You are here
Home > ଲାଟେଷ୍ଟ > ‘କୃଷିଋଣ ଛାଡ ହେଲେ ଫାଇଦା ନେବେ ଜମି ମାଲିକ’

‘କୃଷିଋଣ ଛାଡ ହେଲେ ଫାଇଦା ନେବେ ଜମି ମାଲିକ’

ଭୁବନେଶ୍ୱର: କୃଷି ଋଣ ଛାଡ ନେଇ ଦେଶର ଅନେକ ରାଜ୍ୟରେ କୃଷକ ଆନେ୍ଦାଳନ ଜାରି ରଖିଛନ୍ତି । ଏପରିକି ଆନେ୍ଦାଳନ ହିଂସାତ୍ମକ ଆଡକୁ ଗତି କରୁଛି । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ କୃଷକ ଆନେ୍ଦାଳନ ଉଗ୍ର ରୂପ ଧାରଣ କରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ କୃଷି ଋଣ ଛାଡ ନେଇ ମଧ୍ୟ ବହୁ ସମୟରେ ଦାବି ଉଠିଛି  । ଏହାକୁ ନେଇ ବୁଧବାର କୃଷିମନ୍ତ୍ରୀ ଦାମ ରାଉତ  ନିଜର ପ୍ରତିକ୍ରିୟା ରଖିଛନ୍ତି । ମହାରାଷ୍ଟ୍ର ଏବଂ ଓଡ଼ିଶା ପ୍ରସଙ୍ଗ ଭିନ୍ନ ଭିନ୍ନ  । ଅତିତରେ ଚାଷୀଙ୍କୁ ଧ୍ୟାନରେ ରଖି ଓଡ଼ିଶାରେ କୃଷି ଋଣ ଛାଡ କରାଯାଇଛି  ।  ରାଜ୍ୟରେ କୃଷିଋଷ ଛାଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଚାର କରିବେ  । ଓଡ଼ିଶାରେ  ଋଣଛାଡ କଲେ ପ୍ରକୃତ ଚାଷୀ ଉପକୃତ ହେବେ ନାହିଁ ବୋଲି ଦାମ ରାଉତ କହିଛନ୍ତି  । ସବୁ ଫାଇଦା ଜମି ମାଲିକ ନେଇଯିବେ  । ଭାଗଚାଷୀ କିଛି ପାଇବେ ନାହିଁ  । ଭାଗଚାଷୀ ଆଇନ ନେଇ ଜୁନ୍ ୧୯ରେ ବୈଠକ ବସିବ  ।  ଏଥିରେ  ମୁଖ୍ୟମନ୍ତ୍ରୀ ଋଣଛାଡ ନେଇ ବିଚାର କରି ପାରନ୍ତି ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି  ।

ONA

Leave a Reply

Top