You are here
Home > ଲାଇଫ୍ ଷ୍ଟାଇଲ୍ > ଗୃହିଣୀଙ୍କ ପାଇଁ ରୋଷେଇ ଟିପ୍ସ

ଗୃହିଣୀଙ୍କ ପାଇଁ ରୋଷେଇ ଟିପ୍ସ

ପ୍ରତ୍ୟେକ ଦିନ ସମାନ ରକମର ଖାଦ୍ୟ ପ୍ରସ୍ତୁତ କରି ହୁଏତ ଆପଣ ବୋର୍ ହୋଇଯାଇଥାଇ ପାରନ୍ତି । ତେଣୁ କେତେକ ଦରକାରୀ ଟିପ୍ସ ପ୍ରତି ଧ୍ୟାନ ଦେବା ଜରୁରୀ
  କ୍ଷୀର ଛିଡିଗଲେ ଛେନା ପ୍ରସ୍ତୁତ କରି ସେଥିରେ ଚିନି, ଗୁଜୁରାତି ଗୁଣ୍ଡ, ମଇଦା, ପିଆଜ, କଞ୍ଚାଲଙ୍କା ଓ ସ୍ୱାଦ ଅନୁଯାୟୀ ଲୁଣ ଏବଂ ପାଉଁରୁଟିଗୁଣ୍ଡ ମିଶାଇ ଚକଟି ଦିଅନ୍ତୁ । ଏହାର ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ଛାଣି ଚଟଣି ସହ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ ।
   ଛତୁର ଧଳା ରଙ୍ଗକୁ ଅକ୍ଷୁଣ୍ଣ ରଖିବା ପାଇଁ ସିଝିବା ସମୟରେ ସେଥିରେ ଅଳ୍ପ ଟିକେ ଲେମ୍ବୁରସ ଓ ସାମାନ୍ୟ ଲୁଣ ପକାଇ ଦିଅନ୍ତୁ ।
♦   ଭେଣ୍ଡି, ପାଳଙ୍ଗ ଓ କୁନ୍ଦୁରୀ ତରକାରିରେ ଭିନ୍ନତା ଆଣିବା ପାଇଁ ସେଥିରେ ଚିନାବାଦାମର ଗୁଣ୍ଡ ପକାଇ ପାରିବେ ।
   ଦହିବରା ତିଆରି କଲାବେଳେ ବରାକୁ ଛାଣି ପାଣିରେ ନ ଭିଜାଇ ବଟର ମିଲ୍କରେ ଭିଜାନ୍ତୁ ଏବଂ ତାକୁ ଚିପୁଡି ଦହିରେ ପକାନ୍ତୁ । ଏହା ଅଧିକ ସ୍ୱାଦିଷ୍ଟ ହେବ ।
♦   ଫ୍ରାଏଡ ରାଇସ୍୍ ପାଇଁ ଚାଉଳକୁ ପାଣି ପରିବର୍ତ୍ତେ କୋକୋନଟ୍ ମିଲ୍କର ରାନ୍ଧନ୍ତୁ । ସ୍ୱାଦିଷ୍ଟ ଲାଗିବ ।
  ମାଛ ବା ପନିପରିବା ତରକାରି ପାଇଁ ସୋରିଷ ପେଷ୍ଟ ତିଆରି କରୁଥିଲେ, ତାର କଡାପଣ ଦୂର କରିବାକୁ ସେଥିରେ ଅଳ୍ପ ଭଜା କିସମିସ୍୍, ଲଙ୍କା ଓ ଲୁଣ ମିଶାନ୍ତୁ । କଡାପଣ ଦୂର ହୋଇଯିବ ।
♦    ଟମାଟୋ ସୁପ ପ୍ରସ୍ତୁତି ସମୟରେ ଅଳ୍ପ ଗାଜର ମିଶାନ୍ତୁ । ଏହାଦ୍ୱାରା ଟମାଟୋର ଖଟାପଣ କମ ହେବା ସହ ସ୍ୱାଦିଷ୍ଟ ତଥା ପୁଷ୍ଟିକର ହେବ ।
  ଟମାଟୋ ଚୋପା ଭଲ ଭାବରେ ଛଡାଇବା ପାଇଁ ମଝିରୁ ଦୁଇଫାଳ କରି କଟା ଅଂଶକୁ ତଳମୁହାଁ କରି ମାଇକ୍ରୋୱେଭରେ ୨ରୁ ୩ ମିିନିଟ ରଖି ଦିଅନ୍ତୁ । ଚୋପା ସହଜରେ ବାହାରି ଯିବ ।
♦   ସୁଗନ୍ଧଯୁକ୍ତ ଭାତ ପ୍ରସ୍ତୁତି ପାଇଁ ଭାତ ହୋଇଯିବା ପରେ ତା ଉପରେ ଗୋଲାପ ପାଖୁଡା କିମ୍ବା ଭୃସଙ୍ଗପତ୍ର ପକାଇ ଢାଙ୍କି ଦିଅନ୍ତୁ ।
  ଚିକେନ, ମଟନ ଓ ମାଛକୁ ଫ୍ରିଜରେ ରଖିବା ପୂର୍ବରୁ ଭଲ ଭାବରେ ଧୋଇ ନିଅନ୍ତୁ । ତାପରେ ତାକୁ ଅଲଗା ଅଲଗା ପ୍ୟାକେଟରେ ରଖନ୍ତୁ । ସତେଜ ରହିବ ।

ONA

Leave a Reply

Top