You are here
Home > ବଡ଼ଖବର > କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆମôହତ୍ୟା ଘଟଣା : ଏସ୍ଆଇଟି କରିବ ତଦନ୍ତ

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆମôହତ୍ୟା ଘଟଣା : ଏସ୍ଆଇଟି କରିବ ତଦନ୍ତ

ଭୁବନେଶ୍ବର :କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆମôହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ବେଶ୍ ଉଷ୍ମ ହୋଇପଡ଼ିଥିବା ବେଳେ ଆଜି ଘଟଣା ସଂପର୍କରେ ଏସ୍ଆଇଟି (ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍)ତଦନ୍ତ କରିବ ବୋଲି ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ଚଚ୍ର୍ଚିତ ମାମଲାର ବିଚାର ବିଭାଗୀୟ ତଦନ୍ତ ନିଦ୍ର୍ଧେଶ ପୂର୍ବରୁ ଦିଆ ସରିଥିବା ବେଳେ ଏବେ କ୍ରାଇମ୍ବ୍ରାଞ୍ଚ୍ ମଧ୍ଯ ତଦନ୍ତ ଜାରି ରଖôଛି। ତେବେ ଗତ ୪ ମାସ ଧରି ଏହି ମାମଲା ରାଜ୍ୟରେ ବ୍ୟାପକ ଚଚ୍ର୍ଚାର ବିଷୟ ହେବା ସେଙ୍ଗ ସେଙ୍ଗ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଆଜି ଘୋଷଣା ହୋଇଥିବା ଏସ୍ଆଇଟି ଟିମ୍ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରିବ ବୋଲି ମୁଖ୍ୟମନ୍ରୀ କହିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖô ସରକାର ଏସ୍ଆଇଟି ତଦନ୍ତ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି। ଏସ୍ଆଇଟି ତଦନ୍ତ ନେଇ ମୁଖ୍ୟମନ୍ରୀ କହିଛନ୍ତି େଯ କୁନ୍ଦୁଲି ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ କରାଯାଉଛି ଓ ହାଇକୋର୍ଟଙ୍କ ଦ୍ବାରା ମନୋନୀତ ଜଣେ ବିଚାରପତିଙ୍କ ଦ୍ବାରା ବିଚାର ବିଭାଗୀୟ ତଦନ୍ତ ପାଇଁ ଅନୁରୋଧ କରାଯାଇଛି। ତେବେ ନାବାଳିକାଙ୍କ ମୃତୁ୍ୟ ପରେ ଘଟଣାର ଗୁରୁତ୍ବ ଦୃଷ୍ଟିରୁ ଓ ରାଜ୍ୟର ସମସ୍ତ ମହିଳାମାନଙ୍କ ସୁରକ୍ଷାକୁ ଆଖô ଆଗରେ ରଖô ଏକ ସ୍ବତନ୍ର ତଦନ୍ତକାରୀ ଟିମ୍ ଗଠନ କରାଯିବ। ଏହି ଟିମ୍ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ହାଇକୋର୍ଟରେ ସରକାର ପ୍ରାର୍ଥନା କରିବେ ବୋଲି ମୁଖ୍ୟମନ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। କୁନ୍ଦୁଲିର ନାବାଳିକା ଗଣଦୁଷ୍କର୍ମ ମାମଲା େଯତିକି ରହସ୍ୟମୟ ହୋଇପଡ଼ିଥିଲା ‘ଗଣଦୁଷ୍କର୍ମ’ ଘଟଣାର ସାଢ଼େ ତିନି ମାସ ପରେ ପୀଡ଼ିତାଙ୍କ ଆମôହତ୍ୟା ଏହି ମାମଲାକୁ ଭିନ୍ନ ମୋଡ଼ ଦେବା ସହ ଅଧିକରୁ ଅଧିକ ରହସ୍ୟମୟ ଓ ବିବାଦୀୟ ହୋଇପଡ଼ିଛି। ଆଗକୁ ବିଜେପୁର ନିର୍ବାଚନ ଥିବାରୁ ସରକାର କୌଣସି ରିସ୍କ୍ ନେବାକୁ ଚାହୁଁନାହାନ୍ତି। ପୀଡ଼ିତାଙ୍କ ଆମôହତ୍ୟା ପରେ ପୁଲିସ୍ ଓ କ୍ରାଇମବ୍ରାଞ୍ଚ୍ ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଉଲ୍ଲେଖେଯାଗ୍ୟ, ଟିମ୍ ଗଠନ ପରେ ମାମଲା ସମ୍ପର୍କିତ ସମସ୍ତ ରେକର୍ଡ ଏସ୍ଆଇଟିକୁ ହସ୍ତାନ୍ତର ପାଇଁ ମଧ୍ଯ ନିଦ୍ର୍ଧେଶ ଦିଆଯାଇଛି। ‘ଏସ୍ଆଇଟି ତଦନ୍ତ କ’ଣ କରିବ?’ ଅପରପକ୍ଷରେ ଏସ୍ଆଇଟି ତଦନ୍ତ କ’ଣ କରିବ ବୋଲି ପୀଡ଼ିତାଙ୍କ ବଡ଼ବାପା ଆଜି ଗଣମାଧ୍ଯମ ସାମ୍ନାରେ ପ୍ରଶ୍ନ କରିଛନ୍ତି। ‘ସିବିଆଇ ତଦନ୍ତ ହେଲେ ଘଟଣାର ପଦ୍ର୍ଧାଫାସ୍ ହୋଇପାରିବ ଓ ପ୍ରକୃତ ଅଭିଯୁକ୍ତ ଗିରଫ ହୋଇପାରିବ। ଆଜି ଯାଏ କ୍ରାଇମବ୍ରାଞ୍ଚ୍ କାହାରିକୁ ଧରିପାରିଲା ନାହó। ପୁଣି ସରକାର ଏସ୍ଆଇଟି ଗଠନକଲେ କୌଣସି ଲାଭ ହେବ ନାହ ବରଂ ସିବିଆଇ ତଦନ୍ତ ହେଲେ କ୍ଷୀର ପାଣି ଅଲଗା ହୋଇଯିବ। ଆମ ଝିଅକୁ ନ୍ୟାୟ ମିଳିବ।’ ସୂଚନାେଯାଗ୍ୟ, କୁନ୍ଦୁଲି ଘଟଣାରେ ଜାତୀୟ ମାନବାଧିକାର କମିଶନ୍ଙ୍କ ଦୁଇଟି ଟିମ୍ ଏବେ ଖୋଳତାଡ଼ ଜାରି ରଖôଛି। ଗୋଟିଏ ଟିମ୍ ଡିଏସପି ରବି ସିଂଙ୍କ ନେତୃତ୍ବରେ ଓ ଅନ୍ୟ ଏକ ଟିମ୍ କୋରାପୁଟ ସର୍କିଟ୍ ହାଉସ୍ରେ ତଦନ୍ତ ଚଳାଇଥିବା ସୂଚନା ମିଳିଛି। ତା’ଛଡ଼ା ଜାତୀୟ ଅନୁସୂଚୀତ ଜାତି କମିଶନ୍ ମଧ୍ଯ ଘଟଣାର ତଦନ୍ତ ନିମନ୍ତେ ଗଠନ କରିଥିବା ଟିମ୍ ଆସନ୍ତା ୧୧ ତାରିଖରେ ଓଡ଼ିଶା ପହଞ୍ଚôବ।

ONA

Leave a Reply

Top