You are here
Home > ଲାଟେଷ୍ଟ > ଗଞ୍ଜାମରେ ନିର୍ଭୟା କାଣ୍ଡ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଗଞ୍ଜାମରେ ନିର୍ଭୟା କାଣ୍ଡ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର:  ୨୦୧୨ ଡିସେମ୍ବର ୧୬ରେ  ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଭଳି ମାମଲା ଗଞ୍ଜାମ ଜିଲ୍ଲାର ଏକ ଜଙ୍ଗଲରେ ସୋମବାର ଅପରାହ୍ନରେ ଦେଖିବାକୁ ମିଳିଛି । ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଥାନା କ୍ଷତିୟବରପୁର ଛକ ଠାରୁ ଅତି ନିକଟରେ ଥିବା ବୁଢ଼ାକେନ୍ଦୁ ଠାକୁରାଣୀ ମନ୍ଦିର ପାଖ ଜଙ୍ଗଲରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ କଲେଜ ଛାତ୍ରୀ । ଦିଲ୍ଲୀର ନିର୍ଭୟାଙ୍କ ପୁରୁଷ ବନ୍ଧୁ ଯେମିତି ଅମାନୁଷିକ ଭାବରେ ଦୁଷ୍କର୍ମକାରୀଙ୍କ ଠାରୁ ମାଡ଼ ଖାଇଥିଲେ, ସେହିପରି ଗଞ୍ଜାମର ଏହି ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଭାବି ପତି ମାଡ଼ ଖାଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ମିଳିଥିବା ସୂଚନା ଅନୁସାରେ କେଇ ବର୍ଷ ପୂର୍ବରୁ ମା’ ଛେଉଣ୍ଡ କଲେଜ ଛାତ୍ରୀ ନିଜ ବଡ଼ ଭଉଣୀଙ୍କ ଘରେ ରହି ନିକଟସ୍ଥ କଲେଜରେ ପାଠ ପଢୁଥିଲେ । ପାଠ ପଢ଼ା ଶେଷ ହୋଇ ନ ଥିବା ବେଳେ, ମାଣିତରା ଗ୍ରାମର ଜଣେ ଯୁବକଙ୍କ ସହିତ ତାଙ୍କର ବିବାହ ଠିକ ହୋଇ ସାରିଥିଲା । ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବା ଯୁବକଙ୍କ ସହିତ ଆଗାମୀ ଜାନୁଆରିରେ କଲେଜ ଛାତ୍ରୀଙ୍କର ବିବାହ ସ୍ଥିର ହୋଇଥିଲା । ଅନ୍ୟ ଦିନ ଭଳି ଛାତ୍ରୀ ଜଣକ ନିର୍ଦ୍ଧାରିତ ସମୟରେ କଲେଜ ପହଞ୍ଚି ଥିଲେ । ସେହିଭଳି ବୁଢ଼ାକେନ୍ଦୁ ଠାକୁରାଣୀ ମନ୍ଦିର ବୁଲାଇ ନେବାକୁ ଭାବି ପତି ମଧ୍ୟ ୨ଟାରେ କଲେଜ ପହଞ୍ଚି ଥିଲେ । ଉଭୟ ମନ୍ଦିରରେ ପହଞ୍ଚିବାର କିଛି ସମୟ ପରେ ୬ଜଣ ଯୁବକ ମଧ୍ୟ ପହଞ୍ଚିଥିଲେ । ଛାତ୍ରୀଙ୍କ ଭାବି ସ୍ୱାମୀଙ୍କୁ ଗାଳି କରିବା ସହିତ ଛାତ୍ରୀଙ୍କ ମୋବାଇଲ ଛଡ଼ାଇ ନେଇ ଯାଇଥିଲେ । ପରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଛାତ୍ରୀଜଣଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି ।
ONA

Leave a Reply

Top