You are here
Home > ଇଣ୍ଡିଆ > କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତା ୨% ବଢ଼ିଲା

କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତା ୨% ବଢ଼ିଲା

-ମୋଦିଙ୍କ ଦୀପାବଳି ଭେଟି
ନୂଆଦିଲ୍ଲୀ: ଦୀପାବଳିର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସୀର ଖବର । ମୋଦି ସରକାର ସମସ୍ତ କର୍ମଚାରୀ ଓ ପେନସନ୍ଭୋଗୀଙ୍କ ଦେତନରେ ୨% ବୃଦ୍ଧି କରିଛନ୍ତି । ଗତ କିଛି ମାସ ତଳେ ସପ୍ତମ ବେତନ କମିସନ୍ ଲାଗୁ ହୋଇଥିବା ବେଳେ ଏବେ ପୁଣି ୨% ମହଙ୍ଗା ଭତ୍ତା ବୃଦ୍ଧିର ଘୋଷଣା କରିଛନ୍ତି ସରକାର । ମୂଳ ଦରମା ଜୁଲାଇ ମାସରୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ସରକାରୀ କର୍ମଚାରୀମାନଙ୍କୁ ପିଛିଲା ଭାବେ ମିଳିବ । ଏହାଦ୍ୱାରା ୫୦ ଲକ୍ଷ କର୍ମଚାରୀ ଓ ୫୮ ଲକ୍ଷ ପେନସନ୍ଧାରୀ ଲାଭବାନ ହେବେ । ଚଳିତ ବର୍ଷ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୬% ବୃଦ୍ଧି କରି ଏହାକୁ ୧୨୫ % କରିବା ସହ ସମସ୍ତ ବେତନ କମିଶନ ଲାଗୁ କରିଥିଲେ ।

ONA

Leave a Reply

Top