You are here
Home > Breaking News > କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିବେ ଧର୍ମେନ୍ଦ୍ର: ସୋମବାର ଠାରୁ କେନ୍ଦ୍ରମନ୍ତୀଙ୍କ କୋରାପୁଟ ଗସ୍ତ

କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିବେ ଧର୍ମେନ୍ଦ୍ର: ସୋମବାର ଠାରୁ କେନ୍ଦ୍ରମନ୍ତୀଙ୍କ କୋରାପୁଟ ଗସ୍ତ

ଭୁବନେଶ୍ୱର: ଆସନ୍ତା ସୋମବାର ଦିନ କୋରାପୁଟ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ଓଡ଼ିଶାର ସୀମାନ୍ତ ଗାଁ କୋଟିଆ ଗ୍ରାମକୁ ଯିବା ସହ କୁନ୍ଦୁଲୀ ଯାଇ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିବେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଗସ୍ତ ସମୟରେ କୋଟିଆର ସାଧାରଣ ଜନତାଙ୍କ ସହ ସିଧା କଥା ହେବା ସହିତ ସେମାନଙ୍କ ସୁବିଧା-ଅସୁବିଧା ପଚାରି ବୁଝିବେ ।

ବହୁଚର୍ଚ୍ଚିତ କୁନ୍ଦୁଲୀ ଗରଦୁଷ୍କର୍ମ ମାମଲାରେ ଆତ୍ମହତ୍ୟା କରିଥିବା ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିବେ । ଶ୍ରୀ ପ୍ରଧାନ କୋରାପୁଟର ଏହି ଗସ୍ତ ସମୟରେ ସବୁ ବର୍ଗର ଲୋକମାନଙ୍କ ସହ ସିଧା ଦେଖା ହେବା ସହିତ ସେମାନଙ୍କର ସୁବିଧା-ଅସୁବିଧା ପଚାରି ବୁଝିବେ ବୋଲି ସୂତ୍ରରୁ ପ୍ରକାଶ ।

ONA

Leave a Reply

Top