You are here
Home > ଅଧିକ ଖବର > ଗସିପ୍ ଟାଇମ୍ସ

ଗସିପ୍ ଟାଇମ୍ସ

ବାପ-ପୁଅଙ୍କୁ ବଏକଟ
ବଲାଙ୍ଗିର ଜିଲ୍ଲା ବିଜେଡି ରାନୀତିରେ ବାପ- ପୁଅଙ୍କୁ ଏକ ଘରିକିଆ କରାଯାଇଥିବା କୁହାଯାଉଛି । ନିକଟରେ ବଲାଙ୍ଗିର ଲୋକ ମହୋତ୍ସବରେ ସ୍ଥାନୀୟ ନେତାଙ୍କ ଆଚରଣରୁ ଏକଥା ସ୍ପଷ୍ଟ ହୋଇଥିବା ସାରା ଜିଲ୍ଲାରେ ଆଲୋଚନା ହେଉଛି । ବଲାଙ୍ଗିର ଲୋକ ମହୋତ୍ସବ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା । ଏଥିରେ ଅତିଥିଙ୍କୁ ଡାକିବାକୁ କମିଟିର ଦାୟିତ୍ୱ ଥିଲା । ହେଲେ ଉତ୍ସବକୁ ଆସିଥିବା ଅତିଥୀ ମାନଙ୍କୁ କୁଆଡେ ବିରୋଧୀ ଦଳ ନେତା ଯୋଗାଡ କରିଥିବା ଶୁଣାଯାଉଛି । ଏମିତିକି ଉତ୍ସବରେ କିଛି ଅତିଥି ସିଧା ସଳଖ କହିଥିଲେ ଯେ,ବିରୋଧୀ ଦଳ ନେତା ଡାକିବାରୁ ଉତ୍ସକୁ ଆସିଛୁ ନହେଲେ ଆସି ନଥାନ୍ତୁ । ଉତ୍ସବର ପ୍ରତ୍ୟକ ସନ୍ଧ୍ୟାରେ ଜିଲ୍ଲାର ବିଧାୟକ ମାନଙ୍କୁ ଅତିଥୀ କରାଯାଇଥିଲା । ହେଲେ ସେମାନେ କୁଆଡେ ସର୍ତ୍ତ ରଖିଥିଲେ ଯେଉଁ ଦିନ ରାଜ୍ୟ ସଭା ସାଂସଦ ଏୟୁ ସିଂଦେଓ ଓ ତାଙ୍କ ପୁଅ ସାଂସଦ କଳିକେଶଙ୍କୁ ଅତିଥି ଭାବେ ଉତ୍ସବକୁ ଡକାଯିବ ସେଦିନ ସେମାନଙ୍କୁ ନଡାକିବାକୁ । ଆଉ ଯଦି ସେଦିନ ତାଙ୍କୁ ଡକାଯିବ ତେବେ ସେମାନେ ଆସିବେ ନାହ । କେବଳ ବିରୋଧୀ ଦଳର ବିଧାୟକ ନୁହଁନ୍ତି ଜିଲ୍ଲାର ବିଜେଡି ବିଧାୟକ ଟୁକୁନି ସାହୁ,ଆୟୁବ ଖାଁ ଓ ଯୋଗେନ୍ଦ୍ର ବେହେରା ପ୍ରମ୍ମୁଖ କୁଆଡେ ଏହି ସମାନ ସର୍ତ୍ତ ରଖିଥିଲେ । ସେଥିଲାଗି ଏକାଦିନେ ସାଂସଦ ଓ ବିଧାୟକଙ୍କୁ କମିଟି ଗୋଟିଏ ମଞ୍ଚକୁ ଡାକି ନଥିଲେ । ଏମିତିକି ବରଗଡ ସାଂସଦ ଡାକ୍ତର ପ୍ରଭାସ ସିଂହଙ୍କୁ ଡକାଯାଇଥିଲା,ହେଲେ ସେ ଏସବୁ ଶୁଣି କାଳେ ବାପ-ପୁଅଙ୍କ ସହ ଷ୍ଟେଜ ସେୟାର କରିବାକୁ ଆସିଲେନି ବୋଲି କୁହାଯାଉଛି । ଏମିତିକି ବାପା ଏୟୁ ବି ସଭାକୁ ଆସିନଥିଲେ । କେବଳ ପୁଅ କଳିକେଶଙ୍କୁ ସେଦିନର ଉତ୍ସବରେ ଏକୁଟିଆ ଅତିଥି ହୋଇ ଫେରିବାକୁ ପଡିଥିଲା । ଆଉ ଏହି ଘଟଣା ଦେଖି ବାପ-ପୁଅ ବୟକଟ ବୋଲି ସାରା ଜିଲ୍ଲାରେ ଆଲୋଚନା ହେଉଛି ।

ପ୍ରସାଦ ଫେଲ
ଚାଷୀ ଓ ଚାଷ ପ୍ରସଂଗକୁ ନେଇ ସରକାରୀ ଦଳକୁ ଘେରିବାରେ କୁଆଡେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପଛରେ ପଡିଛନ୍ତି ବୋଲି ତାଙ୍କ ଦଳୀୟ କର୍ମୀ କହି ବୁଲୁଛନ୍ତି । ବରଗଡ ଚାଷୀ ମୃତ୍ୟୁ ଘଟଣାରେ ଫାଇଦା ନେବାକୁ କଂଗ୍ରେସ ପାଖରେ କୁଆଡେ ଭରପୁର ସୁଯୋଗ ଥିଲା,ହେଲେ ପ୍ରସାଦ ସେ ସବୁ ହାତ ଛଡା କରିଛନ୍ତି । କେବେଳ ନିଜେ ବାହାଦୂରି ନେବାକୁ ଦଳର ବରିଷ୍ଠ ନେତା କି ବିଧାୟକଙ୍କୁ ସାଙ୍ଗରେ ନନେଇ କେବଳ ନିଜର କେତେ ଜଣ ଅନୁଗତଙ୍କୁ ସାଙ୍ଗର ଧରି ବରଗଡରେ ବୁଲିଲେ ବୋଲି କୁହାଯାଉଛି । ଏମିତିକି ବରଗଡ ଜିଲ୍ଲାର କୈଣସି ବରିଷ୍ଠ ନେତା ପ୍ରସାଦଙ୍କ ସହ ସାମିଲ ହୋଇନଥିଲେ । ଏମିତିକି ପଶ୍ଚିମ ଓଡିଶାର କାଁ ଭାଁ ନେତାକୁ ଛାଡିଲେ ପ୍ରସାଦଙ୍କ ସହ କେହି ଗଲେନି । ଏମିତି ବି କୁହାଯାଉଛି ଜୟଦେବ ଜେନା,ଶୁଭେନ୍ଦୁ ମହାନ୍ତିଙ୍କ ଭଳି ରାଜଧାନୀଆ ନେତାଙ୍କୁ ନେଇ ପ୍ରସାଦ କେବଳ ନାଁକୁ ମାତ୍ର ବରଗଡ ଯାଇଥିଲେ । ଆଉ ଏହାର ପ୍ରଭାବ କିଛି ପଡିଲାନି କି ଦଳକୁ କିଛି ଫାଇଦା ମିଳିଲାନି ବୋଲି କଂଗ୍ରେସ ଭିତରେ ଆଲୋଚନା ହେଉଛି ।

ଦାମ ଖପ୍ପା
ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଉପରେ ଏବେ କ୍ଷମତାକେନ୍ଦ୍ର ଖପ୍ପା । ବାରମ୍ବାର ଦଳ ଓ ସରକାରକୁ ଅଡ଼ୁଆରେ ପକାଇବାକୁ ଡାକ୍ତର ରାଉତ ମନ୍ତବ୍ୟ ଦେଉଥିବାରୁ ତାଙ୍କୁ କ୍ଷମତାକେନ୍ଦ୍ର ଏବେ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଚେକ୍ ଦେଇଛନ୍ତି । କ୍ଷମତାକେନ୍ଦ୍ରଙ୍କ ପରାମର୍ଶରେ ଡାକ୍ତର ରାଉତ କୃଷିମନ୍ତ୍ରୀ ହୋଇ ମଧ୍ୟ କୃଷି କ୍ୟାବିନେଟ୍ ବୈଠକରେ ପୋକ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ସେ ସାମ୍ବାଦିକମାନଙ୍କୁ ଅବଗତ ସମ୍ଭବପର ହେଲାନି । ଆଉ ତାଙ୍କ ସ୍ଥାନରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗଣମାଧ୍ୟମକୁ ସରକାରଙ୍କ ନିଷ୍ପତି ସମ୍ପର୍କରେ କହିବାକୁ ବି ଡାକ୍ତର ରାଉତ ସହଜରେ ଗ୍ରହଣ କରିପାରିଲେନି । ଆଉ ସେଇଥିପାଇଁ ଗଣମାଧ୍ୟମ ସାମ୍ନାରେ ମହେଶ୍ୱରଙ୍କୁ ତାଚ୍ଛଲ୍ୟ କରି ଦୁଇପଦ କହିବାକୁ ପଛାଇଲେ ନାହିଁ । “କାହଁକି ଏତେ ଡ଼ର, ସରକାରକୁ ସୁରକ୍ଷା ଦେବାକୁ ମୁଁ ଅଛି । ତୁମକୁ ଡାକି ସେ ଯେଉଁ ପାଠ ପଢ଼ାଇଲା ଓ ସେଠି ଟ୍ୟୁସନ୍ ହୋଇ ଏଠି ଯାହା ସାମ୍ବାଦିକଙ୍କୁ କହିଲ ସେଭଳି ମୋ’ ଜାତକରେ ହେବନି । ମୁଁ ପରା ଓଳିଆରୁ ପଡ଼ି ଗଜା, ସବୁ ଜାଣେ” । ଦାମଙ୍କ ଏତକ କଥା କୁଆଡ଼େ କ୍ଷମତାକେନ୍ଦ୍ରଙ୍କ କାନରେ ପଡ଼ିବା ପରେ ସିଏ ଏବେ ପୁରା ଖପ୍ପା । ଦାମଙ୍କୁ ଚେକ୍ ଦେବା ପାଇଁ ସିଏ କୁଆଡ଼େ ଏବେ ଦଳର ଯୁବ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଦାମଙ୍କୁ ସିଧାସଳଖ ଆକ୍ଷେପ ନକରି ସେ ଦେଉଥିବା ବୟାନକୁ ଗଣମାଧ୍ୟମରେ ଖଣ୍ଡନ କରିବାକୁ ଏହି ନେତାମାନଙ୍କୁ କୁହାଯାଇଛି । ଆଉ ସିଏ ସରକାରୀସ୍ତରରେ ଯାହା କହୁଛନ୍ତି ତଥା ତାଙ୍କ ଯୋଗୁ ସରକାର ଅଡ଼ୁଆରେ ପଡ଼ୁଥିବାରୁ କୁଆଡ଼େ ଅଫିସର୍ମାନଙ୍କୁ ଦାୟିତ୍ୱ ଦିଆଯାଇଛି । କ୍ଷମତାକେନ୍ଦ୍ର ସୂତ୍ର ଅନୁସାରେ ଗତ ୫ଦିନ ପୂର୍ବରୁ ଡାକ୍ତର ରାଉତ କୁଆଡ଼େ ବ୍ୟବସାୟିକ ଫାଇଦା ପାଇଁ ନିଜ ନିର୍ବାଚନମଣ୍ଡଳୀ ପାରାଦୀପରେ ଥିବା ଏକ ଘରୋଇ ବୃହତ ଶିଳ୍ପ ସଂସ୍ଥା ଉପରେ ପ୍ରଶାସନିକ ଚାପ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରିଥିଲେ । କିନ୍ତୁ ଡାକ୍ତର ରାଉତଙ୍କୁ ଅଣଦେଖା କରି ସେହି ସଂସ୍ଥା ସିଧାସଳଖ ଅନ୍ୟଜଣେ ନେତାଙ୍କ ମାଧ୍ୟମରେ ନିଜର କାର୍ଯ୍ୟ କରାଇ ନେଇଛି । ଏଥିରେ ମନ୍ତ୍ରୀଙ୍କ ପକେଟ୍କୁ ମୋଟା ପାଣ୍ଠି ଆସିବାର ସୁୂଯୋଗ ହାତଛଡ଼ା ହୋଇଥିବାରୁ କ୍ଷମତାକେନ୍ଦର କାର୍ଯ୍ୟଶୈଳୀକୁ ନେଇ ଏବେ ସିଏ କୁଆଡ଼େ ଚାରିଆଡ଼େ କହି ବୁଲୁଛନ୍ତି ।

ଲେଡ଼ି ଅଫିସର୍ଙ୍କ କରାମତି
ରାଜଧାନୀ ଭୁବନେଶ୍ୱରରେ ପୁଲିସ୍ ବିଭାଗରେ ଏଭଳି ଜଣେ ମହିଳା ଅଫିସର୍ ଅଛନ୍ତି ଯାହାଙ୍କ ପ୍ରଭାବକୁ ନେଇ ଏବେ କମିଶନରେଟ ପୁଲିସ୍ରେ ଚର୍ଚ୍ଚା । ଆଲୋଚନା ହେଉଛି, ଏହି ମହିଳା ଅଫିସର କୁଆଡ଼େ କେବେ ନିଜର ବରିଷ୍ଠ ଅଫିସର୍ଙ୍କ ଫୋନ୍ ଧରନ୍ତି ନାହିଁ କିମ୍ବା ଥାନାରେ ବେଶୀ ସମୟ ରୁହନ୍ତି ନାହିଁ । ଆଉ ଏସବୁ ସତ୍ୱେ ବି ତାଙ୍କର କମିଶନରେଟ୍ ପୁଲିସ୍ରେ ଫୁଲ୍ ପ୍ରଭାବ । ତାଙ୍କ ସହ ଟିକେ କଥା ହେବାକୁ କୁଆଡ଼େ କମିଶନରେଟ୍ ପୁଲିସ୍ର ବରିଷ୍ଠ ଅଫିସର୍ମାନଙ୍କ ମଧ୍ୟରେ ଏକରକମ ପ୍ରତିଦ୍ୱନ୍ଦ୍ୱିତା ଚାଲେ । ନିଜର ସିନିୟର ଅଫିସରମାନଙ୍କ ଏଭଳି ଦୁର୍ବଳତା ଜାଣିବା ପରେ ସମ୍ପୃକ୍ତ ମହିଳା ଅଫିସର୍ କୁଆଡ଼େ ଏବେ ଧରାକୁ ସରା ମଣୁଛନ୍ତି । ପୁଲିସ୍ ମହଲରେ ଚର୍ଚ୍ଚା ହେଉଛି, ଏହି ମହିଳା ପୁଲିସ୍ଙ୍କ ପ୍ରତି ଜଣେ ଆଇପିଏସ୍ଙ୍କର ଘନିଷ୍ଠତା ରହିଛି । ସମ୍ପୃକ୍ତ ମହିଳା ପୁଲିସ୍ଜଣକ ଏହାର ବେଶ୍ ଫାଇଦା ଉଠାଇବାରେ ଲାଗିଛନ୍ତି । ସର୍ବୋଚ୍ଚ ପାହ୍ୟାରେ ରହୁଥିବା ପୁଲିସ୍ ଅଫିସରମାନଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ କୁଆଡ଼େ ଏହି ମହିଳା ପୁଲିସ୍ଜଣକ ନିଜର ସିନିୟରଙ୍କୁ ଅସମ୍ମାନ ବି କରିବାକୁ ପଛାଉ ନାହାନ୍ତି । ଏସିପି ର୍ୟାଙ୍କର ଅଫିସର୍ମାନେ ଏହି ମହିଳାଙ୍କ ସହ କଥା ହେବାକୁ ଭୟ କରୁଥିବାବେଳେ କମିଶନରେଟ ପୁଲିସ୍ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଜଣେ ବରିଷ୍ଠ ଅଫିସର୍ଙ୍କ ସହ ଏହି ମହିଳାଙ୍କ ସମ୍ପର୍କ କୁଆଡ଼େ ଏବେ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯଦି କୌଣସି କାର୍ଯ୍ୟକ୍ରମରେ ଏହି ମହିଳା ପୁଲିସ୍ଙ୍କ ସହ ସମ୍ପୃକ୍ତ ଆଇପିଏସ୍ଙ୍କ ଦେଖା ହୋଇଗଲା ,ତା’ହେଲେ କଥା ସରିଲା । ନିଜ ଗାଡ଼ିରୁ ସମସ୍ତ କର୍ମଚାରୀଙ୍କୁ ଓହ୍ଲାଇ ବାବୁ କୁଆଡ଼େ ଏହି ମହିଳାଙ୍କ ସହ କଥାରେ ମସଗୁଲ ହୋଇଯାଆନ୍ତି । ଆଉ ଯେଭଳି କେହି ଡିଷ୍ଟ୍ରବ୍ ନକରିବେ ସେଥିପାଇଁ ଗାଡ଼ିଠାରୁ କିଛି ଦୂର ପର୍ଯ୍ୟନ୍ତ ନିଜର ବ୍ୟକ୍ତିଗତ ଅଙ୍ଗରକ୍ଷୀମାନଙ୍କୁ ଠିଆ ହେବାକୁ ନିର୍ଦ୍ଦେଶ ଦିଆଯାଏ ।

ONA

Leave a Reply

Top