You are here
Home > ଲାଟେଷ୍ଟ > ଜଳିଗଲା ଯାତ୍ରୀବାହୀ ବସ୍

ଜଳିଗଲା ଯାତ୍ରୀବାହୀ ବସ୍

ଭୁବନେଶ୍ୱର: କଟକ-ଭୁବନେଶ୍ୱର ରାସ୍ତାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଜଳି ଯାଇଛି  । ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି । ଘଟଣା କ୍ରମରେ ନିଶା ନାମକ ଏକ ଘରୋଇ ବସ୍ରେ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ଯାତ୍ରୀ ଥିଲେ । ସଦର ଥାନା ନିକଟରେ ବସଟି ବାଇକ୍କୁ ଧକ୍କା ଦେବା ପରେ ବସଟି ଜଳି ଯାଇଥିଲା । ଦୁର୍ଘଟଣାରେ ବାଇକ୍ ଆରୋହୀ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ବାଇକ୍ଟି ବସ୍ ତଳେ ଚାପି ହୋଇଯାଇଥିଲା । ବାଇକ୍ ଟାଙ୍ଗି ଫାଟି ଯିବାରୁ ବସ୍ରେ ନିଆଁ ଲାଗି ଯାଇଥିଲା ।  ଭୟଭୀତ ହୋଇ ଯାତ୍ରୀମାନେ ବସ୍ ବାହାରକୁ ଚାଲିଆସିଥିଲେ  । ଏହା ପରେ ଦେଖୁଦେଖୁ ବସଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା  । ଦୁର୍ଘଟଣା ପରେ ବସର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ଅଛନ୍ତି  । ଦୁଇଟି ଦମକଳ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ  ।

ONA

Leave a Reply

Top