You are here
Home > ସଞ୍ଜିବନୀ > ଚର୍ମ ରୋଗ ନାସ କରେ ପୋଦିନା

ଚର୍ମ ରୋଗ ନାସ କରେ ପୋଦିନା

ପୋଦିନା ପତ୍ର ଆମ ଶରୀର ପାଇଁ ଅତି ଉପକାରୀ । ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହା
ମାଉଥଫ୍ରେସନର ଭାବେ ମଧ୍ୟ ଭଲ କାମ କରେ । ପୋଦିନାକୁ ରୋଷେଇରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାକୁ ମିଶାଇବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ହୋଇଥାଏ । ତେଣୁ ନିଜ ବାଡି ବଗିଚାରେ ପୋଦିନାକୁ ଲଗାଇଲେ ଏହାକୁ ସବୁ କାମରେ ଲଗାଇପାରିବେ
ଅନେକ ପ୍ରକାର ଚର୍ମ ରୋଗକୁ ନାଶ କରିଥାଏ ପୋଦିନା । ଚର୍ମ ରୋଗ ହେଲେ ପୋଦିନା ପତ୍ରର ଲେପ ଭଲ କାମ କରିଥାଏ । ଶରୀରରେ କୌଣସି ସ୍ଥାନରେ
କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତାର ରସକୁ ଲଗାଇଲେ ଘା ଶୀଘ୍ର ଶୁଖିଯାଇଥାଏ । ସେହି ସ୍ଥାନରୁ ବାହାରୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ ।
♦ପୋଦିନା ରସ ଅଂଶୁଘାତ ପାଇଁ ମଧ୍ୟ ଭଲ କାମ କରେ । ଖରାଦିନେ ଅଂଶୁଘାତ ହେଲେ ପୋଦିନା ପତ୍ର ରସ ପିଇଲେ ଲାଭ ମିଳିଥାଏ । ତେଣୁ ଖରାରେ ବାହାରକୁ ଯିବା ପୂର୍ବରୁ ପୋଦିନା ରସ ପିଇଲେ ସୁଫଳ ମିଳିଥାଏ ।
♦ଖାଦ୍ୟ ହଜମ କରାଇବାରେ ମଧ୍ୟ ପୋଦିନା ସାହାଯ୍ୟ କରିଥାଏ । ଖାଦ୍ୟ ହଜମ ହେଉନଥିଲେ ପୋଦିନା ପତ୍ର ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ ।
♦ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ର ଖାଇଲେ ଭଲ କାମ କରେ । ପୋଦିନା ପତ୍ର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ଦୁର୍ଗନ୍ଧ ବାହାରିବା ଦୂର ହୋଇଥାଏ ।
♦ମୁଣ୍ଡ ବୁଲାଉଥିଲେ କିମ୍ବା ବାନ୍ତି ହେଉଥିଲେ ପୋଦିନା ରସ ଭଲ କାମ କରେ । ଅଧା କପ୍ ପୋଦିନା ରସକୁ ଅଳ୍ପ ସମୟ ବ୍ୟବଧାନରେ ପିଇଲେ ବାନ୍ତି ହେବା ବନ୍ଦ ହୋଇଥାଏ ।
♦ପୋଦିନା ଖାଇବା ଦ୍ୱାରା ଥଣ୍ଡା କାଶ ମଧ୍ୟ ଭଲ ହୋଇଥାଏ । ଚା’ରେ ପୋଦିନା ପତ୍ର ପକାଇ ପିଇଲେ କଣ୍ଠରେ ଦେଖାଦେଉଥିବା ବିଭିନ୍ନ ସଂକ୍ରମଣ ଭଲ ହୋଇଥାଏ ।
♦ପେଟ ସମସ୍ୟା ପାଇଁ ମଧ୍ୟ ପୋଦିନା ବେଶ ଭଲ । ପେଟ ଯନ୍ତ୍ରଣା ହେଉଥିଲେ, ପୋଦିନାକୁ ଜିରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଇଲେ ଲାଭ
ମିଳିଥାଏ । ଏହାସହ ଗ୍ୟାଷ୍ଟ୍ରିକ ଭଳି ସମସ୍ୟା ମଧ୍ୟ ଭଲ ହୋଇଥାଏ ।
♦କିଛି ଲୋକଙ୍କଠାରେ ହାକୁଟି ସମସ୍ୟା ଦେଖାଦେଇଥାଏ । ବେଟାଇମରେ ବାରମ୍ବାର ହାକୁଟି ହୋଇଥାଏ । ପୋଦିନା ପତ୍ରର ରସକୁ ପିଇଲେ ଏହି ସମସ୍ୟାରୁ
ମଧ୍ୟ ମୁକ୍ତି ମିଳିଥାଏ ।
♦ମହିଳାମାନେ ପ୍ରସବ ବେଦନା ବେଳେ ପୋଦିନା ରସ ପିଇଲେ ସୁରୁଖୁରୁରେ ପ୍ରସବ ହୋଇଥାଏ । ଏହାସହ ପ୍ରସବ ପରେ ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ଅନେକ ସମୟରେ ମହିଳାଙ୍କୁ କଷ୍ଟ ଅନୁଭବ ହୋଇଥାଏ । ପୋଦିନା ରସ ପିଇବା ଦ୍ୱାରା ଏହି ସମସ୍ୟାରୁ ଉପଶମ ମିଳିଥାଏ ।

ONA

Leave a Reply

Top