You are here
Home > ଇଣ୍ଡିଆ > କୋର୍ଟରେ ଆତ୍ମସମର୍ପଣ କଲେ ବିଧାୟକ ମୁକ୍ତିକାନ୍ତ

କୋର୍ଟରେ ଆତ୍ମସମର୍ପଣ କଲେ ବିଧାୟକ ମୁକ୍ତିକାନ୍ତ

-ଶେଷ ହେବ ୧୪ ବର୍ଷର ଲୁଚକାଳି
ଭଦ୍ରକ: ବିଜେଡି ବିଧାୟକ ମୁକ୍ତିକାନ୍ତଙ୍କ ଦମ୍ଭ ଭାଙ୍ଗିଛି । ୨୦୦୨ ମସିହାର ଛୁଞ୍ଚିଆ ଓରଫ ନିରଞ୍ଜନ ଜେନାଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ମୁକ୍ତିକାନ୍ତ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । କୋର୍ଟ ତାଙ୍କୁ ଗତ ୨୧ ତାରିଖରେ ହାଜର ହେବାକୁ ନିଦେ୍ର୍ଦଶ ଦେଇଥିଲେ ବି ଏହି ସମନ ମୁକ୍ତିକାନ୍ତଙ୍କ ପାଖରେ ପହଞ୍ଚି ନଥିବା ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଥିଲେ । କୋର୍ଟଙ୍କୁ ଫାଙ୍କି ବିଭିନ୍ନ ସ୍ଥାନରେ ପଦଯାତ୍ରା ଏବଂ ଭାଷଣ ଦେଉଥିବା ସେ ନଜର ଆସିଥିଲେ । ପରେ କୋର୍ଟ ତାଙ୍କୁ ନଭେମ୍ବର ୧ରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲେ । ହେଲେ ଅଭିଯୁକ୍ତ ବିଧାୟକ ନିର୍ଦ୍ଧାରିତ ତାରିଖ ଆଗରୁ ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । ଛୁଞ୍ଚିଆଙ୍କ ମୃତୁ୍ୟ କାଳୀନ ଜମାନବନ୍ଦୀରେ ବିଧାୟକଙ୍କ ନାଁ ଥିବା ସତ୍ତ୍ୱେ ସେ ଦୀର୍ଘ ୧୪ ବର୍ଷ ହେବ ଆଇନ ସହିତ ଲୁଚକାଳି ଖେଳି ଆସୁଥିଲେ । ଛୁଞ୍ଚିଆ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ୬ଜଣଙ୍କ ନାମରେ ବାସୁଦେବପୁର ଥାନା ପୋଲିସ ପିଏସ୍ ୧୫୧/୨୦୦୨ରେ ମାମଲା ରୁଜୁ କରିଥିଲେ । ହେଲେ ଚାର୍ଜସିଟରେ ପୋଲିସ୍ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ବିଧାୟକଙ୍କ ସମେତ ଅନ୍ୟ ଜଣେ ସହଯୋଗୀ ନେପାଳ ବାରିକଙ୍କୁ ଚଞ୍ଚକତା କରି ବାଦ ଦେଇଥିଲେ । ପରେ ଛୁଞ୍ଚିଆଙ୍କ ଦାଦା ଦୁଃଶାସନ ଜେନା ଏହାକୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାର ବିଚାର କରି କୋର୍ଟ ବିଧାକୟ ମଣ୍ଡଳ ଏବଂ ନେପାଳଙ୍କ ନାମ ଅଭିଯୁକ୍ତ ତାଲିକାରେ ଯୋଗ କରି ତଦନ୍ତ କରିବାକୁ ପୋଲିସ୍କୁ ନିଦେ୍ର୍ଦଶ ଦେଇଥିଲେ । ଏବେ ବିଧାୟକ କୋର୍ଟରେ ଆତ୍ମସମର୍ପଣ କରିଥିବାରୁ ଦୀର୍ଘ ୧୪ବର୍ଷ ତଳର ଘଟଣାର ସତ୍ୟାସତ୍ୟ ସାର୍ବଜନୀନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ONA

Leave a Reply

Top