁ ଏହି ମାମଲାରେ ପ୍ରଶାନ୍ତଙ୍କ ଭାଇଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍ ମିଳିଥିଲା ।
  ଗତ ବର୍ଷ ଜୁଲାଇରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ସିସୋର ଚିଟଫଣ୍ଡ ସଂସ୍ଥାର ୨୪୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଆବେଦନ କରାଯାଇଥିଲା । ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ବେଆଇନ ଟଙ୍କା କାରବାର ଆଇନ, ୨୦୦୨ ଅନୁସାରେ ସିସୋର ବିରୋଧରେ ଏକ ମାମଲା ରୁଜୁ କରାଯାଇ ସଂସ୍ଥାର ଏହି ସମ୍ପତ୍ତି ବାଜ୍ୟାପ୍ତି କରାଯିବା ନେଇ ଆବେଦନ ହୋଇଥିଲା ।
               ସିସୋର ବିଭିନ୍ନ ପ୍ରକାର ଯୋଜନାରେ ସାଧାରଣଲୋକଙ୍କୁ ପ୍ରଲୋଭିତ କରି ୫୦୦ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିଛି । ଏସବୁ ଅର୍ଥକୁ ସିସୋର ତାହାର ବିଭିନ୍ନ ଅଂଶୀଦାର କମ୍ପାନୀକୁ ସ୍ଥାନାନ୍ତର କରିଦେଇଥିଲା । ୨୦୧୪ -୧୫ ଆର୍ଥିକ ବର୍ଷରେ ସିସୋର ପରିଚାଳନା  ନିର୍ଦେଶକ ପ୍ରଶାନ୍ତଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେଇ ଦୁଇଟି ପର୍ଯ୍ୟାୟରେ ୨୪୨ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା । ଏଥିରୁ ଅନେକ ସମ୍ପତ୍ତିକୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା ।
               ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୨୦୧୬ ଜାନୁଆରୀ ପହିଲାରେ ସିସୋର ବିରୋଧରେ ଚାର୍ଜ ଫ୍ରୋମ ଦାଖଲ କରିଥିଲା । ଏଥିରେ ଶାସକ ଦଳର କିଛି ନେତାଙ୍କ ସମ୍ପୃକ୍ତି ଥିବା ଉଲ୍ଲେଖ ଥିଲା । ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କୁ ସିସୋରକୁ ଜମି ବିକ୍ରୟ କରିଥିବା ମାମଲା ସାମ୍ନାକୁ ଆସିଥିଲା । ଯାଜପୁର ଜିଲ୍ଲା ବେଳାପୁର ଅଞ୍ଚଳରେ ବିଧାୟକ ଶ୍ରୀ ବିଶ୍ୱାଳଙ୍କଠାରୁ ସିସୋର କମ୍ପାନୀ ପ୍ରାୟ ୩୨ଗୁଣ୍ଠ ଜମି କ୍ରୟ କରିଥିଲା । ଏଥିନେଇ କମ୍ପାନୀ କର୍ତ୍ତୃପକ୍ଷ ଶ୍ରୀ ବିଶ୍ୱାଳଙ୍କୁ ୨୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ୨୦୧୪ ଡିସେମ୍ବର ୧୪ରେ ସିସୋରର୧୮ଟି ସ୍ଥାନରେ ଏକ ସଙ୍ଗରେ ଚଢ଼ଉ କରାଯାଇଥିଲା ।  ୨୦୧୪ରେ ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର, ଶୁଭଙ୍କର ନାୟକଙ୍କ ବାସଭବନ ଉପରେ ଚଢ଼ଉ ହୋଇଥିଲା । ଏହି ଚଢ଼ଉ ସମୟରେ ଶୁଭଙ୍କରଙ୍କୁ ଗିରଫ କରାଯାଇଥିଲା । ତେବେ ଚଢ଼ଉ ପରେ ସରୋଜଙ୍କୁ ଏକାଧିକବାର ଜେରା କରାଯିବା ଏବଂ ଜଣେ ଗଣାମଧ୍ୟମ ପ୍ରତିନିଧଙ୍କ ବାସଭବନ ଉପରେ ସିବିଆଇ ଚଢ଼ଉ କରି ଯାଞ୍ଚ କରିଥିଲା ।

ONA

Leave a Reply

Top