You are here
Home > Breaking News > ଚାବି ହଜିବା ଘଟଣାରେ ବିଜୟ-ବିଜେପି ମୁହାଁମୁହିଁ

ଚାବି ହଜିବା ଘଟଣାରେ ବିଜୟ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର, ୧୨.୬.୨୦୧୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇ ରାଜ୍ୟ ବିଜେଡି ସରକାରକୁ ଅଡୁଆରେ ପକାଇବା ପାଇଁ ଉଦ୍ୟମ ଚଳାଇଥିଲାବେଳେ ତାଙ୍କ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଶ୍ନ ଅଡୁଆରେ ପକାଇଛି । ବିଜୟ ପୁଣି ଏହି ଘଟଣାରେ ନିଜ ଦଳକୁ କାଠଗଡ଼ାକୁ ଟାଣିଛନ୍ତି । ଚାବି ହଜିବା ଘଟଣା ନେଇ ବିଜେପି ଲଗାତାର ଭାବେ ବିଜେଡିକୁ ଦାୟୀ କରି ଚାଲିଥିଲାବେଳେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଉଥିଲାବେଳେ ବିଜୟ ନିଜ ଦଳକୁ ପାଲଟା ଆକ୍ରମଣ କରିବା ସହ ଆଗେ ବିଜେପି ସରକାରରେ ଥିଲାବେଳେ ୯ବର୍ଷ ଭିତରେ କ’ଣ କରିଛି ତା’ର ଜବାବ ଦେବାକୁ ପ୍ରଶ୍ନ କରିଛନ୍ତି । ବିଜେପି ମଧ୍ୟ ଚୁପ୍ ହୋଇନ ବସି ବିଜୟଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ବିଜୟ ୧୯୯୦-୯୫ ସରକାର ଥିଲାବେଳେ କ’ଣ କରିଥିଲେ ସେଥିନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି । ଫଳରେ ବିଜୟ ଓ ବିଜେପି ଏହି ଘଟଣାରେ ଏବେ ମୁହାଁମୁହିଁ ହୋଇଛନ୍ତି । ସେ ସମୟର ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣା ବିଜେପି ମଧ୍ୟରେ ବିବାଦକୁ ତୀବ୍ରତର କରିଛି ।
ବିଜୟ ଗଣମାଧ୍ୟମକୁ ଚାବି ହଜିବା ଘଟଣାରେ ପ୍ରିତିକ୍ରିୟା ଦେବା ଅବସରରେ ନିଜ ଦଳ ବିରୋଧରେ ମତ ରଖିଛନ୍ତି । ନାଁ ନନେଇ ନିଜ ଦଳର ନେତାଙ୍କୁ ଭାବିଚିନ୍ତି ମତ ରଖିବାକୁ କହିଛନ୍ତି । କାରଣ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ନେଇ ବାରମ୍ବାର ପ୍ରଶ୍ନ କରିଥିଲେ । ବିଜୟ କହିଛନ୍ତି ୨୦୦୦ରୁ ୨୦୦୯ ମସିହା ୯ ବର୍ଷ କାଳ ଆଇନ ବିଭାଗ ବିଜେପି ହାତରେ ଥିଲା । ବିଜେପିର ଆଇମନ୍ତ୍ରୀ ଥିଲେ ସେ କହିବେ କି ଚାବି କେଉଁଠି ଥିଲା । ସେତେବେଳେ କାହିଁକି ଚାବି ଖୋଜି ନଥିଲେ । ଏବେ କାହିଁକି ପ୍ରଶ୍ନ କରୁଛନ୍ତି ।୯ ବର୍ଷ ଭିତରେ କୌଣସି ସଂସ୍କାର ହୋଇନଥିଲା । ସେ ପରିଚାଳନା କାର୍ଯ୍ୟ ହେଉ କି ନୀତି ହେଉ କିମ୍ବା ମନ୍ଦିରର ଯେକୌଣସି ଉନ୍ନତି ମୂଳକ କାର୍ଯ୍ୟରେ କୌଣସି ସଂସ୍କାର ୯ବର୍ଷ ଭିତରେ ହୋଇପାରିଲା ନାହିଁ । ଶ୍ରୀଜଗନ୍ନାଥଙ୍କ ଉନ୍ନତି କାର୍ଯ୍ୟରେ ନିଜ ଦୋଷ ଘୋଡାଇବା ଉଚିତ୍ ନୁହେଁ । ୯ ବର୍ଷ ଭିତରେ କାଗଜପତ୍ରରେ ମନ୍ଦିର ପ୍ରଶାସନ କ୍ଷେତ୍ରରେ କେତେଥର ରିଭ୍ୟୁ ମିଟିଂ ନିଆଯାଇଛି । ପରିଚାଳନା କ୍ଷେତ୍ରରେ କ’ଣ କ’ଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । କେଉଁ କେଉଁ ବର୍ଷ କ’ଣ ମିଟିଂ ହୋଇଛି । ଏ ସତ କଥା ଗୁଡ଼ାକ ଯେତେବେଳେ କମିଶନ ବସିବ ପଦାକୁ ଆସିବ । ପୁରୀ ଶଙ୍କରାଚାର୍ଯ୍ୟ ଠିକ୍ କଥା କହିଛନ୍ତି । ମୁଁ ତାକୁ ସମର୍ଥନ କରୁଛି ।
ଉଲ୍ଲେଖଯୋଗ୍ୟ ଯେ, ଶଙ୍କରାଚାର୍ଯ୍ୟ କହିଥିଲେ, ଦିନ ଥିଲା ଯେତେବେଳେ ବିଜେପି ସହଯୋଗରେ ବିଜେଡି ଶାସନ କରୁଥିଲା । ଆଇନମନ୍ତ୍ରୀ ବିଜେପିରୁ ହିଁ ଥିଲେ । ଏବେ ପ୍ରଶ୍ନ ଉଠୁଛି ବିଜେପି ସମର୍ଥିତ ବିଜେଡି ଶାସନ କାଳରେ ଯେତେବେଳେ ବିଜେପିର ବି ସହଭାଗିତା ଥିଲା ଓ ବିଜେପିର ଆଇନମନ୍ତ୍ରୀ ଥିଲେ ସେତେବେଳେ ଶ୍ରୀମନ୍ଦିର ଅବ୍ୟବସ୍ଥା ଦୂର କରିବା ପାଇଁ କି ପଦକ୍ଷେପ ନିଆଯାଇଥିଲା ।
ବିଜୟକୁ ବିଜେପି ପାଲଟା ପ୍ରଶ୍ନ କରିଛି । କାରଣ ବିଜୟ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ନେତୃତ୍ୱରେ ଥିବା ଜନତା ଦଳର ଜଣେ ଟାଣୁଆ ମନ୍ତ୍ରୀ ଥିଲେ । ଏଣୁ ବିଜେପି ଏହାକୁ ଦର୍ଶାଇ ପ୍ରଶ୍ନ ଉଠାଇଛି । ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ତାତ୍ସଲ୍ୟ କରି କରି ବିଜୟଙ୍କୁ କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ବାବୁ ଯେତେବେଳେ ୧୯୯୦ରୁ ୧୯୯୫ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ବି ଜଣେ ଭାରି ପ୍ରତିପତିଶାଳୀ ମନ୍ତ୍ରୀ ଥିଲେ । ୧୯୯୩ରେ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ସମୟରେ ବିଶୃଙ୍ଖଳା ହୋଇଥିଲା । ଏହି ଘଟଣାରେ ବିଚାର ବିଭାଗୀୟ କମିଶନ ବସିଥିଲା । ଜିଏମ୍ ମହାପାତ୍ର କମିଶନ ହୋଇଥିଲେ । ସେ ରିପୋର୍ଟ ମିଳିଲା ନାହିଁ । ଏଣୁ ୧୯୯୦-୧୯୯୫ ଏ ରତ୍ନଭଣ୍ଡାରର ତନଖି ହେଉଛି କି ନାହିଁ ସେ କେବେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କୁ ଏ ପ୍ରଶ୍ନ ପଚାରିବାକୁ ଚାହେଁ ।
ବିଜେପିର ବରିଷ୍ଠ ନେତା ତଥା ସେତେବେଳେର ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ବିଜୟଙ୍କର ଆକ୍ଷେପର ଜବାବ ଦେଇଛନ୍ତି । ସେ କହିଛନ୍ତି, ମୋ ସମୟରେ ଚାବି ହଜିବା ଘଟଣା ନେଇ କୌଣସି ବିବାଦ ଉଠି ନଥିଲା । ମୋ ସମୟରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଥିଲା ।

ONA

Leave a Reply

Top