You are here
Home > ଲାଟେଷ୍ଟ > କେଏଫସି, ମ୍ୟାକଡୋନାଲଡ୍ସକୁ ଟକ୍କର ଦେବ ପତଞ୍ଜଳୀ

କେଏଫସି, ମ୍ୟାକଡୋନାଲଡ୍ସକୁ ଟକ୍କର ଦେବ ପତଞ୍ଜଳୀ

ନୂଆଦିଲ୍ଲୀ: ଫାଷ୍ଟ ମୁଭିଂ କଞ୍ଜୁ୍ୟମର  ଗୁଡ୍ସ  ସେକ୍ଟରରେ ପତଞ୍ଜଳୀ ପ୍ରଡକ୍ଟ ଜରିଆରେ ଚହଳ ସୃଷ୍ଟିକରିଥିବା ବାବା ରାମଦେବ ଏବେ କେଏଫସି ଓ ମ୍ୟାକ୍ଡୋନାଲଡ୍ସ ପରି ବ୍ରାଣ୍ଡ  ଫାଷ୍ଟଫୁଡ କମ୍ପାନୀକୁ ଟକ୍କର ଦେବେ । ଶାକାହାରୀ ଭୋଜନ ପ୍ରତି ଲୋକଙ୍କ ଆକର୍ଷଣକୁ ଦେଖିବା ପରେ ରାମଦେବ ଦେଶସାରା କ୍ୱିକ୍ ସର୍ଭିସ୍ ରେସ୍ତୋରାଣ୍ଟ  ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହା ବ୍ୟତୀତ ରାମଦେବଙ୍କ କମ୍ପାନୀ ଜିନ୍ସ  ଓ ସ୍ପୋର୍ଟ୍ସ ପୋଷାକ ତିଆରି କରିବାକୁ ଯାଉଛି । କେଏଫସି ଓ ମ୍ୟାକ୍ଡୋନାଲଡ୍ସ ପରି କମ୍ପାନୀ ମେନୁ୍ୟରେ ଶାକାହାରୀ ଖାଦ୍ୟ ସାମିଲ କରିଛନ୍ତି  । ଦେଶ ଭିତରେ  ଫାଷ୍ଟଫୁଡ କମ୍ପାନୀ ଆରମ୍ଭ କରିବା ସହ ବିଦେଶରେ ରେସ୍ତୋରା ଖୋଲିବାକୁ  ବିଚାର କରାଯାଉଥିବା ରାମଦେବ କହିଛନ୍ତି  ।

ONA

Leave a Reply

Top