You are here
Home > ଲାଟେଷ୍ଟ > କୃଷିମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

କୃଷିମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ଭୁବନେଶ୍ଵର: ରାଜ୍ୟ ଓ କେନ୍ଦ୍ର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧି । ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି । ସେପଟେ ସାମ୍ବାଦିକ ସମ୍ମିଳନୀରେ ବିରୋଧଙ୍କ ଅଭିଯୋଗର ଜବାବା ରଖିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ବିଜେପି ଶାସିତ ରାଜ୍ୟରେ କୃଷିର ବିକାଶ କେତେ ହୋଇଛି କହି ପ୍ରଶ୍ନ ବାଢିଛନ୍ତି ଦାମ। ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର କେତେ ବୃଦ୍ଧି କରିଛନ୍ତି । ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କା ଦେବାକୁ କହିଥିବା କେନ୍ଦ୍ର ସରକାର କେତେ ଦେଇଛନ୍ତି । କେତେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀକେତେ କଳାଧନ ଜବତ କରିଛନ୍ତି । ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦୀ ୧୩୪ଟି ରାଷ୍ଟ୍ର ବୁଲିଥିବା ବେଳେ ରାଜକୋଷରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଭାରତକୁ କେତେ ପୁଞ୍ଜି ଆଣିପାରିଛନ୍ତି ଇତ୍ୟାଦି ପ୍ରଶ୍ନ ବାଢିଛନ୍ତି ଦାମ । ତେବେ ଏହାର ଉତ୍ତର ରଖିବାକୁ ବିଜେପିକୁ ସେ ଆହ୍ୱାନ କରିଛନ୍ତି । ଏହାସହ ସମସ୍ତ ରାଜ୍ୟର ବିକାଶ ସଂଘୀୟ ବିକାଶର ମୂଳନୀତି ହୋଇଥିବା ବେଳେ ଓଡିଶା ଅବହେଳାର ଶିକାର ହୋଇଆସିଥିବା ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି। ୧୭ ବର୍ଷ ମଧ୍ୟରେ ଓଡିଶାରେ କୃଷି ଉତ୍ପାଦନ ବୃଦ୍ଧି ପାଇଥିବା ବେଳେ ଓଡିଶାକୁ ବଦମାନ କରିବାକୁ ଅପଚେଷ୍ଟା କରାଯାଉଥିବା ଅଭିଯୋଗ ଆଣିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ସେପଟେ କୃଷିମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ରଖିଛି ବିଜେପି। ଦଳର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କୃଷିମନ୍ତ୍ରୀ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୋଦୀ ସରକାରଙ୍କ ଶାସନକୁ ୩ ବର୍ଷ ପୁରିଛି। ୩ ବର୍ଷରେ କେନ୍ଦ୍ର ସରକାର ୧୧୦ଟି ଗରୀବ କଲ୍ୟାଣ ଯୋଜନା କରିଛନ୍ତି। ହେଲେ ନବୀନ ସରକାରଙ୍କ ଶାସନ ୧୭ ବର୍ଷରେ ପହଞ୍ଚିଲାଣି । ତେବେ ଓଡିଶାରେ ଗରୀବ ସଂଖ୍ୟା ଶିଖରରେ ପହଞ୍ଚିଛି। ଦାମ ବାବୁ କାଚଘରେ ରହି ଅନ୍ୟ ଉପରକୁ ଟେକା ଫୋପାଡୁଛନ୍ତି। କିନ୍ତୁ ନିଜ ସରକାର ଅସଲ ଚେହେରାକୁ ସେ ଦେଖିପାରୁ ନାହାନ୍ତି। ସେ ନିଜ ସରକାରଙ୍କ ଚେହେରାକୁ ଆଇନା ଆଗରେ ଥରେ ଦେଖନ୍ତୁ ବୋଲି ପ୍ରତିକ୍ରିୟା ଦେଇ ପୂଜାରୀ କହିଛନ୍ତି ।
ONA

Leave a Reply

Top