You are here
Home > Breaking News > ଖୁବଶିଘ୍ର ପିସିସି ପରିବର୍ତ୍ତନ ହେବ – ଜିତେନ୍ଦ୍ର ସିଂହ

ଖୁବଶିଘ୍ର ପିସିସି ପରିବର୍ତ୍ତନ ହେବ – ଜିତେନ୍ଦ୍ର ସିଂହ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗେସ କମିଟି(ପିସିସି)ରେ ଖୁବଶିଘ୍ର ବ୍ୟାପକ ପରିବର୍ତ୍ତନ ହେବ । ପିସିସିରେ ଏହି ପରିବର୍ତ୍ତନର ସୂଚନା ଦେଇଛନ୍ତି ନବନିଯୁକ୍ତ ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ । ଗତ କିଛିଦିନ ହେଲା ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ଇସ୍ତଫା ଦେଇ ଅନ୍ୟ ଦଳକୁ ଚାଲିଯାଉଛନ୍ତି, ଏହି ପ୍ରସଙ୍ଗରେ ପ୍ରଭାରୀ ଜିତେନ୍ଦ୍ର ସିଂହ ଗଣମାଧ୍ୟମକୁ କହିଛନ୍ତି ।

ଆଜି ପିସିସି ପ୍ରଭାରୀ ଦଳ ଭିତରେ ଥିବା ମନୋମାଳିନ୍ୟ ରହିଥିବା ସ୍ୱୀକାର କରି ରାଜ୍ୟ ପିସିସିରେ ଆମୁଳଚୁଳ ପରିବର୍ତ୍ତନର ଇସାରା ଦେଇଛନ୍ତି । ସେ କହିଛନ୍ତି, ପିସିସିରେ ପରିବର୍ତ୍ତନ ନେଇ ଦିଲ୍ଲୀରେ ଆଲୋଚନା କରାଯିବ ଏବଂ ଏ ନେଇ କଂଗ୍ରେସର ବରିଷ୍ଠ ନେତାମାନେ ନିଷ୍ପତ୍ତି ନେବେ । ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଭାରୀ ଜିତେନ୍ଦ୍ର ମଧ୍ୟ କହିଛନ୍ତି, ଉପଯୁକ୍ତ ଲୋକଙ୍କୁ ଠିକ୍ ସ୍ଥାନ ନମିଳିବାରୁ ସେମାନେ ଏପରି କଥା ଭାବୁଛନ୍ତି । ଅବଶ୍ୟ ଏନେଇ ଦଳ ଭିତରେ କିଛି ମନୋମାଳିନ୍ୟ ରହିଛି ଏବଂ ଏହାକୁ ବସି ଆଲୋଚନା ମାଧ୍ୟମରେ ଖୁବଶିଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଓଡ଼ିଶା କଂଗେସ ପ୍ରଭାରୀ ଜିତେନ୍ଦ୍ର ।

More from my site

ONA

Leave a Reply

Top