You are here
Home > ଅଧିକ ଖବର > ଜଳ ବିଭାଜିକା ପ୍ରକଳ୍ପ ଉଦଘାଟିତ

ଜଳ ବିଭାଜିକା ପ୍ରକଳ୍ପ ଉଦଘାଟିତ

ଗଜପତି: ମୋହନା ବ୍ଲକର ବିରିକୋଟରେ ଜଳ ବିଭାଜିକା ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଆଦିବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ପାଇଁ କ୍ୟାଥୋଲିକ୍ ରିଲିଫ୍ ସର୍ଭିସ୍, (ସିଆରଏସ୍) ଏବଂ ନାବାର୍ଡ ପୁଞ୍ଜି ନିବେଶ କରୁଛନ୍ତି । ରାୟଗଡ଼ାର ସ୍ୱେଚ୍ଛାସେବୀ ସଂଗଠନ ସୋସାଇଟି ଫର୍ ୱେଲଫେୟାର୍ ଆନିମେସନ୍ ଆଣ୍ଡ ଡେଭଲପମେଣ୍ଟ, ସ୍ୱାଦ୍ ଜଳ ବିଭାଜିକା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବ । ଏହି ଜଳ ବିଭାଜିକା ପ୍ରକଳ୍ପ ଅଧୀନରେ ୪ଟି ମାଇକ୍ରୋ ୱାଟରସେଡ୍ ରହିବ । ଯେଉଁଥିରୁ ୧୭ଟି ରାଜସ୍ୱ ଗ୍ରାମର ୯୧୪ ପରିବାର ଉପକୃତ ହେବେ । ୩୭ ଶହ ଏକର ଜମି ଜଳସେଚିତ ହୋଇପାରିବ । ପ୍ରକଳ୍ପ ଉଦଘାଟନ ବେଳେ ସିଆରଏସ୍, ନାବାର୍ଡ, ସ୍ୱାଦ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଜଳ ବିଭାଜିକା ପ୍ରକଳ୍ପର ସଫଳ ରୂପାୟନ ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଆହ୍ୱାନ କରାଯାଇଛି ।

ONA

Leave a Reply

Top