You are here
Home > ଲାଟେଷ୍ଟ > ଗ୍ରୀନରେ ଚିଟଫଣ୍ଡ ସଂସ୍ଥାର ମୁଖ୍ୟ କୋଲକାତାରୁ ଗିରଫ

ଗ୍ରୀନରେ ଚିଟଫଣ୍ଡ ସଂସ୍ଥାର ମୁଖ୍ୟ କୋଲକାତାରୁ ଗିରଫ

ଅର୍ଥତତ୍ତ୍ୱ ନାଁରେ ସତ୍ୟପାଠ ଦାଖଲ
ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ସଂସ୍ଥା ଗ୍ରୀନରେ ମୁଖ୍ୟ ସେର ଊଦ୍ଦିନ ଗିରଫ ହୋଇଛନ୍ତି  । ସିବିଆଇ ତାଙ୍କୁ କୋଲକାତାରୁ ଗିରଫ କରିଛି  । ତାଙ୍କୁ ଗିରଫ ପରେ   ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଉଛି । ଗତ ୨୦୧୫ ସେପ୍ଟେମ୍ବର ୨୮ରେ ଚିଟଫଣ୍ଡ ସଂସ୍ଥା ଗ୍ରୀନରେ ଗ୍ରୁପ ଅଫ କମ୍ପାନିଜରେ ଏକ ବଡ଼ ଧରଣର ଚଢ଼ଉ କରିଥିଲା । ଗ୍ରୀନରେ ଗ୍ରୁପ ଅପ କମ୍ପାନିଜ ଏବଂ ଏହାର ଅଂଶୀଦାର କମ୍ପାନୀର ପଞ୍ଜୀକୃତ ଅଫିସ, ଶାଖା କାର୍ଯ୍ୟାଳୟ ଓ ନିର୍ଦେଶକଙ୍କ ବାସଭବନକୁ ମିଶାଇ ପ୍ରାୟ ୨୦ଟି ସ୍ଥାନରେ ସିବିଆଇର ଟିମ ଚଢ଼ଉ କରିଥିଲା । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଥିବା ଏମଡି ମୀର ସାହିରୁଦ୍ଦିନ, ମୀର ଜାହିରୁଦ୍ଦିନ, ଜାମିରୁଦ୍ଦିନ, ଆବୁ ସାହା ଓ ଗୋପାଳ ଚନ୍ଦ୍ର ପାତ୍ରଙ୍କ ବାସଭବନ ଉପରେ ଚଢ଼ଉ କରାଯାଇଥିଲା । ସେହିପରି ଯାଜପୁର ଜିଲ୍ଲାର କୋରେଇ ସାନ୍ତସାହିରେ ଥିବା ଅନୱର ଆଲମଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଥିଲା । ସେହିପରି ବାରିପଦାର ଅନ୍ୟତମ ନିର୍ଦେଶକ ନୁରୁଲ ହୁସେନଙ୍କ ବାସଭବନ ବ୍ୟବୀତ ସିବିଆଇର ଏକାଧିକ ଟିମ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ବେଗୁନିଆ, ବାଲିଆପାଳ ଆଦି ଅଞ୍ଚଳରେ ଚଢ଼ଉ କରିଥିଲା  । ଏକାଧିକ ଟିମ ରାଜ୍ୟ ବାହାର ନୂଆଦିଲ୍ଲୀ, କୋଲକାତା ଓ ଡେରାଡୁନରେ ଥିବା ଗ୍ରୀନରେ ଗ୍ରୁପର କମ୍ପାନୀର ଶାଖା କାର୍ଯ୍ୟାଳୟ ଉପରେ ମଧ୍ୟ ଚଢ଼ଉ କରିଥିଲା । ଏହି ଚଢ଼ଉ ବେଳେ ସିବିଆଇ ଅଧିକାରୀଙ୍କୁ କିଛି କାଗଜପତ୍ର, ବ୍ୟାଙ୍କ ପାସବୁକ ଓ କାର୍ଯ୍ୟାଳୟରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଜବତ ହୋଇଥିବା କମ୍ପୁ୍ୟଟର ହାର୍ଡଡିସ୍କ ଆଦିକୁ ଜବତ କରାଯାଇଥିଲା । ଜମାକାରୀଙ୍କୁ ତୁରନ୍ତ ଅଧିକ ଲାଭ ପ୍ରଦାନ ଲାଗି କମ୍ପାନୀ ପକ୍ଷରୁ ମାସିକିଆ ସୁନାରୁପା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏହିଭଳି ୬ଟି ଯୋଜନା ମଧ୍ୟରେ ରିଅଲ ଗୋଲ୍ଡ, ଏଭରଗ୍ରୀନ ପ୍ଲାନ, ମ୍ୟାରେଜ ପ୍ଲାନ, ହାପି ନ୍ୟାସନାଲ ପ୍ଲାନ, ଟାଇକୋନ ପ୍ଲାନ ଓ ଗ୍ରୀନ୍ଲାଇନ ପ୍ଲାନ ମାଧ୍ୟମରେ ଜମାକାରୀଙ୍କଠାରୁ ଅର୍ଥ ସଂଗ୍ରହ କରୁଥିଲା । ତେବେ ଏନେଇ ସୂଚନା ପାଇବା ପରେ ସେବି ପକ୍ଷରୁ କମ୍ପାନୀକୁ ନୋଟିସ କରାଯାଇଥିଲା । ବିଭିନ୍ନ ଯୋଜନାରେ କମ୍ପାନୀ ଜନସାଧାରଣଙ୍କୁ ଭୂତାଇ ଶହ ଶହ କୋଟି ଟଙ୍କା ଠକି ନେଇଥିଲା । କମ୍ପାନୀ ଦେଶ ବାହାରେ ସାଉଦି ଆରବରେ ପୁଞ୍ଜି ଖଟାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଏସମ୍ପର୍କରେ ସିବିଆଇ ସୁରାକ ପାଇବା ପରେ ତନାଘନା ଚଳାଇଛି । ସେତେବେଳେ ଗ୍ରୀନରେ ମୁଖ୍ୟ ସେର ଊଦ୍ଦିନ ଫେରାର ଥିଲେ  । ଏବେ ସିବିଆଇ ଜାଲରେ ଫସିଛନ୍ତି । ଅନ୍ୟପକ୍ଷରେ ଅର୍ଥତତ୍ତ୍ୱ ଚିଟଫଣ୍ଡ  ଠକେଇ ମାମଲାରେ ଏକ ସତ୍ୟପାଠ ଦାଖଲ କରାଯାଇଛି  । ସଚେତନ ନାଗରିକ ମଞ୍ଚ ପକ୍ଷରୁ ସିବିଆଇରେ ଏହି ସତ୍ୟାପାଠ ଦାଖଲ କରାଯାଇଛି  । ସତ୍ୟପାଠ ସହ  ଏକ ତଥ୍ୟ ସଂବଳିତ ସିଡି ବି ଦାଖଲ କରାଯାଇଛି  । ଏହା ସହ ଦୁଇ ମନ୍ତ୍ରୀ ଟଙ୍କା  ନେବା ଅଭିଯୋଗର ତଦନ୍ତ କରିବାକୁ ବାଦି ମଧ୍ୟ ଜଣାଇଛନ୍ତି  ।

ONA

Leave a Reply

Top