You are here
Home > ଲାଇଫ୍ ଷ୍ଟାଇଲ୍ > କେମିତି ରହିବେ ସ୍ମାର୍ଟ

କେମିତି ରହିବେ ସ୍ମାର୍ଟ

ସେ ବ୍ୟକ୍ତିଗତ ହେଉ ବା ବୃତ୍ତିଗତ ସ୍ମାର୍ଟ ବ୍ୟକ୍ତିତ୍ୱର ଅଧିକାରୀମାନଙ୍କୁ ସବୁଠି ଗୁରୁତ୍ୱ ଦିଆଯାଇଥାଏ । ସୁନ୍ଦରତା ସହିତ ଶାଳୀନ ବ୍ୟବହାର ହେଉଛି ସ୍ମାର୍ଟ ବ୍ୟକ୍ତିତ୍ୱର ଚାବିକାଠି । ଆସନ୍ତୁ ଜାଣିବା ସେ ବିଷୟରେ…
ଲ୍ଗସ୍ମାର୍ଟ ବ୍ୟକ୍ତିତ୍ୱ ପାଇଁ ସବୁଠୁ ଅଧିକ ଆବଶ୍ୟକ ହେଲା ଆପଣଙ୍କ ବେଶ ପୋଷାକରେ ଶାଳୀନତା । ଅଫିସ୍, ପାର୍ଟି ବା ଆଉଟିଂ ପାଇଁ ଅଲଗା ଅଲଗା ପୋଷାକ ବାଛନ୍ତୁ । ତା ପୁଣି ନିଜ ବ୍ୟକ୍ତିତ୍ୱକୁ ସୁହାଉଥିବା ଭଳି । ନ ହେଲେ ଆପଣ ହାସ୍ୟାସ୍ପଦ ହେବା ସାର ହେବ ।
ଲ୍ଗପ୍ରତିଦିନ ରାତିରେ ଆଗାମୀ ଦିନ ପାଇଁ ଯୋଜନା କରନ୍ତୁ । ଯେପରିକି ଆପଣ କ’ଣ ପିନ୍ଧିବେ, ଅଫିସ୍କୁ କ’ଣ ଫାଇଲ୍ ନେବେ ଇତ୍ୟାଦି । ସାମ୍ନାରେ ଯାହା ପଡ଼ିଲା ତାକୁ ପିନ୍ଧି କରି ଗଲେ ଆପଣଙ୍କ ଉଦାସୀନତା ଧରାପଡ଼ିଯିବ
– ଅଧିକ କଡ଼ା ବା ଶସ୍ତା ପରଫୁ୍ୟମ୍ ଲଗାନ୍ତୁ ନାହିଁ । ଅନେକଙ୍କୁ ଏହାଦ୍ୱାରା ଆଲର୍ଜି ହେବାର ଆଶଙ୍କା ଥିବାବେଳେ ଆପଣ ନିଜେ ମଧ୍ୟ ସମାଲୋଚିତ ହେବେ ।
ଲ୍ଗନିଜର ଚାଲିବା, ବସିବାର ଢଙ୍ଗ ଉପରେ ଗୁରୁତ୍ୱ ଦିଅନ୍ତୁ । ସବୁବେଳେ ସିଧା ହୋଇ ବସି କାମ କରନ୍ତୁ । ଠିକ୍ ଭାବେ ନ ବସିଲେ ପିଠି, ଅଣ୍ଟା ଦରଜ ହେବାର ଆଶଙ୍କା ଥାଏ । ସାମ୍ନା ବାଲାଙ୍କୁ ବି ବିରକ୍ତକର ଲାଗିଥାଏ ।
-ଆପଣଙ୍କର ହାତ ମିଳାଇବା ଷ୍ଟାଇଲ୍କୁ ବି ବ୍ୟକ୍ତିତ୍ୱ ଜଣାପଡ଼ିଥାଏ । ହାତ ମିଳାଇବା ସମୟରେ ସାମ୍ନା ବାଲାର ଆଖିରେ ଆଖି ମିଶାନ୍ତୁ । ଏହାଦ୍ୱାରା ତାଙ୍କ ପ୍ରତି ଆପଣଙ୍କର ଆନ୍ତରିକତା ଜଣାପଡ଼ିବ ।
-ନିଜ ଦାନ୍ତର ଖାସ୍ ଯତ୍ନ ନିଅନ୍ତୁ । ସବୁବେଳେ ବ୍ରଶ୍ କରିବା ସମ୍ଭବପର ହେଉନଥିବାରୁ ପାଖରେ ମାଉଥ୍ୱାସ୍ ରଖନ୍ତୁ ।
-ବସ୍ ବା ଅନ୍ୟ କୌଣସି ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଦୋଦୋପାଞ୍ଚ ହୁଅନ୍ତୁ ନାହିଁ । ସିଧା ଭାବେ ନିଜର ମତ ଉପସ୍ଥାପନ କରନ୍ତୁ । ଆବଶ୍ୟକ ପଡ଼ିଲେ ନିଜର ମତକୁ ଆପଣ ଲେଖିକରି ଦର୍ଶାଇପାରିବେ ।
-କୌଣସି ପ୍ରେଜେଣ୍ଟେସନ୍ ଦେବା ସମୟରେ ସବୁବେଳେ ଉପସ୍ଥିତ ଲୋକଙ୍କ ଆଖିରେ ଆଖି ମିଳାଇ କୁହନ୍ତୁ । ନିଜର ଆବଶ୍ୟକ ସମସ୍ତ କାଗଜପତ୍ରକୁ ଏକ ଫୋଲ୍ଡରରେ ନେଇ ଯାଆନ୍ତୁ ।
– ଅନେକ ମହିଳାଙ୍କର ପାଦରୁ ଝାଳ ବୋହିବାର ସମସ୍ୟା ଥାଏ । ଏପରି କ୍ଷେତ୍ରରେ ଫୁଟ୍ ପାଉଡ଼ର ପକାନ୍ତୁ ।
-ପରିସ୍ଥିତି ଯାହାକି ହେଉନା କାହିଁକି ଆପଣ କେବେହେଲେ କୌଣସି କଥାକୁ ଗମ୍ଭୀରତାର ସହକାରେ ଗ୍ରହଣ କରନ୍ତୁ ନାହିଁ । ବିଶେଷକରି ନକାରାତ୍ମକ ସମାଲୋଚନାକୁ ଆପଣ ଗ୍ରହଣ କଲେ ନିଜେ ଅସୁବିଧାରେ ପଡ଼ିବେ । କ୍ଷଲ କେମିତି ରହିବେ ସ୍ମାର୍ଟ

ONA

Leave a Reply

Top