You are here
Home > ଲାଟେଷ୍ଟ > କୁମ୍ବଲେ-ବିସିସିଆଇ ବିବାଦ: ଆରମ୍ଭ ହେଲା କୋଚ୍ ଚୟନ ପ୍ରକ୍ରିୟା

କୁମ୍ବଲେ-ବିସିସିଆଇ ବିବାଦ: ଆରମ୍ଭ ହେଲା କୋଚ୍ ଚୟନ ପ୍ରକ୍ରିୟା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଅନିଲ ମୁମ୍ବଲେ ଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟରେ ବିବାଦ ତେଜିଛି । କାରଣ ଭାରତୀୟ  ଦଳ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାକୁ ଇଂଲଣ୍ଡ ପହଞ୍ଚିବାର ୨୪ ଘଣ୍ଟା ନପୁରୁଣୁ ବିସିସିଆଇ ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଗୁରୁବାର ଏ ସମ୍ପର୍କରେ ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ ଘୋଷଣା କରିଛନ୍ତି । ଟିମ୍ ଇଣ୍ଡିଆର ବର୍ତ୍ତମାନ କୋଚ ଅନିଲ କୁମ୍ବଲେଙ୍କୁ ଚୁକ୍ତି ଶେଷ ହେବାକୁ ଯାଉଛି ।
  କୁମ୍ବଲେଙ୍କ ତତ୍ୱାବଧାନରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବାରୁ ତାଙ୍କ  ସହ ଚୁକ୍ତି ମିଆଦ ବୃଦ୍ଧି ହେବା ଭଳି ଲାଗୁଥିଲା । କିନ୍ତୁ ବିସିସିଆଇ ପକ୍ଷରୁ ନୂଆ କୋଚ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ କୁମ୍ବଲେ ଓ ବିସିସିଆଇ ମଧ୍ୟରେ ତିକ୍ତତା ଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ସୂଚନାଯୋଗ୍ୟ କୁମ୍ବଲେଙ୍କ କାର୍ଯ୍ୟକାଳ  ଚାମ୍ପିଅନ୍ସ ଟ୍ରଫି ପରେ ଶେଷ ହେବାକୁ ଯାଉଛି । ଅପର ପକ୍ଷରେ ଜୁନ ପହିଲାରୁ  ୧୮ ତାରିଖ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ  । ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ବିଜୟୀ ହୋଇ ଟ୍ରଫି ନିଜ ପାଖରେ ରଖିବ ବୋଲି ଆଶା କରାଯାଉଛି ।
  ଖେଳାଳିଙ୍କ ଦରମା ବୃଦ୍ଧି ନେଇ ଦାବି କରୁଥିବା କୁମ୍ବଲେଙ୍କ ଉପରେ ବୋର୍ଡ ଅସନ୍ତୁଷ୍ଟ ଅଛି । ମିଡିଆରେ ଜାରି ପ୍ରେସ ରିଲିଜରେ ବୋର୍ଡ କହିଛି ଯେ  ଭାରତୀୟ ପୁରୁଷ ଦଳର ମୁଖ୍ୟ କୋଚ୍ ପଦ ପାଇଁ ଯୋଗ୍ୟ ଆଶାୟୀଙ୍କୁ ଡକାଯାଉଛି । ଏହା ବ୍ୟତୀତ କୋଚ ଚୟନ ନେଇ ନିରପେକ୍ଷ ଓ ପାରଦର୍ଶୀ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ କମିଟି ଅଫ ଆଡମିନିଷ୍ଟ୍ରେଟର୍ସ(ସିଓଏ)ର ଏକ ସଦସ୍ୟ ଓ ପରାମର୍ଶଦାତା କମିଟିର ସଦସ୍ୟ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣ ଚୟନ ପ୍ରକି୍ରୟା ଉପରେ ନଜର ରଖିବେ  । ସୂଚନାଯୋଗ୍ୟ,କୋଚ୍ ଭାବେ କୁମ୍ବଲେଙ୍କ କାର୍ଯ୍ୟକାଳରେ ୱେଷ୍ଟଇଣ୍ଡିଜ୍,ନୁ୍ୟଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିରୋଧରେ ଟେଷ୍ଟ ସିରିଜ ଜିତିବା ସହ ଆଇସିସି ଟେଷ୍ଟ ମାନ୍ୟତାର ଏକ ନମ୍ବର ଦଳ ହୋଇଛି । ଏହା ବ୍ୟତୀତ ସୀମିତ ସିରିଜରେ ଦଳ ନୁ୍ୟଜିଲାଣ୍ଡ ଓ ଇଂଲଣ୍ଡକୁ ପରାଜିତ କରିଥିଲା । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିସିସିଆଇର ଏଭଳି ନିଷ୍ପତ୍ତି ଦଳୀୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଇ ପାରେ ବୋଲି କ୍ରିକେଟ୍ ସମୀକ୍ଷକ  ମତ ଦେଇଛନ୍ତି  ।

ONA

Leave a Reply

Top