You are here
Home > ଲାଟେଷ୍ଟ > ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ, ତଦନ୍ତ ପାଇଁ ପଛାଉଛନ୍ତି ସରକାର: ନରସିଂହ

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ, ତଦନ୍ତ ପାଇଁ ପଛାଉଛନ୍ତି ସରକାର: ନରସିଂହ

ଭୁବନେଶ୍ୱର: ବରଗଡ ଚାଷୀ ଖଇନୁ ବଗର୍ତ୍ତୀଙ୍କ ଆତ୍ମହତ୍ୟାର ତଦନ୍ତ ହେବା ଦାରକାର । ଗୃହ କମିଟି ଦ୍ୱାରା ତଦନ୍ତ କରାଯିବା ପ୍ରସ୍ତାବକୁ ରାଜ୍ୟ ସରକାର କାହିଁକି ପଛାଉଛନ୍ତି ବୋଲି ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି । ସେପଟେ ଶାସକ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ ଏ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ଥିବାରୁ ପୁଣି ଥରେ ଗୃହ କମିଟି ଦ୍ୱାରା ତଦନ୍ତର ଆବଶ୍ୟତକା ନାହିଁ ବୋଲି କହିଛନ୍ତି  । ବିଜେପି ବିଧାୟକମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ  ଘେରିଥିଲେ । ଅନ୍ୟ ପକ୍ଷରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ସ୍ୱୀକାର କରିଥିଲେ ଯେ ଲୋ ଭୋଲଟେଜ୍ କାରଣରୁ ଖଇନୁଙ୍କ ବିଲକୁ ପାଣି ପହଞ୍ଚିବାରେ ଅସୁବିଧା ହୋଇଥିଲା । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ବରଗଡର ଖଇନୁ ବଗର୍ତୀ ଆତ୍ମହତ୍ୟା ସମ୍ପର୍କରେ ପ୍ରାମାଣିକ ତଥ୍ୟ ଗୃହରେ ଉପସ୍ଥାପନ କରିଛନ୍ତି । ବରଗଡର ବରିଷ୍ଠ  ଓକିଲ ଯେଉଁମାନେ କେଉଁ ରାଜନୈତିକ ଦଳ ସହ ସମ୍ପୃକ୍ତ ନୁହନ୍ତି ସେମାନେ ଏହି ତଥ୍ୟ ସଂଗ୍ରହ କରିଛନ୍ତି  । ଖଇନୁଙ୍କ ଆତ୍ମହତ୍ୟା ସମ୍ପର୍କରେ ତାଙ୍କର ପରିବାରର ଲୋକ, ୱାର୍ଡ ମେମ୍ବର ଓ ଗାଁର ଅନ୍ୟଲୋକ ମାନଙ୍କର ବକ୍ତବ୍ୟର ସିଡି ରହିଛି ।  ତେବେ ବିଧାନସଭାରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ବିନା କୌଣସି ପ୍ରମାଣରେ  କୁହଛନ୍ତି ଯେ ଏହି ଆତ୍ମହତ୍ୟା କୃଷିଜନିତ ନୁହଁ  । ଏ ସମ୍ପର୍କରେ କୌଣସି  ପ୍ରମାଣ କୃଷି ମନ୍ତ୍ରୀ ଦେଉ ନାହାନ୍ତି । ଜମି ଶୁଖିଲା ପଡିଥିବାର ଫଟୋ ରହିଛି । ଯଦି ଏହାର ତଦନ୍ତ ଗୃହ କମିଟି ଦ୍ୱାରା ହେବ ନାହିଁ ତେବେ ବିତର୍କର ଲାଭ କଣ  । ତେଣୁ ଏହି ମାମଲାର ତଦନ୍ତ ଗୃହ କମିଟି ଦ୍ୱାରା କରାଯିବା ଆବଶ୍ୟକ  ।  ଏପରି କରାଗଲେ ସରକାର ଭାଙ୍ଗି ଯିବ ନାହିଁ । କୃଷି ମନ୍ତ୍ରୀ ଇସ୍ତଫା ଦେବେ ନାହିଁ  । ହଁ କିଛି ଅଧିକାରୀ ଦଣ୍ଡିତ ହେବେ ଓ ସେମାନେ ଦଣ୍ଡିତ ହେବା ଦରକାର  । ଗୃହ କମିଟି ଦ୍ୱାରା ତଦନ୍ତ ହେଲେ ରାଜ୍ୟକୁ ଲାଭ ହେବ । କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ନବ କିଶୋର ଦାସ ପ୍ରମୁଖ ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ସମର୍ଥନ କରି ଏହାର ଗୃହ କମିଟି ଦ୍ୱାରା ଯାଂଚ ଦାବିକୁ ଦୋହରାଇଥିଲେ ।
ବିଜେପି ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ କହିଥିଲେ ଯେ ରାଜ୍ୟର ଚାଷୀମାନଙ୍କର ସମସ୍ୟା ସମ୍ପର୍କରେ ବୁଝିବକେୁ କେହି ନାହାନ୍ତି । ତେଣୁ ଚାଷୀ ମାନଙ୍କର ସମସ୍ୟାର ସମାଧାନ ପାଇଁ ଏକ କମିଶନ ଗଠନ କରାଯାଉ । ସରକାରୀ  ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି, ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ସରିଛି । ବିଧାନସଭାରେ ଷ୍ଟାଡିଂ କମିଟି ମଧ୍ୟ ରହିଛି । ଏହାର ତଦନ୍ତ କରି ପାରିବ । ତେଣୁ ଏଭଳି ପରିସ୍ଥିତିରେ ଆଉ ଏକ ଗୃହ କମିଟି ଗଠନ କରି ଯାଞ୍ଚ କରିବାର ଆବଶ୍ୟତକା ନ ଥିବା ସେ କହିଛନ୍ତି । ଉକ୍ତ କମିଟିରେ ଦଳର ସଦସ୍ୟମାନେ ରହିଛନ୍ତି । ବିଜେଡି ବିଧାୟକ ଅମର ପ୍ରଦାସ ଶତପଥୀ କହିଛନ୍ତି, ଚାଷୀ ମୃତୁ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଚାଷୀ ମୃତୁ୍ୟ ହେଲେ ସମସ୍ତଙ୍କୁ କଷ୍ଟ ହୁଏ । ତେବେ ବିରୋଧୀ ଦଳ ମାନେ ରାଜନୈତିକ ଫାଇଦା ନେବା ଉଦେଶ୍ୟରେ ଏହି ପ୍ରସଙ୍ଗକୁ ଉଠାଉଛନ୍ତି । ବରଗଡର ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ଖଇନୁ ବଗର୍ତୀ ଚାଷ ଜମିକୁ ପାଣି ଯିବା ପାଇଁ ସମସ୍ୟା ଥିଲା । ଡିପ ବୋରୱେଲ ଥିବା ସତ୍ତ୍ୱେ ଲୋ ଭୋଲଟେଜ ଥିବା କାରଣରୁ ପାଣି  ସମସ୍ୟା ଥିଲା  । ତାଙ୍କ ଗାଁରୁ କିଛି ଲୋକ ଆସିଥିଲେ ଓ ସେମାନଙ୍କ ସହ ସେ  ନିଜେ ବିଦୁ୍ୟତ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଆଚାର୍ଯ୍ୟ କହିଥିଲେ ଯେ ଚାଷୀମାନଙ୍କର ଏମଏସପିକୁ ବଢ଼ାଇ ୨୫ଶହ ଟଙ୍କା କରିବାର ଆବଶ୍ୟତାକ ରହିଛି । ବିଜେପି ଏ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ପ୍ରୟୋଗ କରୁ ବୋଲି ସେ କହିଛନ୍ତି ।

ONA

Leave a Reply

Top