You are here
Home > ଲାଟେଷ୍ଟ > କେନ୍ଦ୍ରାପଡା: ବିଡିଓଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦେଶ

କେନ୍ଦ୍ରାପଡା: ବିଡିଓଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦେଶ

କେନ୍ଦ୍ରାପଡା: କେନ୍ଦ୍ରାପଡାର ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରସଙ୍ଗରେ  ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ବିଡିଓ ପ୍ରଶାନ୍ତ ରାଉତଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେବା ଲାଗି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି  । ବିଡିଓଙ୍କୁ ବଦଳି କରିବାକୁ ପଞ୍ଚାୟତିରାଜ ବିଭାଗକୁ ପକ୍ଷରୁ ଚିଠି ଲେଖାଯାଇଛି । ବିଡିଓଙ୍କ ସ୍ଥାନରେ ପଟ୍ଟାମୁଣ୍ଡାଇ  ତହସିଲଦାରଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେବାକୁ ଜିଲ୍ଲାପାଳଙ୍କୁ କମିଶନ ନିର୍ଦେଶ ଦେଇଛନ୍ତି  । ପଞ୍ଚାୟତରେ ଯଥାରୀତି ନିର୍ବାଚନ ହେବ  । ଏପରି ସ୍ଥଳେ ନିର୍ବାଚନ ବନ୍ଦ ନେଇ ବିଧିବ୍ୟବସ୍ଥା ନାହିଁ  । ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଏହି ସୂଚନା ଦେଇଛନ୍ତି  । ସେ କହିଛନ୍ତି, ଅଭିଯୋଗକାରୀ ଚାହିଁଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି  । ନିଜ ପତ୍ନୀଙ୍କୁ ଜିତାଇବା ପାଇଁ କେନ୍ଦ୍ରାପଡା ବିଧାୟକ କିଶୋର ତରାଇ ଚଞ୍ଚକତା କରି ପଟ୍ଟାମୁଣ୍ଡାଇ  ବିଡିଓଙ୍କ ସହାୟତାରେ ପେଣ୍ଠପାଳ ପଞ୍ଚାୟତର ୨ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ  ପ୍ରତ୍ୟାହାର କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା  ।

ONA

Leave a Reply

Top