You are here
Home > ଲାଟେଷ୍ଟ > ଚାଷୀ ସମସ୍ୟା: ବିଜେପିର ରାଜ୍ୟ ବ୍ୟାପୀ ଆନ୍ଦୋଳନ, ବରଗଡ଼ରେ କଂଗ୍ରେସର ମହା ସମାବେଶ

ଚାଷୀ ସମସ୍ୟା: ବିଜେପିର ରାଜ୍ୟ ବ୍ୟାପୀ ଆନ୍ଦୋଳନ, ବରଗଡ଼ରେ କଂଗ୍ରେସର ମହା ସମାବେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଚାଷୀଙ୍କ ପ୍ରତି ଅଣଦେଖା ବିରୋଧ କରି ଆଜି ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଛି । ଗୋଟିଏ ପକ୍ଷରେ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବାକୁ ଥିବା ବେଳେ ସେପଟେ ବରଗଡ଼ରେ ମହାସମାବେଶ କରିଛି କଂଗ୍ରେସ । ସରକାରଙ୍କର ଚାଷୀ ମାରଣ ନୀତିକୁ ନେଇ ସରକାରଙ୍କୁ ଘେରିବାର ଯୋଜନା ପ୍ରସ୍ତୁତ କରିଛି ବିଜେପି । ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୧୪ବ୍ଲକରେ କୃଷକ ମୋର୍ଚ୍ଚା ନେତୃତ୍ୱରେ ବିଜେପି ଆନ୍ଦୋଳନ କରିଥିଲା । ସେହିପରି ଚାଷୀ ଆତ୍ମହତ୍ୟାକୁ ପ୍ରସଙ୍ଗ କରି ବରଗଡରେ କଂଗ୍ରେସ ଆଜି ମହା ସମାବେଶ କରିଛି । ପୂର୍ବାହ୍ନ ୧୧.୩୦ରେ କଂଗ୍ରେସ ଦଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି । ବାରମ୍ବାର ଚାଷୀଙ୍କ ସମସ୍ୟା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିବାବେଳେ ପ୍ରଶାସନର ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ମହାସମାବେଶରେ ରାଜ୍ୟର ବରିଷ୍ଠ ନେତା ଓ ବିଧାୟକମାନେ ଯୋଗ ଦେଇଛନ୍ତି । 
ONA

Leave a Reply

Top