You are here
Home > ଲାଟେଷ୍ଟ > କୋଣାର୍କରେ ବସ୍ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪୦ ଆହତ

କୋଣାର୍କରେ ବସ୍ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪୦ ଆହତ

କୋଣାର୍କ:  ଆଜି କୋଣାର୍କ ନିକଟ ଜିଉନ୍ତୀ ଛକ ନିକଟରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି  । ଏହି ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ହରିଓଁବସ୍‌ଟି ଅସ୍ତରଂଗରୁ ପାରାଦୀପ ଅଭିମୁଖେ ଯାଉଥିଲା । ଗସ୍ତ ସମୟରେ ସକାଳ  ୬.୧୫ ମିନଟ୍‌ ସମୟରେ ବସଟି ଭାରସାମ୍ୟ ହରାଇ ଜୀଉନ୍ତୀ  ନିକଟସ୍ଥ ଏକ କେନାଲ  ଭିତରେ ପଡି ଯାଇଥିଲା । ସୂଚନା ଅନୁସାରେ ଆହତ ହୋଇଥିବା ୪୦ ଜଣଙ୍କୁ  କାକଟପୁର ମେଡିକାଲରେ ଭର୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮  ଜଣକ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ବସ୍‌ର ଡ୍ରାଇଭର ,କଣ୍ଡକ୍ଟର ଓ ହେଲପର ରହିଥିବାର  ଜଣାପଡିଛି ।
ONA

Leave a Reply

Top