You are here
Home > ବିଶେଷ > ଗର୍ଭାବସ୍ଥାରେ ଡାଇବେଟିସ

ଗର୍ଭାବସ୍ଥାରେ ଡାଇବେଟିସ

ଗର୍ଭାବସ୍ଥାରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ଅଧିକ ସଚେତନ ରହିବା କଥା । କାରଣ ଏହି ସମୟରେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ଥାଏ । କିଛି ଦିନ ତଳେ ଆମେ ଆପଣଙ୍କୁ ଗର୍ଭାବସ୍ଥା ସମୟରେ ରକ୍ତହୀନତା ଏବଂ ଏଡସ୍୍ ସମ୍ପର୍କରେ କହିଥିଲୁ । ଆଜି ଆମେ ଜାଣିବା ଗର୍ଭାବସ୍ଥାରେ ଡାଇବେଟିସ୍୍ ସମ୍ପର୍କରେ । କଣ ଏହାର କାରଣ ଓ କେମିତି ଏହାର ନିରାକରଣ କରିହେବ ।
ଡାଇବେଟିସ୍୍ ହେଉଛି ଉଚ୍ଚ ରକ୍ତ ଶର୍କରା ସ୍ତରରେ ଇମବାଲାନ୍ସ ବା ବିଶୃଖଂଳା । ଗର୍ଭାବସ୍ଥାରେ ଡାଇବେଟିସ୍୍ ହେଉଛି ଏହାର ଏକ ପ୍ରକାର । ଜଣେ ମହିଳା ଗର୍ଭବତୀ ହେଲା ପରେ ହିଁ ପ୍ରଥମ ଥର ପାଇଁ ତାଙ୍କଠାରେ ଏହି ପ୍ରକାର ଡାଇବେଟିସ୍୍ ଚିହ୍ନଟ କରାଯାଇଥାଏ । ସାଧାରଣତଃ ଗର୍ଭାବସ୍ଥାର ଦ୍ୱିତୀୟ ତ୍ରୟମାସରେ ମହିଳମାନଙ୍କଠାରେ ଏହି ପ୍ରକାରର ଡାଇବେଟିସ୍୍ ଚିହ୍ନଟ କରାଯାଇଥାଏ ।
ଆମେ ଖାଉଥିବା ଖାଦ୍ୟରୁ ଶରୀର ଭିତରେ ଗ୍ଲୁକୋଜ ତିଆରି ହୁଏ । ସେହିଭଳି ପାନକ୍ରିଅସରୁ ଇନସ୍ୁ୍ୟଲିନ୍୍ ନାମକ ଏକ ହରମୋନ୍୍ କ୍ଷରଣ ହୋଇଥାଏ । ଏହି ଇନସୁ୍ୟଲିନ ଗ୍ଲୁକୋଜକୁ ଶରୀରର କୋଷଗୁଡିକ ଭିତରକୁ ନେଇ ଯାଆନ୍ତି ଓ ସେଗୁଡିକ କାର୍ଯ୍ୟକ୍ଷମ କରାଇଥାନ୍ତି । ଫଳରେ ଶରୀରକୁ ଶକ୍ତି ମିଳିଥାଏ । ଯଦି କୌଣସି କାରଣରୁ ଶରୀରରୁ ଆବଶ୍ୟକ ଇନସୁ୍ୟଲିନ୍୍ କ୍ଷରଣ ହେବ ନାହିଁ ଅବା କୋଷଗୁଡିକ ଠିକ୍୍ ଭାବେ କାମ କରିବେ ନାହି ତାହେଲେ ଗ୍ଲୁକୋଜ କୋଷଗୁଡିକ ଭିତରକୁ ପ୍ରବାହିତ ହେବ ନାହିଁ ଏବଁ ଏହା ରକ୍ତରେ ହିଁ ରହିଯିବ ।
ଗର୍ଭାବସ୍ଥାରେ ପ୍ଲାସେଣ୍ଟା ବା ଫୁଲ ହରମୋନ୍୍ ତିଆରି କରିଥାଏ । ସେହି ହରମୋନ୍୍ ଗର୍ଭବତୀ ମହିଳାଙ୍କ ଶରୀରରେ ଇନସୁ୍ୟଲିନର ପ୍ରଭାବକୁ ହ୍ରାସ କରିଦିଏ । ତେଣୁ ଜଣେ ଗର୍ଭବତୀ ମହିଳା ତିନି ଗୁଣା ଇନୁ୍ୟଲିନ ଆବଶ୍ୟକ କରିଥାନ୍ତି । ଗର୍ଭାବସ୍ଥାରେ ଯେତେବେଳେ ପାନକ୍ରିସ୍୍ ଆବଶ୍ୟକ ଇନସ୍ୟପଲିନ ପ୍ରସ୍ତୁତ କରିପାରେ ନାହିଁ ସେତେବେଳେ ରକ୍ତରେ ଶର୍କରାର ସ୍ତର ବଢିଯାଏ । ଫଳରେ ଗର୍ଭବତୀ ମହିଳା ଡାଇବେଟିସର ଶିକାର ହୁଅନ୍ତି ଓ ଏହାକୁ କୁହାଯାଏ ଗର୍ଭାବସ୍ଥାରେ ଡାଇବେଟିସ୍୍ ।
ଗର୍ଭାବସ୍ଥାରେ ଡାଇବେଟୁସରେ ପୀଡିତ ହୋଇଥିବା ମହିଳାମାନେ ଭବିଷ୍ୟତରେ ଗର୍ଭବତୀ ହେଲେ ପୁଣି ଥରେ ଏଥିରେ ପୀଡିତ ହେବାର ସମ୍ଭାବନା ଖୁବ ଅଧିକ । ସେହିପରି ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ଡାଇବେଟିସର ପୀଡିତ ହୋଇଥାଆନ୍ତି ସେମାନେ ୧୦ରୁ ୨୦ ବର୍ଷ ପରେ ପୁଣି ଡାଇବେଟୁସର ଶିକାର ହେବାର ସମ୍ଭାବନା ରହିଥାଏ ।
ଗର୍ଭାବସ୍ଥାରେ ଡାଇବେଟିସର ପ୍ରଭାବ
   ଗର୍ଭାବସ୍ଥାରେ ଡାଇବେଟିସ୍୍ ହେଲେ ମହିଳାମାନଙ୍କୁ ବାରମ୍ବାର ଶେଷ ଓ ପରିସ୍ରା ଲାଗିଥାଏ । ସେମାନେ ହାଲିଆ ଅନୁଭବ କରନ୍ତି । ଏଖିକୁ ଝାପସା ଦେଖାଯାଏ । ବ୍ଲାଡର, ମୂତ୍ରନଳୀ ଓ ଚର୍ମରେ ଇନଫେକ୍ସନ ଦେଖାଯିବ ।
   ମା ପେଟରେ ପିଲା ଅଧିକ ବଡ ହୋଇଯାଏ ଓ ପ୍ରସବ ସମୟରେ ସମସ୍ୟା ଦେଖାଯାଇଥାଏ ।
   ବିଶେଷ କରି ଶିଶୁର ଉପରଭାଗର ଓଜ ଅଧିକ ହୋଇଯାଏ । ପିଲାର ଓଜନ ଅଧିକ ହୋଇଗଲେ ପ୍ରସବ ବେଳେ ତାର କାନ୍ଧ ବାର୍ଥ କେନାଲରେ ଲାଖି ଯିବାର ଭୟ ରହିଛି ।
   ଗର୍ଭାବସ୍ଥାର ପ୍ରଥମ ଦୁଇମାସ ମଧ୍ୟରେ ରକ୍ତରେ ଶର୍କରା ଅଂଶ ନିୟନ୍ତ୍ରଣରେ ନରହିଲେ ଛୁଆ ଶରୀରରେ ଜନ୍ମଜନିତ ତ୍ରୁଟି ପରିଲକ୍ଷିତ ହୋଇଥାଏ ।
   ଗର୍ଭାବସ୍ଥାରେ ଡାଇବେଟିସ୍୍ ନିୟନ୍ତ୍ରଣାଧୀନ ନରହିଲେ ନବଜାତ ଶିଶୁ ଜଣ୍ଡିସରେ ପୀଡିତ ହେବାର ସମ୍ଭାବନା ଅଧିକ ଥାଏ । ସେହିପରି ନିଶ୍ୱାସପ୍ରଶ୍ୱାସରେ ବି ଅସୁବିଧା ହୁଏ ।
   ଶିଶୁ ପିଲିସିଥେମିଆ ଓ ହାଇପୋକ୍ୟାଲସେମିଆରେ ପୀଡିତ ହେବାର ଆଶଙ୍କା ଥାଏ । ଛୁଆର ହୃଦ ସ୍ପନ୍ଦନ ମଧ୍ୟ ପ୍ରଭାବିତ ହୋଇଥାଏ ।
କିପରି କରିବେ ଚିକିତ୍ସା
  ଗର୍ଭାବସ୍ଥାରେ ଡାଇବେଟସ୍କୁ ପ୍ରତିରୋଧ କରିବା ତଥା ଏହାର ଚିକିତ୍ସା ପାଇଁ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ନିୟମିତ ଖାଇବା ଆବଶ୍ୟକ । ଖାଦ୍ୟରେ ଶ୍ୱେତସାର, ପୃଷ୍ଟିସାର ଓ ସ୍ନେହସାରର ମାତ୍ରା, ସନ୍ତୁଳିତ ରହିବା ଦରକାର । ଏଥିପାଇଁ ଜଣେ ପଞ୍ଜୀକୃତ ଡାଏଟିସିଆନଙ୍କ ପରାମର୍ଶ ନେବା ଉଚିତ୍୍ ।
   ଖାଇବା ପିିଇବା ଟାଇମ୍୍ ଠିକ୍୍ ରଖିବା ଉଚିତ । ଦିନ ଭିତରେ ତିନୋଟି ଛୋଟ ମିଲ, ଦୁଇରୁ ଚାରି ଥର ସ୍ନାକ୍ସ ଖାଇବା ଉଚିତ । ଏହି ସମୟରେ ମିଠା, କେକ୍୍, ଚକୋଲେଟ୍୍ ଓ ଥଣ୍ଡାପାନୀୟଠାରୁ ଦୂରେଇ ରହିବା ଉଚିତ ।
   ସକାଳେ ସନ୍ଧ୍ୟାରେ ଅଳ୍ପ ଅଳ୍ପ ଚାଲିବା ଅଭ୍ୟାସ କରନ୍ତୁ । ଏହାଦ୍ୱାରା ଶର୍କରାର ସ୍ତର ସ୍ୱାଭାବିକ ରହିଥାଏ ।
  ପ୍ରତିଦିନ ରକ୍ତରେ ଗ୍ଲୁକୋଜର ପରିମାଣକୁ ପରୀକ୍ଷା କରାଇବା ଉଚିତ । ଯଦି ନ୍ତୁଳିତ ଖାଦ୍ୟ ଓ ବ୍ୟାୟାମ ସତ୍ତ୍ୱେ ଶରୀରର ଶର୍କରାର ଅଂଶ ସ୍ୱାଭାବିକ ନରହିଲେ ଇନସୁ୍ୟଲିନ ଟ୍ରିଟମେଣ୍ଟ ନେବା ଦରକାର ।
ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଛି ଯେ, ପ୍ରସବ ପରେ ଆଉ ସେମାନେ ଡାଇବେଟସରେ ପୀଡିତ ହୁଅନ୍ତି ନାହିଁ । କିନ୍ତୁ ତିନି ଭାଗରୁ ଏକ ଭାଗ ମହିଳାଙ୍କଠାରେ ପ୍ରସବ ପରେ ମଧ୍ୟ ଡାଇବେଟିସ୍୍ ରହିବ । ଏଣୁ ପ୍ରସବର ୬ରୁ ୧୨ ସପ୍ତାହ ପରେ ଗ୍ଲୁକୋଜ ଟେଷ୍ଟ କରାଇ ଦେବା ଦରକାର । ସେମାନେ ପ୍ରତିବର୍ଷ ମଧ୍ୟ ଏହି ପରୀକ୍ଷା କରିପାରନ୍ତି ।

ONA

Leave a Reply

Top