You are here
Home > ଲାଟେଷ୍ଟ > ଜନ୍ତରମନ୍ତରରେ ‘ମହାନଦୀ ବଞ୍ଚାଓ’ ଆନେ୍ଦାଳନ

ଜନ୍ତରମନ୍ତରରେ ‘ମହାନଦୀ ବଞ୍ଚାଓ’ ଆନେ୍ଦାଳନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ‘ମହାନଦୀ ବଞ୍ଚାଓ’ ଆନେ୍ଦାଳନ ଆରମ୍ଭ  ହୋଇଛି । ଆମାଗୀ ଓଡ଼ିଶା ସଂଗଠନ ପକ୍ଷରୁ ଆନେ୍ଦାଳନ ଡାକରା ଦିଆଯାଇଛି ।  ଆନେ୍ଦାଳନକାରୀ ୫ ଦିନ ଧରି ଜନ୍ତରମନ୍ତରରେ ଧାରଣାରେ ବସିବେ । ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୩୦ରେ ୪ଜଣ ସ୍ୱାଧୀନତା ସଂଗ୍ରାମୀ ସଭାକୁ ଉଦବୋଧନ ଦେଇଥିଲେ ବୋଲି ସଂଗଠନର ଆବାହକ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୂର୍ବରୁ ବହୁଥର କେନ୍ଦ୍ରସରକାର ଓ ଛତିଶଗଡ  ସରକାରଙ୍କ ନିକଟରେ ଦାବି କରାଯାଇଛି । ମାତ୍ର ଏ ପର୍ଯ୍ୟନ୍ତ କୌଣସି ସମାଧାନର ସୂତ୍ର ବାହାରି ପାରୁ ନାହିଁ । ସେଥିପାଇଁ ଆଗାମୀ ଓଡ଼ିଶା ସଂଗଠନ ଆଗେଇ ଆସିଛି । ମହାନଦୀ ଓଡ଼ିଶାର ଜୀବନ ରେଖା । ଯଦି ମହାନଦୀ ଓ ଗୋଦାବରୀ ନଦୀକୁ ସଂଯୋଗ  କରନ୍ତି ତେବେ ଆଗକୁ ଓଡ଼ିଶାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ  । ଏଥିପାଇଁ ଆଗାମୀ ଓଡ଼ିଶା ପକ୍ଷରୁ ଏହି ଆନେ୍ଦାଳନ କରାଯାଉଛି । ସଂଗଠନର ପ୍ରାୟ  ୨୦୦ ସଦସ୍ୟ ଆନେ୍ଦାଳନରେ ସାମିଲ ହୋଇଛନ୍ତି । ସେହିପରି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେବେ । ଆନେ୍ଦାଳନକୁ ସମର୍ଥନ କରିବାକୁ ୭୯୦ ଜଣ ସାଂସଦଙ୍କୁ ଚିଠି ଲେଖାଯାଇଛି । ଅଗଷ୍ଟ ୯ ତାରିଖରେ ପଦଯାତ୍ରା କରାଯିବା ସହିତ ସଂସଦ ପରିସଦରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସମୂହ ସତ୍ୟାଗ୍ରହର ମଧ୍ୟ ଆନେ୍ଦାଳନ କରାଯାଇଥିବା ନେଇ ସୂଚନା ମିଳିଛି ।

ONA

Leave a Reply

Top