You are here
Home > ପଲିଟିକ୍ସ > ଗଡିଲାନି ଗାଡି….ଅଖଚକ ଜାମ

ଗଡିଲାନି ଗାଡି….ଅଖଚକ ଜାମ

ଭୁବନେଶ୍ୱର,: ତେଲ ଦର ଆକାଶଛୁଆଁ । ଗ୍ୟାସ ରେଟ ତ’ ନକହିଲେ ଭଲ । ଯାହାପାଇଁ ଏବେ ସାଧାରଣ ଲୋକଟିଏ ନାହିଁ ନଥିବା ସମସ୍ୟା ଭୋଗୁଛି । ତେଣୁ ଏହାର ପ୍ରତିବାଦ କରି ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । କଟକ-ଭୁବନେଶ୍ୱରରେ ୬ଘଣ୍ଟା ପାଇଁ ଚକାଜାମର ଡାକରା ଦେଇଛି । ଯାହାର ପ୍ରଭାବ ମଧ୍ୟ ପଡିଛି । ଠପ ହୋଇଯାଇଛି ଯାତାୟତ । ସକାଳ ୬ରୁ କଂଗ୍ରେସ କର୍ମୀମାନେ ପିକେଟିଂ ଆରମ୍ଭ କରିଥିଲେ ।

ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଅଟକି ଯାଇଥିଲା ଗାଡିମୋଟର । ତେବେ ୬ରୁ ୧୨ଟା ପର୍ଯ୍ୟନ୍ତ ଗାଡି ନଚଳାଇବାକୁ କଂଗ୍ରେସ ପୂର୍ବରୁ ପରାମର୍ଶ ଦେଇଥିଲା । ସେପଟେ ବନ୍ଦ ଡାକରା ନେଇ ବରମୁଣ୍ଡାରେ ଅଟକି ରହିଥିଲା ବସ । କେବଳ ବରମୁଣ୍ଡା ନୁହେଁ କଟକ ବାଦାମବାଡିରେ ମଧ୍ୟ ସମାନ ଦୃଶ୍ୟ ନଜରକୁ ଆସିଥିଲା । ପୂରା ଘଟଣା ଉପରେ ନଜର ରଖିବା ଲାଗି କମିଶନରେଟ ପୁଲିସ ମଧ୍ୟ ତୟାର ହୋଇଥିଲା । ସହରରେ ପାଖାପାଖି ୨୦ରୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ସୂଚନା ମିଳିଛି । କର୍ଣ୍ଣାଟକ ନିର୍ବାଚନ ପରେ ତେଳ ଦେର ବଢ଼ିବାରେ ଲାଗିଛି । ଯାହା ସାଧାରଣ ଲୋକଙ୍କ ପାଇଁ ଅଡୁଆ ପରସ୍ଥିତି ସୃଷ୍ଟି କରିଛି । ତେଣୁ ଜନତାଙ୍କ ନୈତିକତା ଦୃଷ୍ଟିରୁ କଂଗ୍ରେସ ଏହି ଆନ୍ଦୋଳନରେ ସାମିଲ ହୋଇଛି ବୋଲି କୁହାଯାଇଛି । ସେପଟେ ବନ୍ଦ ଡାକରା ନେଇ ଅନେକ ଯାତ୍ରୀ ମଧ୍ୟ ହନ୍ତସନ୍ତ ହୋଇଛନ୍ତି ।

ONA

Leave a Reply

Top