You are here
Home > Breaking News > ଗଠନ ହେବ ବ୍ରାହ୍ମଣ ୱେଲଫେୟାର କର୍ପୋରେସନ: ବିରୋଧି କହିଲେ ଏହା ଭୋଟ ରାଜନୀତି

ଗଠନ ହେବ ବ୍ରାହ୍ମଣ ୱେଲଫେୟାର କର୍ପୋରେସନ: ବିରୋଧି କହିଲେ ଏହା ଭୋଟ ରାଜନୀତି

ଭୁବନେଶ୍ୱର: ବ୍ରାହ୍ମଣ ସମ୍ପ୍ରଦାୟର ସୁରକ୍ଷା ତଥା ବ୍ରାହ୍ମଣଙ୍କ ସଂସ୍କୃତି ଓ ପରମ୍ପରାର କଲ୍ୟାଣ କରିବାକୁ ରାଜ୍ୟ ସରକାର ଗଠନ କରିବେ ବ୍ରାହ୍ମଣ ୱେଲଫେୟାର କର୍ପୋରେସନ । ଭାରତର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସମେତ ଅନ୍ୟ କିଛି ରାଜ୍ୟରେ ବ୍ରାହ୍ମଣଙ୍କ ସୁରକ୍ଷା ଲାଗି ଏପରି କର୍ପୋରେସନ ଗଠନ ହୋଇଥିବା ବେଳେ ଓଡ଼ିଶାରେ ଏପରି ଏକ ସଂସ୍ଥା ଗଠନ ହେବ ବୋଲି ସରକାର ସୂଚନା ଦେଇଛନ୍ତି ।
ତେବେ ରାଜ୍ୟ ସରକାରଙ୍କ ଅତିରିକ୍ତ ଭାଷା, ସାହିତ୍ୟ ସଂସ୍କୃତି ସଚିବ ଏ ସମ୍ପର୍କରେ ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ରାଜ୍ୟର ଅଧିକାଂଶ ବ୍ରାହ୍ମଣଙ୍କ ମୁଣ୍ଡପିଛା ଆୟ ବହୁତ କମ । ସେମାନଙ୍କ ଲାଗି ସ୍ୱତନ୍ତ୍ର ରୂପେ ସେପରି କିଛି ସରକାରୀ ସୁବିଧା ଦିଆଯାଇନାହିଁ । ଅନ୍ୟ କେତେକ ରାଜ୍ୟରେ ଏହି ସୁବିଧା ବ୍ରାହ୍ମଣମାନେ ପାଇ ପାରୁଥିବା ବେଳେ ଓଡ଼ିଶାରେ ଏହା ଖୁବଶିଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଅତିରିକ୍ତ ସଂସ୍କୃତି ସଚିବ ।

ତେବେ କିଛିଦିନ ପୂର୍ବରୁ ବ୍ରାହ୍ମଣଙ୍କ ସମ୍ପର୍କରେ କିଛି ମନ୍ତବ୍ୟ ଦେଇ ମନ୍ତ୍ରୀପଦ ହରାଇଥିବା ଡ଼ା.ଦାମୋଦର ରାଉତ ମଧ୍ୟ ବିଜେଡ଼ିର ଉପସଭାପତି ପଦ ହରାଇଥିଲେ । ଜାତିବାଦକୁ ନେଇ କିଛିଦିନ ପୂର୍ବରୁ ଓଡ଼ିଶାରେ ଚର୍ଚ୍ଚା ଜୋର୍ ଧରିଥିଲା । କଥାହେଉଛି ରାଜ୍ୟସରକାରଙ୍କ ଏହି ବ୍ରାହ୍ମଣ ପ୍ରୀତି ସେମାନଙ୍କର ପ୍ରକୃତରେ କଲ୍ୟାଣ ଲାଗି କି ଆଗକୁ ନିର୍ବାଚନ ଥିବାରୁ ଏହା ଏକ ଭୋଟ ରାଜନୀତି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ରାଜନୈତିକ ନେତାମାନେ । ଏ ସମ୍ପର୍କରେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ସରକାର ଭୋଟ ରାଜନୀତି କରୁଥିବା କହିଥିବା ବେଳେ କଂଗ୍ରେସ ନେତା ତାରା ବାହିନୀପତି ଏହାକୁ ସରକାରଙ୍କ ଭୋଟ ପାଇଁ ରାଜନୀତି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ପ୍ରସଙ୍ଗରେ ବରିଷ୍ଠ ବିଜେଡ଼ି ନେତା ଡ଼ା.ଦାମୋଦର ରାଉତ କହିଛନ୍ତି, ଏହି ଭୋଟ ରାଜନୀତି ସମସ୍ତ ଦଳ ଆପଣେଇ ନେଇଛନ୍ତି, ଏବଂ ଏହା କାହାକୁ ଅଛପା ନୁହେଁ ।

ONA

Leave a Reply

Top