You are here
Home > ଲାଟେଷ୍ଟ > ଚାଷୀଙ୍କ ପାଇଁ ଦରଦ ନାହିଁ: କେବଳ ପାଟି କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର: ନରସିଂହ ମିଶ୍ର

ଚାଷୀଙ୍କ ପାଇଁ ଦରଦ ନାହିଁ: କେବଳ ପାଟି କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର: ନରସିଂହ ମିଶ୍ର

ଭୁବନେଶ୍ୱର: କୃଷିର ବିକାଶ ଓ ଚାଷୀଙ୍କ ସୁରକ୍ଷାର ଦାୟିତ୍ୱ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର । ଏହି ଦାୟିତ୍ୱକୁ ସେମାନେ ଠିକ୍ ଭାବେ ନିର୍ବାହ କରୁ ନାହାନ୍ତି । ଅଣଦେଖା କରି ଚାଲିଛନ୍ତି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଖୋଦ୍ ପ୍ରଧାନମନ୍ତ୍ରୀ ଧାନ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ଦେବେ ବୋଲି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିବା ବେଳେ ତାକୁ କାର୍ଯ୍ୟକାରୀ ନକରିବା ଦେଶ ପାଇଁ ଦୁର୍ଭାଗ୍ୟଜନ । ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀ ଏବଂ ଚାଷ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଥିବା ଦୃଷ୍ଟିଭଙ୍ଗୀ ଉପରେ ଉଦବେଗ ପ୍ରକାଶ କରି ସେ କହିଛନ୍ତି ଯେ, ସର୍ବନିମ୍ନ ଦର କେନ୍ଦ୍ର ସରକାର ସ୍ଥିର କରନ୍ତି ଏବଂ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରନ୍ତି । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଆନ୍ତରିକତା ପ୍ରକାଶ କରୁନାହାନ୍ତି । ଚାଷୀ ମାନେ କମ୍ ଦଳରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଓ ଆର୍ଥିକ ଶୋଷଣର ସମ୍ମୁଖୀନ ହେଉଛନ୍ତି । ଧାନର ଦର ବୃଦ୍ଧି କରିବା ପାଇଁ ଗୃହରେ ନିଆଯାଇଥିବା ସର୍ବସମ୍ମତି ପ୍ରସଙ୍ଗ ଉପରେ ଅଲୋଚନା କରିବା ପାଇଁ ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ହେଁ ତାର ଉତ୍ତର ମିଳିବା ତ ଦୂରର କଥା ପ୍ରାପ୍ତି ସ୍ୱୀକାର ମଧ୍ୟ କରୁନାହାନ୍ତି । ଉଭୟ ସରକାର ନିଜ ନିଜର କର୍ତ୍ତବ୍ୟ ପାଳନ ନକରିବା ଅକ୍ଷମଣୀୟ ଅପରାଧ । ଅଧିବେଶନ ଆରମ୍ଭ ହେବା ବେଳେ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ବାତିଲ କରି ସୋମାନେ ଦେଇଥିବା ଚାଷୀ ସମସ୍ୟା ସମ୍ପର୍କିତ ପ୍ରସ୍ତାବ ଦେଇଥିଲୁ ଏବଂ ଏହା ଉପରେ ଆଲୋଚନା କରିବାକୁ ଅନୁରୋଧ କରିଥିଲୁ । ଯାହା ଜଣାପଡୁଛି ବିଜେପି ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିବାକୁ ଚାହେଁ ନାହିଁ । ଆଲୋଚନା ହେଲେ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ଓଡ଼ିଶା ପ୍ରତି କେତେ ଆନ୍ତରିକତା ଅଛି ତାହା ଜଣାପଡିଯିବ ବୋଲି ସେମାନଙ୍କର ଭୟ ରହିଛି । ପ୍ରଧାନମନ୍ତ୍ରୀ ସମ୍ପର୍କରେ ଗୃହକମିଟି ସହ ଆଲୋଚନା କରିବା ପାଇଁ ଭୟଭିତ ବୋଲି ସେ କହିଛନ୍ତି । ଅଟକ ବିହାରୀ ବାଜପାୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହି ସମସ୍ୟା ଉଠାଯାଇଥିଲା । ସେ କିନ୍ତୁ ଧୌର୍ଯ୍ୟର ସହ ଏସବୁ ଶୁଣିଥିଲେ । ମାତ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏହା କରିବାକୁ ମଧ୍ୟ ସମୟ ନାହିଁ ।
ଶାସକ ଦଳ ନିଜ ଦାୟିତ୍ୱକୁ ନିର୍ବାହ କରିବା ପରିବର୍ତ୍ତେ ଗୃହ ଭିତରେ ହଟ୍ଟଗୋଳ ସୃଷ୍ଟି କରିବା ଦୁଃଖ ଦାୟକ ଏବଂ ହାସ୍ୟାସ୍ପଦ । ଚୋର ମଚାଏ ସୋର ଭଳି ବିଜେଡି ଆଚରଣ କରୁଛି ବୋଲି ସେ ଅଭିଯୋଗ କରିଥିଲେ ।

ONA

Leave a Reply

Top