You are here
Home > ଅଧିକ ଖବର > କୋର୍ଟରେ ପହଞ୍ଚିଲା ମାମଲା

କୋର୍ଟରେ ପହଞ୍ଚିଲା ମାମଲା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ମାମଲା ଏବେ ପହଞ୍ଚିଛି ଅଦାଲତରେ  । ଏହି ଅଧ୍ୟକ୍ଷ ନିର୍ବାଚନରେ ଗୋଟିଏ ଭୋଟ ନାକଚ ଦାବି କରି ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ଏକ ନିର୍ବାଚନୀ ମାମଲା ଜିଲ୍ଲା ଓ ଦୋ÷ରାଜଜଙ୍କ ଅଦାଲତରେ ରୁଜୁ କରିଛନ୍ତି  । ୩/୨୦୧୭ରେ ରୁଜୁ ଏହି ମାମଲାକୁ ଜିଲ୍ଲା ଓ ଦୋ÷ରାଜଜ ବିଶ୍ୱଜିତ ଦାସ ବିଚାର ପାଇଁ ଗ୍ରହଣ କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ନିୟମ ୧୯୯୪ର ଧାରା ୫୧ରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି । ଘୋଷଣା ଅନୁଯାୟୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ  ଏଜେଣ୍ଟ ଭୋଟଦାନ କକ୍ଷରେ ଉପସ୍ଥିତ ରହିବ । ଦଳୀୟ ଜିଲ୍ଲା ପରିଷଦ ସଭ୍ୟମାନେ କାହା ସପକ୍ଷରେ ଭୋଟ ଦେଲେ ନିଜର ବାଲଟ ଦଳ ପକ୍ଷରୁ ନିଯୁକ୍ତ ଏଜେଣ୍ଟଙ୍କୁ ଦେଖାଇବେ । କିନ୍ତୁ ଅନ୍ୟ ଦଳର ଏଜେଣ୍ଟ କିମ୍ବା ଅନ୍ୟ ସଭ୍ୟ ଓ ସଭ୍ୟାଙ୍କୁ ତାହା ଦେଖାଇବା ନେଇ ବାରଣ ରହିଛି  । ହେଲେ ଗତ ୧୨ ତାରିଖ ଦିନ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଜେପି ସଭ୍ୟ ରାମଚନ୍ଦ୍ର ବେହେରା ଭୋଟଦାନ ପରେ କଂଗ୍ରେସର ଏଜେଣ୍ଟ ତଥା ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ନିଜର ବାଲଟ ଦେଖାଇଥିବା ଅଭିଯୋଗ ହୋଇଛି । ଫଳରେ କଂଗ୍ରେସ ଏଜେଣ୍ଟ ଦୁର୍ଗାଙ୍କ ସମେତ ଅନ୍ୟ କିଛି ସଭ୍ୟ ତାଙ୍କ ଭୋଟ ବାଲଟଟି ଦେଖିପାରିଥିଲେ ବୋଲି ବିଜେଡି ପ୍ରାର୍ଥୀ ଶ୍ରୀ ପୁଆଲା ଅଭିଯୋଗ କରିଛନ୍ତି । ବିଜେଡି ଏଜେଣ୍ଟ ତଥା ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ଏହାର ପ୍ରତିବାଦ କରିବା ସହ ରାମଚନ୍ଦ୍ରଙ୍କୁ ବାଲଟ ବାକ୍ସରେ ପକାଇବା ପାଇଁ ବାରଣ କରିବାକୁ ନିର୍ବାଚନ ଅଧିକାରୀ ତଥା ଡିଆରଡିଏର ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଶାନ୍ତ କୁମାର ରଥଙ୍କୁ କହିଥିଲେ । ହେଲେ ନିର୍ବାଚନ ଅଧିକାରୀ ବାରଣ ନକରି ନିରବ ରହିଥିଲେ । ତେଣୁ ଶ୍ରୀ ପୁଆଲା ୩ ଜଣଙ୍କୁ ପକ୍ଷ କରି ମକଦ୍ଦମା ରୁଜୁ କରିଛନ୍ତି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ, ବିଜେପି ପ୍ରାର୍ଥିନୀ ପୁଷ୍ପାଞ୍ଜଳି ମୁଟୁକା ଏବଂ ନିର୍ବାଚନ ଅଧିକାରୀ ତଥା ଡିଆରଡିଏର ପ୍ରକଳ୍ପ ନିଦେ୍ର୍ଦଶ ଅଛନ୍ତି  । ନିଜ ଆବେଦନରେ ଗଙ୍ଗାଧର ପୁଆଲା ନିବେଦନ କରିଛନ୍ତି ଯେ, ଯେ ହେତୁ କଂଗ୍ରେସର ଏଜେଣ୍ଟକୁ ବିଜେପି ଜିଲ୍ଲା ପରିଷଦ ସଭ୍ୟ ବାଲଟ ଦେଖାଇଲେ ତେଣୁ କଂଗ୍ରେସର ଗୋଟିଏ ଭୋଟକୁ ନାକଚ କରାଯାଉ । କଂଗ୍ରେସର ଗୋଟିଏ ଭୋଟ ନାକଚ ହେଲେ ବିଜେଡି ଓ କଂଗ୍ରେସର ଭୋଟ ୯ ଲେଖାଏଁ ସମାନ ସ୍ଥିତିରେ ରହିବ । ସମାନ ସ୍ଥିତିକୁ ଆସିବା ପରେ ଧର୍ମଗୁଳା ଜରିଆରେ ପୁନର୍ବାର ଅଧ୍ୟକ୍ଷ ନିର୍ବାଚନ କରାଯାଇ ବିଜୟୀଙ୍କ ନାମ ଘୋଷଣା କରିବାକୁ ନିବେଦନ କରାଯାଇଛି । ଗଙ୍ଗାଧରଙ୍କ ଏହି ଆବେଦନ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଘଟଣା ବର୍ତ୍ତମାନ ରୋଚକ ସ୍ଥିତିରେ ପହଞ୍ଚିଛି । ତେବେ ଅଦାଲତର ରାୟ କ’ଣ ଆସୁଛି ତାହା ଦେଖିବାକୁ ରହିଲା  ।
ରାୟଗଡ଼ାର ୨୨ ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ କଂଗ୍ରେସ ୧୧, ବିଜେଡି ୭ ଓ ବିଜେପି ୪ଟିରେ ବିଜୟୀ ହୋଇଥିଲା  । ହେଲେ ଅଧ୍ୟକ୍ଷ ନିର୍ବାଚନ ବେଳେ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗଙ୍କୁ ୧୦, ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲାଙ୍କୁ ୯ ଓ ବିଜେପି ବିଜେପିର ପୁଷ୍ପାଞ୍ଜଳି ମୁଟୁକାକୁ ମିଳିଥିଲା ୩ ଟି ଭୋଟ  । ସର୍ବାଧିକ ଭୋଟ ପାଇ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ  ।

ONA

Leave a Reply

Top