You are here
Home > ପଲିଟିକ୍ସ > ଚକାଜାମ ଡାକରା ଦେଲା କଂଗ୍ରେସ

ଚକାଜାମ ଡାକରା ଦେଲା କଂଗ୍ରେସ

ଭୁବନେଶ୍ୱର,: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର କଡ଼ା ଜବାବ ଦେବାକୁ ଯାଇ ଅଣ୍ଟା ଭିଡିଛି କଂଗ୍ରେସ । ଚକା ଜାମ ଲାଗି ଡାକରା ଦେଇଛି । ଆସନ୍ତା ୪ ତାରିଖରେ ୬ଘଣ୍ଟା ଚକା ବନ୍ଦ ଡାକରାକୁ ସଫଳ କରିବା ଲାଗି ସହରବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ହୁହୁ ହୋଇ ବଢ଼ିଚାଲୁଥିବା ତୈଳଦରକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନିରଞ୍ଜନ ।

ସିଧା କହିଛନ୍ତି ମୋଦି ସରକାର ଗରିବ ଓ ସାଧାରଣ ନାଗରିକ ଏପରିକି ଗୃହିଣୀଙ୍କ ଉପରେ ଭୟଙ୍କର ଅତ୍ୟାଚାର କରୁଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ରସରକାରଙ୍କ ସବୁ ଚକ୍ରାନ୍ତକୁ ରାଜ୍ୟ ସରକାର ସମର୍ଥନ କରି ଲାଭବାନ ହେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ତେଣୁ ଦୁଇ ମହାନଗରବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି । ତେବେ ଏନେଇ ରବିବାର ଏକ ମଶାଲ ଶୋଭାଯାତ୍ରା ମଧ୍ୟ ରବିବାର ସନ୍ଧ୍ୟାରେ କରାଯିବ ବୋଲି ଜଣାପଡିଛି ।

ONA

Leave a Reply

Top