You are here
Home > ସଞ୍ଜିବନୀ > ଗର୍ଭାଶୟରେ ଟୁ୍ୟମର ଓ ନିରାକରଣ

ଗର୍ଭାଶୟରେ ଟୁ୍ୟମର ଓ ନିରାକରଣ

ମହିଳାମାନଙ୍କ ଗର୍ଭାଶୟରେ ଟ୍ୁ୍ୟମର ହେବା ଏକ ସାଧାରଣ କଥା । ଆମ ଭିତରୁ ଅନେକ ମହିଳା ଅଛନ୍ତି ଯେଉଁମାନେ ଏହି ରୋଗର ଶିକାର ହୋଇଥାଆନ୍ତି । ଗର୍ଭାଶୟ ଭିତରେ ଏବଂ ବାହାରେ ମାଂସ ପିଣ୍ଡୁଳା ଭଳି ଏକ ଅଂଶ ବଢିବାକୁ ଟୁ୍ୟମର କୁହାଯାଏ । ଏହା ଶରୀରକୁ ବିଶେଷ କ୍ଷତି ନପହଞ୍ଚାଇଲେ ବି ଏହାର ନିରାକରଣ ଜରୁରୀ
ଗର୍ଭାଶୟରେ ଟୁ୍ୟମର-କାରଣ
ଗର୍ଭାଶୟ ଟୁ୍ୟମର ଏସଟ୍ରୋଜେନ ନାମକ ଏକ ହରମୋନ ଯୋଗୁ ହୋଇଥାଏ, ଯାହାକି କେବଳ ମହିଳାମାନଙ୍କ ଶରୀରରେ ଥାଏ । ଗର୍ଭାଶୟରେ ମାଂସ ପିଣ୍ଡୁଳା ସାଧାରଣ ଗର୍ଭାଶୟ ମାଂସପେଶୀ କୋଷଗୁଡିକରୁ ବିକଶିତ ହୋଇଥାଏ । ଅସ୍ୱାଭାବିକ ଭାବେ ଏହି ମାଂସ ପିଣ୍ଡୁଳା ବଢିଥାଏ । କୋଷହୁଡିକ ବଢି ବଢି ଟ୍ୟୁମରରେ ପରିଣତ ହୋଇଥାଏ । ତେବେ ଯୌବନ ଅବସ୍ଥାରେ ପୂର୍ବରୁ ଗର୍ଭାଶୟ ଟ୍ୁ୍ୟମର ହୋଇନଥାଏ । ସାଧାରଣତଃ ୩୦ ବର୍ଷ ପରେ ଯାଇ ମହିଳାମାନେ ଗର୍ଭାଶୟ ଟୁ୍ୟମରରେ ପୀଡିତ ହୁଅନ୍ତି । ତେବେ କେତେକ ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ଆରମ୍ଭ ହେବା ପରେ ଏହା ଆପେ ଆପେ ମିଳାଇ ଯାଇଥାଏ । କାରଣ ଏହାପରେ ଏସଟ୍ରୋଜେନ ହରମୋନର ସ୍ତର ହ୍ରାସ ପାଇଥାଏ ।
ଲକ୍ଷଣ
ଅଧିକାଂଶ କ୍ଷେତ୍ରରେ ଗର୍ଭାଶୟରେ ଟୁ୍ୟମରର ଆଦୌ କୌଣସି ଲକ୍ଷଣ ପରିଲକ୍ଷିତ ହୁଏ ନାହିଁ । କତେକ ମହିଳାଙ୍କଠାରେ ହେଉଥିବା ଗର୍ଭାଶୟ ଟୁ୍ୟମର ବହୁତ ଛୋଟ । ସେଗୁଡିକ କୌଣସି କ୍ଷତି ପହଞ୍ଚାନ୍ତି ନାହିଁ । ଏପରିକି ଅନେକ କ୍ଷେତ୍ରରେ ମହିଳାମାନେ ଜାଣିପାରନ୍ତି ନାହିଁ ଯେ, ସେମାନଙ୍କ ଗର୍ଭାଶୟରେ ଟୁ୍ୟମର ହୋଇଛି ।
-ମାସିକ ଋତୁସ୍ରାବ ସମୟରେ ପରିବର୍ତ୍ତନ, ଆବଶ୍ୟକ ସମୟଠାରୁ ଅଧିକ ଦିନ ଧରି ଋତୁସ୍ରାବ ଏବଂ ମାତ୍ରାଧିକ ରକ୍ତସ୍ରାବ ହେବା ।
-ସବୁବେଳେ ପେଟ ପୂରିଲା ପୂରିଲା ଏବଂ ଭାରି ଲାଗିବା । ଏହାସହ ତଳିପେଟରେ ଯନ୍ତ୍ରଣା ଅନୁଭବ କରିବା
-ଖାଦ୍ୟ ହଜମରେ ବିଳମ୍ବ ଏବଂ କୋଷ୍ଠକାଠିନ୍ୟ
କେଉଁ ମହିଳାଙ୍କୁ ହୋଇଥାଏ..
-ଗର୍ଭାଶୟ ଟୁ୍ୟମର ଏକ ବଂଶାନୁକ୍ରମିକ ରୋଗ ।  ଘରେ ଯଦି ମା ଓ କିମ୍ବା ଅନ୍ୟ ରକ୍ତ ସମ୍ପର୍କୀୟଙ୍କୁ ଏହା ହୋଇଥାଏ, ତେବେ ସେହି ମହିଳାଙ୍କଠାରେ ଗର୍ଭାଶୟ ଟୁ୍ୟମର ହେବାର ସମ୍ଭାବନା ରହିଥାଏ ।
– ମହିଳାମାନେ ମା ହେବା ପରେ ସେମାନଙ୍କୁ ଗର୍ଭାଶୟରେ ଟୁ୍ୟମର ହେବା ସମ୍ଭାବନା କମ ।
ଦ୍ଭ ଯେଉଁ ମହିଳାମାନଙ୍କର ମାସିକ ଋତୁସ୍ରାବ ଖୁବ କମ ବୟସରେ ଆରମ୍ଭ ହୋଇଯାଇଥାଏ, ସେମାନେ ଗର୍ଭାଶୟ ଟୁ୍ୟମରରେ ପୀଡିତ ହେବାର ଅଧିକ ସମ୍ଭାବନା ରହିଥାଏ ।
ନିରାକରଣ
-ଅଧିକାଂଶ ମହିଳା ଗର୍ଭାଶୟ ଟୁ୍ୟମର ଚିକିତ୍ସା ଆବଶ୍ୟକ କରନ୍ତି ନାହିଁ । କାରଣ ଟୁ୍ୟମର ଛୋଟ ଥିଲେ ଏହା ଶରୀରର କୌଣସି କ୍ଷତି କରନ୍ତି ନାହିଁ । ସମସ୍ୟା ସୃଷ୍ଟି କରୁଥିବା ଗର୍ଭାଶୟ ଟ୍ୁ୍ୟରଗୁଡିକୁ ଔଷଧ  ଅବା ଅସ୍ତ୍ରୋପ୍ରଚାର   କରି ଚିକିତ୍ସା କରାଯାଏ ।
-ଯେଉଁ ମହିଳାମାନେ ଅସ୍ତ୍ରୋପ୍ରଚାର ପାଇଁ ଫିଟ ନଥାଆନ୍ତି ସେମାନେ ଔଷଧ ଖାଇ ଏଥିରୁ ଉପଶମ ପାଇପାରିବେ ।
ତଳିପେଟ ପରୀକ୍ଷା ବେଳେ ଡାକ୍ତର ଗର୍ଭାଶୟ ଟୁ୍ୟମର ସମ୍ପର୍କରେ ଜାଣିପାରନ୍ତି । ତେବେ ଗର୍ଭାଶୟରେ ଟୁ୍ୟମର ହେଇଥିବା ନେଇ ସ୍ପଷ୍ଟ କରିବା ପାଇଁ ଅଲଟ୍ରାସାଉଣ୍ଡ, ଏମଆରଆଇ ଓ ହିଷ୍ଟେରୋସ୍କୋପି ଆଦି କରାଯାଇଥାଏ । ଯଦି ଆପଣ ଉପରିକ୍ତ ଲକ୍ଷଣ ଦେଖୁଛନ୍ତି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ପରୀକ୍ଷା କରାଇ ନିଅନ୍ତୁ ।

ONA

Leave a Reply

Top