You are here
Home > ଅଧିକ ଖବର > ଘରେ କରି ପାରିବେ ଫେସିଆଲ

ଘରେ କରି ପାରିବେ ଫେସିଆଲ

ସୁନ୍ଦରତା ପାଇଁ ଆଜିକାଲି ସମସ୍ତେ ସଚେତନ । ତ୍ୱଚାକୁ ସୁନ୍ଦର ଓ ଆଟ୍ରାକ୍ଟିଭ କରିବାକୁ ଆମେ ବିଭିନ୍ନ ଉପାୟ ଆପଣାଇଥାଉ । ସେଥିମ୍ମରୁ ଗୋଟିଏ ହେଉଛି ଫେସିଆଲ । ତ୍ୱଚାର ଯତ୍ନ ପାଇଁ ଫେସିଆଲ୍୍ ହେଉଛି ଏକ ଆଧୁନିକ ଉପଚାର । ଫେସିଆଲ୍୍ କରିବା ଦ୍ୱାରା ତ୍ୱଚା ପରିଷ୍କାର ରହିବା ସହ ଫ୍ରେଶ୍୍ ଲାଗିଥାଏ । ତେବେ ଖାଲି ଯେ ବିୟୁଟି ପାର୍ଲର ଯାଇ ପଇସା ଖର୍ଚ୍ଚ କରି ଫେସିଆଲ କରିବେ ତାହା ନୁହେଁ । ଫେସିଆଲ କରିବାର ଟ୍ରିକ ଜାଣିଲେ, ଖୁବ କମ ଖର୍ଚ୍ଚରେ ଆପଣ ବି ଘରେ ବସି ନିଜେ ଫେସିଆଲ କରିପାରିବେ । ଆସନ୍ତୁ ସେସମ୍ପର୍କରେ ଜାଣିନେବା…

ପ୍ରଥମେ ମୁହଁକୁ ଭଲ ଭାବେ ଥଣ୍ଡା ପାଣିରେ ଧୋଇ ପରିଷ୍କାର କରନ୍ତୁ । ଏହାପରେ ତ୍ୱଚାକୁ କ୍ଲିନଜିଂ କରିପାରନ୍ତି । କ୍ଲିନଜିଂ କରିବାକୁ ଚାହୁଁନଥିଲେ ତ୍ୱଚାର ମୃତ କୋଷକୁ ପରିଷ୍କାର କରିବା ପାଇଁ ସ୍କ୍ରବ୍୍ ଲଗାଇ କିଛି ସମୟ ଏହାକୁ ଛାଡନ୍ତୁ । ଯଦି ବ୍ଲାକ ହେଡସ୍୍ ଥାଏ ତାହେଲେ କିଛି ସମୟ ମାଲିସ କରନ୍ତୁ । ସ୍କ୍ରବ୍୍ ଦ୍ୱାରା ମାଲିସ କଲେ ବ୍ଲାକ ହେଡସ୍ ସବୁ ଧିରେ ଧିରେ ବାହାରିଯିବ । ବ୍ଲାକ ହେଡସ୍ ରେମୁଭର ବ୍ୟବହାର କରିପାରିବେ ।
ବଜାରରେ ମିଳୁଥିବା ସ୍କ୍ରବ ଯାହାକି ଆପଣଙ୍କ ତ୍ୱଚାକୁ ସୁହାଉଥିବ ବ୍ୟବହାର କରନ୍ତୁ । ନଚେତ ଘରେ ମଧ୍ୟ ଆପଣ ସ୍କ୍ରବ ବନାଇ ପାରିବେ । ମସୁର, ହରଡ ଓ ଚଣା ଡାଲିକୁ ସମାନ ପରିମାଣରେ ନେଇ ପେଷନ୍ତୁ । ସେଥିରେ କମଳା ଚୋପା ପାଉଡର, ମୁଲତାନୀ ମାଟି, ଚନ୍ଦନ ପାଉଡର ଓ ହଳଦି ଗୁଣ୍ଡ ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ ମାଲିସ କରନ୍ତୁ । ତେବେ ମାଲିସ କଲାବେଳେ ଧ୍ୟାନ ଦେବା ଉଚିତ ଯେ, ତ୍ୱଚାକୁ ଅଧିକ ଜୋରରେ ମାଲିସ ନକରି ଧିରେ ଧିରେ ମାଲିସ କରନ୍ତୁ ।
♠ ଫ୍ରୁଟ ଫେସିଆଲ କରିବାକୁ ଚାହୁଁଥିଲେ ଆପଣଙ୍କ ତ୍ୱଚା ଅନୁସାରେ ଫଳ ଚୟନ କରନ୍ତୁ । ତେଲିଆ ତ୍ୱଚା ଥିଲେ, କମଳା, କଦଳୀ ଆଦି ଫଳ ଦ୍ୱାରା ମସାଜ କରନ୍ତୁ । ସେହିପରି ଶୁଷ୍କ ତ୍ୱଚା ଥିଲେ, କାକୁଡି, ଷ୍ଟ୍ରବେରି ଆଦି ବ୍ୟବହାର କରିପାରିବେ ।
♠ ଫେସିଆଲ ବେଳେ ବେଳେ ଷ୍ଟିମ୍୍ ମଧ୍ୟ ଦିଆଯାଏ । ତେଣୁ ଘରେ ଆପଣ ପାଣି ଗରମ କରି ଷ୍ଟିମ ନେଇପାରିବେ । କିମ୍ବା ଗୋଟିଏ ଟାେଓଲକୁ ଓଦା କରି ସେଥିରେ ଷ୍ଟିମ୍୍ ନେଇପାରିବେ । ଷ୍ଟିମ ନେବା ଦ୍ୱାରା ତ୍ୱଚା ଫ୍ରେଶ୍୍ ଲାଗେ ।
♠ ଫେସପ୍ୟାକ ପାଇଁ ଆପଣ ମୁଲତାନୀ ମାଟି, ଗୋଲାପ ଜଳ, ଚନ୍ଦନ ପାଉଡରର ପେଷ୍ଟ ବନାଇ ତ୍ୱଚାରେ ଲଗାନ୍ତୁ । କିଛି ସମୟ ପାଇଁ ଛାଡି ଦିଅନ୍ତୁ । ୧୫-୨୦ ମିନିଟ ପରେ ଥଣ୍ଡା ପାଣି ସାହାଯ୍ୟରେ ମୁହଁକୁ ଭଲ ଭାବେ ଧୋଇଦିଅନ୍ତୁ । ଦେଖିବେ ତ୍ୱଚା ପରିଷ୍କାର ହେବା ସହ ଫ୍ରେସ୍୍ ଲାଗିବ ।
♠ ଛୁଟି ଦିନ ମାନଙ୍କରେ ଆପଣଙ୍କ ପାଖରେ ଅଧିକ ସମୟ ମିଳିଥାଏ । ହାତରେ ସମୟ ରଖି ଶାନ୍ତ ବାତାବରଣରେ ଫେସିଆଲ କରନ୍ତୁ । କାରଣ ତରବରିଆ ଭାବେ ଫେସିଆଲ କଲେ ଏହା ଆପଣଙ୍କ ତ୍ୱଚା ଉପରେ ପ୍ରଭାବ ପକାଇଥାଏ । ଫେସିଆଲ କରିବା ପରେ ସାଙ୍ଗେ ସାଙ୍ଗେ ମୁହଁରେ କୌଣସି କ୍ରିମ ଲଗାନ୍ତୁ ନାହିଁ ।
♠ ଫେସିଆଲ କରିବା ପରେ ସାଙ୍ଗେ ସାଙ୍ଗେ ସୂର୍ଯ୍ୟକିରଣକୁ ଯାଆନ୍ତୁ ନାହିଁ । ଖରା କମିବା ପରେ ମୁହଁକୁ ଭଲଭାବେ ସୂତା କପଡାରେ ବାନ୍ଧି ଯାଆନ୍ତୁ । କାରଣ ବାହାରର ପ୍ରଦୂଷିତ ବାୟୁ ତ୍ୱଚା ସଂସ୍ପର୍ଶରେ ଆସିଲେ ଏହା ଖରାପ ପ୍ରଭାବ ପକାଇଥାଏ । କୌଣସି ପାର୍ଟି କିମ୍ବା ଅନ୍ୟ ସ୍ଥାନକୁ ଯିବାରେ ଥିଲେ, ଗୋଟିଏ ଦିନ ପୂର୍ବରୁ ଫେସିଆଲ କରନ୍ତୁ ।

ONA

Leave a Reply

Top