You are here
Home > ଲାଟେଷ୍ଟ > କେନ୍ଦ୍ରାପଡ଼ାରେ ଅଶାନ୍ତି ଭୟ: ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

କେନ୍ଦ୍ରାପଡ଼ାରେ ଅଶାନ୍ତି ଭୟ: ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

କେନ୍ଦ୍ରାପଡା: ସୋସିଆଲ ମିଡିଆରେ ଆପତ୍ତିଜନକ ଧାର୍ମିକ ପୋଷ୍ଟରକୁ ନେଇ  କେନ୍ଦ୍ରାପଡାରେ ଉତ୍ତେଜନା ପ୍ରକାଶ ପାଇଛି  । ଫଳରେ କେନ୍ଦ୍ରାପଡା ସହରରେ ଆଜି ଆପରାହ୍ଣ ୩ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏକ ନିର୍ଦିଷ୍ଟ ଧର୍ମର ପ୍ରାର୍ଥନାକଚ କୁତ୍ସିତ କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ଏହାକୁ ନେଇ ସମ୍ପୃକ୍ତ ସମ୍ପ୍ରଦାୟର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଥିଲେ  । ଉତ୍ତେଜନା ପ୍ରକାଶ ପାଇବାରୁ ଇଣ୍ଟରନେଟ୍ ସେବ୍ ବନ୍ଦ କରିବାକୁ  ଜିଲ୍ଲାପାଳ ଗୃହ ବିଭାଗକୁ ଚିଠି ଲେଖିଥିଲେ  । ଗୃହ ବିଭାଗ ପରିସ୍ଥିତିକୁ ଲକ୍ଷ୍ୟ କରି ଇଣ୍ଟରନେଟ୍ ସେବା ବନ୍ଦ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି  । ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ ସହରରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ  କରାଯାଇଛି । କେନ୍ଦ୍ରାପଡା ଏସପି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ONA

Leave a Reply

Top