You are here
Home > ଅଧିକ ଖବର > କ୍ୱାଟର୍ସ ଛାଡିବେ ଆଇଏଏସ୍ ଅଧିକାରୀ

କ୍ୱାଟର୍ସ ଛାଡିବେ ଆଇଏଏସ୍ ଅଧିକାରୀ

ଲଗାତାର୧୮ ବର୍ଷ ହେଲାକ୍ଷମତାରେ ରହିଛି ବିଜେଡି । ଆଉ ପଞ୍ଚମ ଥର ଲାଗି କ୍ଷମତାରେ ରହିବାକୁ ଦଳର ଢେର ଆଗରୁ ରଣନିତୀ ବଦଳାଇଛି । ଦଳର କଳେବର ବଢିଛି । ଆଇନ ସାମ୍ମୁଖ୍ୟ, ଶ୍ରମିକ ସାମ୍ମୁଖ୍ୟ, ସୋସିଆଲ ମିଡିଆ ସେଲ ଭଳି ଦଳରେ ଅନେକ ନୂଆ ଶାଖା ମେଲିଛିି । ହେଲେ ଏସବୁ ଲାଗି ଦଳୀୟ କାର୍ଯ୍ୟାଳୟରେ ରୁମ କମ ପଡୁଛି । ତେଣୁ ବାସ୍ତୁ ଦୋଷ ଦୂର କରିବାକୁ ପାର୍ଟି ଅଫିସର ନୂଆ କଳେବର କରିଥିବା ବିଜେଡି ଏବେ ପାର୍ଟି ଅଫିସର ପରିସର ବଢାଇବାକୁ ଆରମ୍ଭ କରିଛି ଯୋଜନା । ଅଥିପାଇଁ ଜଣେ ଆଇଏଏସ ଅଫିସରଙ୍କୁ ହଟାଇ ସରକାରୀ କ୍ୱାଟର୍ସକୁ
ମିଶାଇ ଏକ ବଡ ଅଫିସ  କରିବାକୁ ଯୋଜନା  କରିଛି ତାହା ପୁଣି ପୁରା  ବାସ୍ତୁ ଅନୁସାରେ ।

ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): ଭିଆଇଆର-୩, ୟୁନିଟ-୬, ଭୁବନେଶ୍ୱର । ଏହି ଠିକଣା ହେଉଛି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟର । ୧୯ ବର୍ଷରୁ ଏହି ସରକାରୀ ବାସଭବନ ବିଜେଡି ନାଁରେ ପଞ୍ଜୀକୃତ ହୋଇଛି । ଯାହା ଦଳୀୟ କାର୍ଯ୍ୟକ୍ରମ, ଏଠାରେ ହୁଏ । ପୂର୍ବରୁ ଖୁବ କମ ସମୟରେ ଗହଳି ଲାଗୁଥିଲା ଏହି ବିଜେଡି କାଯ୍ୟାଳୟରେ । ହେଲେ ବଗତ କିଛି ମାସ ହେବ ଏହି କାର୍ଯ୍ୟାଳୟ ବେଶ୍ ସକ୍ରିୟ ହେଉଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ନିୟମିତ ଯା’ଆସ କରୁଛନ୍ତି । ଛୋଟିଆ ଘଟଣାରେ ବି ଦଳୀୟ ନେତା ମାନେ ଏବେ ଘରେ ଗଣମାଧ୍ୟମକୁ ସାଉଣ୍ଡ ବାଇଟ ନଦେଇ ଦଳୀୟ କାର୍ଯ୍ୟାଳୟକୁ ଡାକୁଛନ୍ତି । ସାଂଗଠନିକ ସ୍ତରରେ ଦଳର ଛାମୁଆ ସଂଗଠନମାନଙ୍କୁ ଗୋଟାଏ ଗୋଟାଏ କକ୍ଷ ମିଳିଛି । ସାମ୍ବାଦିକ ସମ୍ମିଳନୀ ଓ ଦଳୀୟ ବୈଠକ ପାଇଁ ମଧ୍ୟ ଏକ ବଡ ରୁମ୍ ରହିଛି । ହେଲେ ଦଳରେ କର୍ମୀଙ୍କ ସଂଖ୍ୟା ବଢିବାରୁ, ନିଅଣ୍ଟ ପଡୁଛି ଏହି କାଯ୍ୟାଳୟର ଘର । ଯେଉଁଥି ପାଇଁ ଦଳୀୟ କାର୍ଯ୍ୟାଳୟ ବଢାଇବାକୁ ଯୋଜନା କରୁଛନ୍ତି ପାର୍ଟ୍ଟି ସୁପ୍ରିମୋ । ଏଥି ପାଇଁ ପାଖ ସରକାରୀ କ୍ୱାଟର୍ସକୁ କବଜା କରିବା ପାଇଁ ଚାଲିଛି ଗୁପ୍ତ ମନ୍ତ୍ରଣା । ପୂର୍ବରୁ ବାସ୍ତୁ ଦୋଷ କାଟିବା ପାଇଁ ବିଜେଡି କାର୍ଯ୍ୟାଳୟର ଏଣ୍ଟ୍ରି ଗେଟ୍ ବଦଳା ଯାଇଥିଲା । ହେଲେ ଏବେ ବିଜେଡିର ଛାମୁଆ ସଂଗଠନ ଗୁଡିକ ଲାଗି ଅଫିସ୍ ରୁମ୍ ନଥିବାରୁ କାର୍ଯ୍ୟାଳୟର ପରିସର ବଡ କରାଯିବ ବୋଲି ସୂଚନା ମିଳିଛି । ତେବେ ପାର୍ଟ୍ଟି ଅଫିସକୁ ବଢାଇବାକୁ ହେଲେ ନିକଟରେ ଥିବା ସରକାରୀ କ୍ୱାଟକୁ ଦଳ ନିଜ କବଜ୍ଜାକୁ ଆଣିବାକୁ ପଡିବ । ସେଥିଲାଗି ଆରମ୍ଭ ହୋଇଛି ଯୋଜନା । ବିଜେଡି ଅଫିସକୁ ଲାଗି ଯେଉଁ ସରକାରୀ କ୍ୱାଟର୍ସ ଦଖଲ କରିବା ଲକ୍ଷ୍ୟ ରଖିଛି ବିଜେଡି, ସେଠାରେ ରହୁଛନ୍ତି ବରିଷ୍ଠ ଆଇ.ଏ.ଏସ୍ ଅଧିକାରୀ ମଧୁସୁଦନ ପାଢୀ । ହେଲେ ମଧୁ ବାବୁଙ୍କୁ କେମିତି ହଟାଇବେ, ସେଥି ପାଇଁ ନିତିଦିନ ଅଙ୍କକଶା ଚାଲିଥିବା ଖବର ମିଳିଛି ।
ଠଓଈ/୧- ୟୁନିଟ-୬, ଭୁବନେଶ୍ୱର । ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧୁସୁଦନ ପାଢୀ ରହୁଥିବା ଏହି ଠିକଣାକୁ ହଡପ କରିବା ପାଇଁ ଆରମ୍ଭ ହୋଇଛି ଯୋଜନା ବୋଲି କୁହାଯାଉଛି । ହେଲେ ଶୁଣାଯାଉଛି ମଧୁ ବାବୁ ଏହି ଘର ଛାଡିବାକୁ ନାରାଜ । କାରଣ ଅନେକ ପ୍ରୟାସ କରି ସେ ନିଜ ପସନ୍ଦର ସ୍ଥାନରେ କ୍ୱାଟର୍ସ ପାଇଛନ୍ତି । ପୁଣି ବାସ୍ତୁ ଅନୁସାରେ ଘର ବି ସଜାଇଛନ୍ତି । କାରଣ ମେନ୍ ରୋଡ୍ ସାମ୍ନା ଗେଟକୁ ବନ୍ଦ କରି ପଛ ପଛୁ ଗେଟ ଖୋଲିଛନ୍ତି ପାଢୀ ବାବୁ । ତାହା ପୁଣି କ୍ୟାପିଟାଲ ହସ୍ପିଟାଲ ପଛ ଗଳିରେ । ତାଙ୍କ ପତ୍ନୀ ମଧ୍ୟ ଓୟୁଏଟିରେ ଅଧ୍ୟାପିକା । ଏହି ଘରୁ ଓୟୁଏଟି ବି ତାଙ୍କୁ ପାଖ ପଡୁଛି । ସେଥଇଲାଗି କୁଆଡେ ସେ ଏହି ସରକାରୀ କ୍ୱାଟର ଏବେ ଛାଡିବା ମୁଡରେ ନାହାନ୍ତି । ହେଲେ ଏହି କ୍ୱାଟର ନମିଳିଲେ ବାସ୍ତୁ ଅନୁସାରେ ବିଜେଡି ଅଫିସ ପରିସର ବଡ ହୋଇ ପାରିବ ନାହିଁ । ସେଥିଲାଗି ମଧୁସୂଦନ ପାଢୀଙ୍କୁ ଏହି କ୍ୱାଟର ଛାଡିବାକୁ କାଳେ କୁହାଯାଇଛି । ଆଉ ଏଠାରେ କିପରି ନୂଆ ଅଫିସର କଳେବର ବଢିବ ତାର ଦାୟିତ୍ୱ ମିଳିଛି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ବୋଲି କୁହାଯାଉଛି । ଦେବାଶିଷଙ୍କୁ ୟୁନିଟ-୪ରେ ଏକ ସରକାରୀ ଫ୍ଲାଟର ତଳ ଘର ମିଳିଛି । ଯାହାକୁ ଯୁବ ବିଜେଡିର ଅସ୍ଥାୟୀ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଛି ।
ବରିଷ୍ଠ ବିଧାୟକଙ୍କ ତାଲିକାରେ ଥିବାରୁ, ଦେବାଶିଷ ବଡ ସରକାରୀ କ୍ୱାଟର୍ସ ପାଇବା ପାଇଁ ଯୋଗ୍ୟ । ତେଣୁ ମଧୁସୂଦନ ପାଢୀଙ୍କ ସ୍ଥାନରେ ଏହି ଘରକୁ ବିଧାୟକ ଦେବାଶିଷ ସାମନ୍ତରାୟ ନେବାକୁ ଲାଗିଛନ୍ତି । ଆଉ ସେଥିଲାଗି ଦେବାଶିଷ ମଧୁସୁଦନ ପାଢୀଙ୍କ କ୍ୱାଟର୍ସ ପାଇଁ ଲବି କରୁଥିବା ଖବର ମିଳିଛି । ଏପରି ହେଲେ ମଧୁଙ୍କ ଘର ଥିବା କ୍ୱାଟର ଓ ବିଜେଡି କାର୍ଯ୍ୟାଳୟର ମଝିରେ ଥିବା ପାଚେରୀକୁ ଭଙ୍ଗା ଯାଇ ଗୋଟାଏ କ୍ୟାମ୍ପସ କରାଯିବ । ଏହାକୁ ଦଳର ବିଭିନ୍ନ ସଂଗଠନର ଅଫିସ ଭାବେ ବ୍ୟବହାର ହେବ । ଏହି ଦୁଇଟି ଘର ପାଲଟିବ ବିଜେଡିର କାର୍ଯ୍ୟାଳୟ । ତେବେ ବିଜେଡି କାର୍ଯ୍ୟାଳର ଅପର ପାଖ ଘର ଦଖଲ କରିବା ପାଇଁ ପ୍ରଥମେ ଯୋଜନା ହୋଇଥିଲା ବିଜେଡି । ଇନକମ୍ ଟ୍ୟାକସ୍ ହାଉସ୍ ଲେଖାଯାଇଥିବା ଏହି ଘରର ଠିକଣା ହେଉଛି ଠଓଜ/୪- ୟୁନିଟ-୬, ଭୁବନେଶ୍ୱର । ଯେଉଁଠି ରୁହନ୍ତି ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ବିଜୟ କୁମାର ମିଶ୍ର । ହେଲେ ତାଙ୍କ ଘର କବଜା କଲେ କାଳେ ସେ କିଛି ଭଭିଷ୍ୟତରେ ଅଡୁଆ ପରିସ୍ଥିତିରେ ପକାଇବେ ସେଥିଲାଗି ଦଳ ଏହି ଚିନ୍ତାରୁ ଓହରିଛି । ଏମିତିକି ତାହା କାଲେ ବାସ୍ତୁ ଅନୁସାରେ ଠିକ ନୁହେଁ ଜଣିବା ପରେ ବିଜେଡି ଏଥିରୁ ବିରତ ରହିଛି । ହେଲେ ରାଜ୍ୟ ସରକାରରେ କାମ କରୁଥିବା ମଧୁସୁଦନ ପାଢୀଙ୍କୁ ଭଲ ଭାବେ ଜାଣିଛି ଦଳ । ସରକାରୀ ଗଣିତ ଭୟରେ ମଧୁସୁଦନ ନୀରବଦ୍ରଷ୍ଟା ରହିବେ ବୋଲି ବିଜେଡିକୁ ଭଲ ଭାବେ ଜଣା । ଯେଉଁଥି ପାଇଁ ତାଙ୍କ ଘର ହାତେଇବା ଲକ୍ଷ୍ୟ ରଖିଛି ଦଳ । ନ ହେଲେ ମଧୁ ବାବୁ ଭୋଗି ପାରନ୍ତି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ସମଦଶା!
ବିଜେଡି କାର୍ଯ୍ୟାଳୟରେ ତିନୋଟି ବେତନ ଭୋଗୀ ପରିବାର ବି ରହନ୍ତି । ଯେଉଁମାନେ ପାର୍ଟ୍ଟି ଅଫିସ୍ର ରକ୍ଷଣାବେକ୍ଷଣ ସହ କାର୍ଯ୍ୟାଳୟ କାମକରନ୍ତି । ଏହି ପରିବାର ସହ ଆଉ କିଛି ପରିବାର ଅନେକ ବର୍ଷରୁ ବିଜେଡି କାର୍ଯ୍ୟାଳୟ ପଛ ପଟେ ଘର କରି ରହୁଛନ୍ତି । ଏବେ ସେମାନଙ୍କୁ ଘର ଛାଡିବାକୁ କୁହାଯାଇଛି । ହେଲେ ଏହା ବଦଳରେ ବଡ ବୋନସ୍ ବି ସେମାନଙ୍କୁ ମିଳିବ ବୋଲି ସୂଚନା ମିଳିଛି । ଏମାନଙ୍କୁ ଘର ଖାଲି କରିବାକୁ ଅଳିଖିତ ନିର୍ଦେଶ ଦିଆଯାଇଥିବା ଶୁଣିବାକୁ ମିଳିଛି । ବଦଳରେ ପରିବାର ପିଛି ୨୦ଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଉଛି । ତେବେ ସବୁ ସମସ୍ୟାକୁ ତୁଟାଇ ତୁରନ୍ତ ପାର୍ଟି ଅଫିସର କଳେବର ବଢାଇବା ଲକ୍ଷ୍ୟରେ ରହିଛି ବିଜେଡି ।

ONA

Leave a Reply

Top