You are here
Home > ଇଣ୍ଡିଆ > କୋବିନ୍ଦ ୧୪ତମ ରାଷ୍ଟ୍ରପତି

କୋବିନ୍ଦ ୧୪ତମ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ୧୪ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏନଡିଏ’ ପ୍ରାର୍ଥୀ ରାମନାଥ କୋବିନ୍ଦ । ଆଉ ସେ ଖୁବଶୀଘ୍ର ପ୍ରବେଶ କରିବେ ରାମସିନା ହିଲ ଭବନରେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଗତ ୧୭ ତାରିଖ ଭୋଟ୍ ହୋଇଥିଲା । ବାଲାଟ ବକ୍ସରେ ବନ୍ଦ ଥିବା ମତଦାନର ଆଜି ଗଣତି କରାଯାଇଛି । ଫଳରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ କଂଗ୍ରେସ ପ୍ରାର୍ଥôନୀ ମୀରା କୁମାରଙ୍କ ମଧ୍ୟରୁ କିଏ ଦେଶର ପ୍ରଥମ ନାଗରିକ ହେବେ, ତାହା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି । ସଂସଦର ୬୨ ନମ୍ବର କକ୍ଷରେ ଭୋଟ ଗଣନା ହେଉଛି ।
  ଶେଷ ଖବର ସୁଦ୍ଧା ଭୋଟ ଗଣତି ଜାରି ରହିଥିବା ବେଳେ ରାମନାଥ କୋବିନ୍ଦ ବିପୁଳ ପରିମାଣରେ ଆଗୁଆ ଅଛନ୍ତି । କୋବିନ୍ଦ ୫,୪୯,୭୦୩ ଭୋଟରେ ଆଗୁଆ ଥିବା ବେଳେ ମୀରା କୁମାର ୨,୦୪,୫୯୪ ଭୋଟ ପାଇଛନ୍ତି । ଗଣତି ଫଳାଫଳରୁ ସ୍ପଷ୍ଟ ହେଉଛି କି କୋବିନ୍ଦ ଦେଶର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛି ।
  ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅବସର ନେବେ ।  ତେବେ ନୂତନ ରାଷ୍ଟ୍ରପତି ନିମନ୍ତେ ଫଳାଫଳ ଘୋଷଣା ହେବା ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବିଜେତା ପ୍ରାର୍ଥୀଙ୍କୁ ଶତଥ ପାଠ କରାଯାଇବେ ।
  ଗତ ୧୭ ତାରିଖରେ ରାଷ୍ଟ୍ରପତି ପଦ ନିମନ୍ତେ ମତଦାନ ହୋଇଥିଲା । ଦିଲ୍ଲୀରେ ସଂସଦ ଭବନର ରୁମ ନମ୍ବର-୬୨ରେ ମତଦାନ କେନ୍ଦ୍ରରେ ସାଂସଦମାନେ  ଭୋଟ ଦେଇଥିଲେ । ଏହି ନିର୍ବାଚନରେ ସବୁଜ ଓ ଗୋଲାପି ରଙ୍ଗର ଦୁଇଟି ବାଲାଟ ପେପର ବ୍ୟବହାର କରାଯାଇଥିଲା । ସବୁଜ ରଙ୍ଗର ବାଲାଟ ପେପର ସାଂସଦମାନେ ଭୋଟ୍ ଦେଇଥିବା ବେଳେ ଗୋଲାପି ରଙ୍ଗର ବାଲାଟ୍ରେ ବିଧାୟକମାନେ ମତଦାନ କରିଥିଲେ । ସେହିଭଳି ନିର୍ବାଚନରେ ସ୍ୱତନ୍ତ୍ର କଲମର ବ୍ୟବହାର କରାଯାଇଥିଲା । ପୂର୍ବରୁ ସାଂସଦ ଓ ବିଧାୟକମାନେ ନିିଜର କଲମ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ଘୋଷଣା କରିଥିଲେ । ଏନେଇ ବିଶେଷ ଭାବେ ଡିଜାଇନ୍ କରାଯାଇଥିବା ବାଇଗଣି ରଙ୍ଗର କଲମରେ ଭୋଟ ଦେଇଥିଲେ ସାଂସଦ ଓ ବିଧାୟକମାନେ ।
  ଗତ ୨୩ ତାରିଖରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବହୁ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । କୋଭିନ୍ଦ ଜଣେ ଦଳିତ ନେତା । ତେଣୁ  ୟୁପିଏ ଓ ବାମମେଣ୍ଟ କୋଭିନ୍ଦଙ୍କ ବିରୋଧରେ ଦଳିତ ନେତ୍ରୀ ମୀରା କୁମାରଙ୍କୁ ସମର୍ଥନ ଦେଇଥିଲେ । ମାତ୍ର ରାଷ୍ଟ୍ରପତି ନିର୍ବାଚନ ଅଙ୍କ ଅନୁସାରେ ମୀରାଙ୍କୁ ପରାଜିତ ହେବାକୁ ପଡିଛି ।

ONA

Leave a Reply

Top