You are here
Home > କ୍ରାଇମ୍‍ > ଜଖମ ହେଲା କାବୁଲି…ଏନକାଉଣ୍ଟର କଲା ନୟାଗଡ଼ ପୁଲିସ

ଜଖମ ହେଲା କାବୁଲି…ଏନକାଉଣ୍ଟର କଲା ନୟାଗଡ଼ ପୁଲିସ

ନୟାଗଡ଼,: ଏକାଧିକ ଅପରାଧ ମାମଲାରେ ଜଡିତ ରହି ପୁଲିସକୁ ଚକମା ଦେଇ ଆସୁଥିବା କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର । ନୟାଗଡ଼ ପୁଲିସ କୁଖ୍ୟାତ ଅପରାଧୀ କାବୁଲି ଖାଁକୁ ଏନକାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି କାବୁଲି । ତା’ ଗୋଡରେ ଗୁଳି ବାଜିଛି । ଚିକିତ୍ସା ଲାଗି ତାକୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

କାବୁଲି ନାଁରେ ବିଭିନ୍ନ ଥାନାରେ ପାଖାପାଖି ୨୦ରୁ ଅଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି । ପୁଲିସ ତା’ ପାଖରୁ ଗୋଟିଏ ବନ୍ଧୁକ ଓ ୪ଟି ଗୁଳି ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ସୋଲାପଟା-ଦରପଦା ରାସ୍ତାରେ କାବୁଲି ଯାଉଥିବା ସୂଚନା ମିଳିଥିଲା । ତାକୁ ଧରିବା ଲାଗି ପୁଲିସ ତୟାର ରହିଥିଲା । ହେଲେ ପୁଲିସକୁ ଦେଖିବା ପରେ କାବୁଲି ଖସିଯିବାକୁ ଉଦ୍ୟମ କରି ପ୍ରଥମେ ଗୁଳିମାଡ଼ କରିଥିଲା । ପୁଲିସ ବି ପାଲଟା ଜବାବ ଦେଇଥିଲା । ଗୁଳିଟି ଗୋଡରେ ବାଜିବାରୁ କାବୁଲି ସେଠାରେ ଅଟକି ଯାଇଥିଲା । କାବୁଲିର ହାଇଦର ଗ୍ୟାଙ୍ଗ ସହ ସମ୍ପର୍କ ଥିବା ପୁଲିସ ପକ୍ଷରୁ କୁହାଯାଇଛି ।

ONA

Leave a Reply

Top