You are here
Home > ଲାଟେଷ୍ଟ > କୁମ୍ଭୀର କାନ୍ଦଣା ନକାନ୍ଦି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

କୁମ୍ଭୀର କାନ୍ଦଣା ନକାନ୍ଦି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ମୁଲତବି ହେବା ପରେ ବିରୋଧୀ ଆଣିଥିବା ପ୍ରସ୍ତାବ ଉପରେ ବିବୃତି ରଖିଥିଲେ ଶାସକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତଅୀ ନବୀନ ପଟ୍ଟନାୟକ । ବିଜେପୁର ଉଠା ଜଳସେଚନ ପାଇଁ ଗୃହରେ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୭-୧୮ ଆର୍ଥିକ ବଜେଟରେ ୧.୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦନ୍ତୁ ନାହିଁ । ବିରୋଧୀଙ୍କ ଦାବି ଅମୁଳକ, ପୂର୍ବରୁ ସରକାର ବ୍ୟୟବରାଦ କରିଛନ୍ତି । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀଙ୍କୁ ସେ ଅନୁରୋଧ କରିଥିଲେ । ଏହା ବ୍ୟତୀତ ଗଂଗାଧର ମେହେର ପ୍ରକଳ୍ପକୁ ନେଇ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବା ନେଇ ବିରୋଧୀ ବିଜେପିକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ଏହି ପ୍ରସଙ୍ଗରେ କହିଥିଲେ, ବିଜେପି ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ କରୁ । ଆମେ କମ୍ କହୁ କିନ୍ତୁ କାମରେ କରି ଦେଖାଉ । ଏହି ବିବୃତିକୁ ନେଇ ବିରୋଧୀ ବିଜେପି ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ପୁଣି ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ । ଅନ୍ୟପକ୍ଷରେ ସରକାରଙ୍କ ସ୍ଲୋଗାନ ମା କୁ ସମ୍ମାନ ଏକ ଧୂଆଁ ବାଣ , ରାଜ୍ୟରେ ଚାଲିଛି ନାରୀ ନିର୍ଯାତନା । ସରକାର ବେଫିକର, ବିରୋଧୀ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନାହିଁ । ଏହାକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନାରୀ ନିର୍ଯାତନା ଓ ଦୁଷ୍କର୍ମ ନେଇ କଂଗ୍ରେସ ଦେଇଥିଲା ମୁଲତବି ପ୍ରସ୍ତାବ । ଆଲୋଚନା ହୋଇଥିଲେ ବିଜେପିର ମୁଖା ଖୋଲିଥାନ୍ତା । ଦେଶରେ ନାରୀ ନିର୍ଯାତନାରେ ଦିଲ୍ଲୀ ଏକ ନମ୍ବର । ନାରୀ ନିର୍ଯାତନାରେ ଆସାମ ଦ୍ୱିତୀୟ, ଯେଉଁଠି ବିଜେପି ଶାସନ କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ ।
ନରସିଂହଙ୍କ ପ୍ରତିକ୍ରିୟାର ଉତ୍ତର ରଖି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ବିଜେପି ନାରୀ ନିର୍ଯାତନା ନେଇ କେବେ ପଛଘୁଞ୍ଚା ଦିଏ ନାହିଁ । ଦିଲ୍ଲୀ ଆଇନଶୃଙ୍ଖଳାକୁ ଓଡ଼ିଶା ସହ ତୁଳନା କରିବା ଦୁର୍ଭାଗ୍ୟଜନକ । ବିରୋଧୀଦଳ ନେତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ପ୍ରକାଶ ଥାଉକି ବିଧାନସଭା ଶୀତକାଳିନ ଅଧିବେଶନର ଗୃହ ଆରମ୍ଭରୁ ବିଜେପି ବିଧାୟକ ମ।।ନେ ହୋହାଲ୍ଲା କରିଥିଲେ । ଗୃହର ମଧ୍ୟଭାଗକୁ ଆସି ବିଧାୟକମାନେ ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ । ଗଂଗାଧର ମେହେର ପ୍ରକଳ୍ପକୁ ନେଇ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଅତିରିକ୍ତ ବଜେଟରେ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟବରାଦ ହୋଇ ନଥିବାରୁ ବିଧାୟକମାନେ ହୋହାଲ୍ଲା କରିଥିଲେ । ତେବେ ବାଚସ୍ପତି ପ୍ରଶ୍ନକାଳକୁ ମୁଲବତି କରିବା ପରେ ବିଜେପି ସଦସ୍ୟମାନେ ଗାନ୍ଧି ମୂର୍ତ୍ତୀ ତଳେ ଧାରଣାରେ ବସିଥିଲେ ।

ONA

Leave a Reply

Top