You are here
Home > ସଞ୍ଜିବନୀ > କ୍ଲାନ୍ତି ଦୂର କରେ ଲାଜକୁଳୀ

କ୍ଲାନ୍ତି ଦୂର କରେ ଲାଜକୁଳୀ

ଲାଜକୁଳୀ ଲତା । ପ୍ରକୃତିର ଏକ ସୁନ୍ଦର ସୃଷ୍ଟି । ଛୁଇଁଦେବା ମାତ୍ରେ ହିଁ ଝାଉଁଳି ଯାଇଥାଏ । ପତ୍ରଗୁଡିକ ବନ୍ଦ ହୋଇଯାଏ ଓ କିଛି ସମୟ ପରେ ପୁଣି ଖୋଲିଯାଏ । ଅନେକ ଏହାକୁ ଅଦରକାରୀ ବୋଲି ଭାବିଥାନ୍ତି । ହେଲେ ଆପଣମାନେ ଜାଣିନଥିବେ ଯେ, ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହାର ଚେର, ମଞ୍ଜି, ପତ୍ରକୁ ବିଭିନ୍ନ ପ୍ରକାର ରୋଗ ଉପଶମ ପାଇଁ ବ୍ୟବହାର କରାଯାଇଥାଏ ।
  ହାଡ ମଜବୁତ ରଖିବାରେ ଲାଜକୁଳୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ହାଡ ଭାଙ୍ଗିଥିଲେ କିମ୍ବା ମାଂସପେଶୀରେ କ୍ଷତ ସୃଷ୍ଟି ହୋଇଥିଲେ ଲାଜକୁଳୀର ଚେର ବେଶ ଉପଯୋଗୀ ।
  ଏହାର ମୂଳକୁ ଶୁଖାଇ ତାକୁ ଚୂର୍ଣ୍ କରି ଦୈନିକ ଦୁଇ ଗ୍ରାମ ତିନିଥର ଅଳ୍ପ ଉାୁମ ପାଣିରେ ପିଇଲେ ଭିତରର ଘା ଖୁବଶୀଘ୍ର ଭଲ ହୋଇଥାଏ ।
  ଲାଜକୁଳୀ ମୂଳ ଏବଂ ଏହାର ପତ୍ରକୁ ଶୁଖାଇ ତାକୁ ଚୂର୍ଣ୍ଣ କରି ଦିନକୁ ଦୁଇଥର କ୍ଷୀରରେ ଗୋଳାଇ ପିଇଲେ ଅର୍ଶରୁ ଉପଶମ ମିଳେ ।
   ଶାରୀରିକ ଦୁ୍ର୍ବଳତା ଅନୁଭବ କରୁଥିଲେ ରାତିରେ ଶୋଇବାକୁ ଯିବା ପୂର୍ବରୁ ଦୁଇରୁ ତିନି ଗ୍ରାମ୍୍ ଲାଜକୁଳୀ ମଞ୍ଜିର ଚୂର୍ଣ୍ଣ ଗୋଟେ ଗ୍ଲାସ କ୍ଷୀରରେ ମିଶାଇ ପିଇ ନିଅନ୍ତୁ । ଏହା ଶରୀରର ଦୁର୍ବଳତା ଏବଂ କ୍ଲାନ୍ତିକୁ ଦୂର କରେ ।
ଆପଣଙ୍କୁ ଯଦି ବାରମ୍ବାର ପରିସ୍ରା ଲାଗୁଥାଏ ତେବେ ଏହାର ପତ୍ରକୁ ବାଟି ଲେପ ପ୍ରସ୍ତୁତ କରନ୍ତୁ । ଏହି ଲେପକୁ ନାଭିର ତଳକୁ ଲଗାନ୍ତୁ । ଏହି ସମସ୍ୟା ଦୂର ହୋଇଯିବ । ଆହୁରି ମଧ୍ୟ ଏହା ପତ୍ରର ରସକୁ ଦୈନିକ ଚାରି ଚାମଚ ପିଇଲେ ଲାଭ ମିଳିବ ।
   ରକ୍ତା ଝାଡା ହେଉଥିଲେ, ଲାଜକୁଳୀ ମୂଳ ଚୂର୍ଣ୍ଣରୁ ପ୍ରସ୍ତୁତ କାଢା ପିଇବା ଦ୍ୱାରା ସେଥିରୁ ରକ୍ଷା ମିଳିଥାଏ । ଏହା ଚେରରୁ ପ୍ରସ୍ତୁତ କାଢାକୁ ୧୦ ମି.ଲି ଲେଖାଏଁ ଦିନକୁ ଦୁଇ ଥର ନିୟମିତ ପିଇବାକୁ ଦେଲେ ପେଟରୁ ପଥୁରୀ ରୋଗ ଦୂର ହୁଏ ।
  ଯେଉଁ ପ୍ରକାର କ୍ଷତ ହେଲେ ବି ସେଥିରେ ଯଦି ଲାଜକୁଳୀ ପତ୍ରର ମଲମ ଲଗାଇ ଦିଆଯାଏ ତେବେ ତାହା ଭଲ ହୋଇଯାଏ । ଏହାବାଦ୍୍ ଏହାର ମଞ୍ଜିର ଚୂର୍ଣ୍ଣକୁ କ୍ଷତରେ ଲଗାଇଲେ ତାହା ଶୀଘ୍ର ଶୁଖିଯାଏ ।
   ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ ଉପଯୋଗୀ । ଦୈନିକ ୧୦୦ରୁ ୧୫୦ ମି.ଲି ଏହାର ପତ୍ରରୁ ପ୍ରସ୍ତୁତ କାଢା ମଧୁମେହ ରୋଗୀକୁ ସକାଳେ ଏବଂ ସନ୍ଧ୍ୟାରେ ପିଇବାକୁ ଦେଲେ ସୁଫଳ ମିଳିଥାଏ ।
   ଜଣ୍ଡିସ ରୋଗୀ ଏହି ପତ୍ରର ରସକୁ ପିଇବା ଦ୍ୱାରା ଲାଭ ମିଳିଥାଏ । ବାରମ୍ବାର ଏହି ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିକୁ ଏହି ପତ୍ର ରସକୁ ନିୟମିତ ପିଇବାକୁ ଦେଲେ, ଦୁଇ ସପ୍ତାହରେ ଜଣ୍ଡିସ ରୋଗ ଦୂର ହୁଏ ।

ONA

Leave a Reply

Top