You are here
Home > ଲାଟେଷ୍ଟ > ଚିଟଫଣ୍ଡ କମିଶନଙ୍କ ତୃତୀୟ ରିପୋର୍ଟ

ଚିଟଫଣ୍ଡ କମିଶନଙ୍କ ତୃତୀୟ ରିପୋର୍ଟ

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତି ମାମଲାର ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରଯାଇଛି । ରିପୋର୍ଟରେ ୪୧,୫୧୯ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଥିବାବେଳେ ମୋଟ ୧୭୬ଟି କମ୍ପାନୀ ନାଁରେ ଅଭିଯୋଗ ଆସିଛି । ତେବେ ରିପୋର୍ଟରେ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବାକୁ କମ୍ପାନୀ ମାନଙ୍କୁ ସୁପାରିଶ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି । ରାଜ୍ୟରେ ଚିଟଫଣ୍ଡ ଠକେଇ ମାଲଲାକୁ ନେଇ ଆଜି ତଦନ୍ତ କମିଶନର ଗୃହ ସଚିବଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ । କମିଶନରଙ୍କ ସୂଚନା ଅନୁଯାୟୀ, ଦିଆଯାଇଥିବା ଅନ୍ତରୀଣ ରିପୋର୍ଟରେ ୪୧,୫୧୯ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଥିବାବେଳେ ମୋଟ ୧୭୬ଟି କମ୍ପାନୀ ନାଁରେ ଅଭିଯୋଗ ଆସିଥିବା ଦର୍ଶାଯାଇଛି । ଟଙ୍କା ଫେରସ୍ତ ପାଇଁ କମ୍ପାନୀ ମାନଙ୍କୁ ସୁପାରିଶ କରାଯାଇଛି । ଜମାକାରୀଙ୍କ ମଧ୍ୟରୁ ମାତ୍ର ୧୨୦୦ରୁ ୧୩୦୦ଜଣ ଟଙ୍କା ଫେରସ୍ତ ପାଇଛନ୍ତି । ଏ ପର୍ୟ୍ୟନ୍ତ ସମୁଦାୟ ୩ଟି ରିପୋର୍ଟରେ ୬୦,୪୯୧ ଜମାକାରୀ ଚିହ୍ନଟ ହୋଇଛନ୍ତି ଏବଂ ଆଗକୁ ଆହୁରି ୩ କିମ୍ବା ୪ଟି ରିପୋର୍ଟ ଦିଆଯିବା ନେଇ କମିଶନଙ୍କ ସୂଚନା ।
ONA

Leave a Reply

Top