You are here
Home > ଲାଟେଷ୍ଟ > ଗୃହରେ ଆରୁଖଙ୍କ ବିବୃତ୍ତି: କାମ୍ପା ଯୋଜନାରେ ରାଜ୍ୟକୁ ମିଳିଛି ୧ ହଜାର ୫୮୧କୋଟି ୧୫ ଲକ୍ଷ

ଗୃହରେ ଆରୁଖଙ୍କ ବିବୃତ୍ତି: କାମ୍ପା ଯୋଜନାରେ ରାଜ୍ୟକୁ ମିଳିଛି ୧ ହଜାର ୫୮୧କୋଟି ୧୫ ଲକ୍ଷ

ଭୁବନେଶ୍ୱର: ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟ ସରକାର କାମ୍ପା ଯୋଜନାରେ ୧ ହଜାର ୫୮୧ କୋଟି ୧୫ ଲକ୍ଷ ଟଙ୍କା ପାଇଛି  । ଜଙ୍ଗଲ ନବୀକରଣ ତଥା ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟପାଇଁ ମୋଟ୍ ୨ ହଜାର ୩୦କୋଟି ୧୨ ଲକ୍ଷ ଟଙ୍କା ଅନୁଦାନ ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ପ୍ରସ୍ତାବ ଦେଇଥିଲେ  । ରାଜ୍ୟ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ  ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ୨୦୦୯-୧୦ଠାରୁ ୨୦୧୫-୧୬ ବର୍ଷ ମଧ୍ୟରେ (କାମ୍ପା ବାର୍ଷିକ କାର୍ଯ୍ୟ ଯୋଜନା) ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଆଡହକ କାମ୍ପା ସଂସ୍ଥାକୁ  ରାଜ୍ୟ ସରକାର ୨ ହଜାର ୩୦ କୋଟି ୧୨ ଲକ୍ଷ ଟଙ୍କା ପ୍ରସ୍ତାବ ଦେଇଥିଲେ ।   ଚଳିତ ୨୦୧୬-୧୭ ବର୍ଷରେ ସମୁଦାୟ ୫୧୬ କୋଟି ୯୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥି ମଧ୍ୟରୁ କ୍ଷତିପୂରକ ନବୀକରଣ ପାଇଁ ମୋଟ୍ ୯୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଜଙ୍ଗଲ ସୁରକ୍ଷା ତଥା ବନ୍ୟପ୍ରାଣୀ  ସଂରକ୍ଷଣ ବାବଦରେ ଯଥାକ୍ରମେ ମୋଟ ୩୪ କୋଟି ୭୫ ଲକ୍ଷ ଟଙ୍କା ଓ ୧୦୪ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ପ୍ରସ୍ତାବ ରହିଛି ବୋଲି ଶ୍ରୀ ଆରୁଖ ସୂଚନା ଦେଇଛନ୍ତି ।

ONA

Leave a Reply

Top