You are here
Home > Breaking News > କୁନ୍ଦୁଲୀ ଗଣଦୁଷ୍କର୍ମ ମାମଲାରେ ଦୁଷ୍କର୍ମ ପ୍ରମାଣର ଖବର ପ୍ରସାରଣ କରିଥିବା ସାମ୍ବାଦିକଙ୍କୁ ଜେରା କରାଯିବା ଓ ରିପୋର୍ଟର୍ ସୋର୍ସ ଜଣାଇବାକୁ କ୍ରାଇମ ବ୍ରାଞ୍ଚ ତରଫରୁ ବାଧ୍ୟ କରାଯିବା ଘଟଣା ନିନ୍ଦନୀୟ – ଧର୍ମେନ୍ଦ୍ର ପ୍ରଧାନ

କୁନ୍ଦୁଲୀ ଗଣଦୁଷ୍କର୍ମ ମାମଲାରେ ଦୁଷ୍କର୍ମ ପ୍ରମାଣର ଖବର ପ୍ରସାରଣ କରିଥିବା ସାମ୍ବାଦିକଙ୍କୁ ଜେରା କରାଯିବା ଓ ରିପୋର୍ଟର୍ ସୋର୍ସ ଜଣାଇବାକୁ କ୍ରାଇମ ବ୍ରାଞ୍ଚ ତରଫରୁ ବାଧ୍ୟ କରାଯିବା ଘଟଣା ନିନ୍ଦନୀୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କୁନ୍ଦୁଲୀ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ଫରେନସିକ ଲାବ ରିପୋର୍ଟରେ ଦୁଷ୍କର୍ମ ପ୍ରମାଣର ପ୍ରସାରଣ କରିଥିବା ସାମ୍ବାଦିକଙ୍କୁ ଜେରା କରାଯିବା ଓ ରିପୋର୍ଟର୍ ସୋର୍ସ ଜଣାଇବାକୁ କ୍ରାଇମ ବ୍ରାଞ୍ଚ ତରଫରୁ ବାଧ୍ୟ କରାଯିବା ଘଟଣା ନିନ୍ଦନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ, “ଗଣତନ୍ତ୍ର ଅନୁସନ୍ଧାନମୂଳକ ସାମ୍ବାଦିକତା ପାଇଁ ସ୍ୱାଧୀନତା ଦେଇଛି । ଦୋଷୀକୁ ଧରିବା ପରିବର୍ତ୍ତେ ସତ୍ୟକୁ ସାମନାକୁ ଆଣିଥିବା ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ ହରକତ କରିବା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ । ”

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, “ଆତ୍ମହତ୍ୟା ପୂର୍ବରୁ ସଂପୃକ୍ତ ପୀଡ଼ିତା ରାଜ୍ୟର ଖୋଦ ଡ଼ିଜିଙ୍କ ନାମରେ ଅଭିଯୋଗ ଆଣିଥିଲେ । ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ପୀଡ଼ିତା ଓ ତାଙ୍କ ପରିବାର ସାର୍ବଜନୀନ ଭାବେ ବୟାନ ଦେଇଛନ୍ତି ।”

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, “ପୀଡ଼ିତାଙ୍କ ସୁଇସାଇଡ଼ ନୋଟକୁ ପୋଲିସ ନଷ୍ଟ କରି ଦେଇଥିବା ପରି ପରିବାର ତରଫରୁ ଅଭିଯୋଗ ମଧ୍ୟ ହୋଇଛି । ଏପରି ସ୍ଥଳେ ସାମ୍ବାଦିକଙ୍କ ପ୍ରତି ଆକ୍ରୋଶମୂଳକ ଭାବନା ରଖିବା ପରିବର୍ତ୍ତେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଅତ୍ୟନ୍ତ ଜରୁରୀ । ”

More from my site

ONA

Leave a Reply

Top