You are here
Home > Breaking News > କୁନ୍ଦୁଲିକୁ ନେଇ ରାଜନୀତି ତେଜିଲା: “ଗଣମାଧ୍ୟମର କଣ୍ଠରୋଧ କରାଯାଉଛି” ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ

କୁନ୍ଦୁଲିକୁ ନେଇ ରାଜନୀତି ତେଜିଲା: “ଗଣମାଧ୍ୟମର କଣ୍ଠରୋଧ କରାଯାଉଛି” ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ/ଭୁବନେଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଗସ୍ତ କରିଛନ୍ତି । କୋରାପୁଟର କୁନ୍ଦୁଲି ଯାଇ ଆତ୍ମହତ୍ୟା କରିଥିବା କୁନ୍ଦୁଲି ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଥଲେ । ତେବେ କୁନ୍ଦୁଲି ଗସ୍ତପରେ ଧର୍ମେନ୍ଦ୍ର ଦୋଷୀ ଏପର୍ଯ୍ୟନ୍ତ ଧରାନପଡ଼ିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

କୁନ୍ଦୁଲିକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ୍ ସରଗରମ ହେବାରେ ଲାଗିଛି । ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଏହି ଚର୍ଚ୍ଚିତ ମାମଲା ଏବେ ଆହୁରି ଚର୍ଚ୍ଚିତ ହେବାରେ ଲାଗିଛି । କୁନ୍ଦୁଲି ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଆଜି ଗଣମାଧ୍ୟକୁ କହିଛନ୍ତି ଦୀର୍ଘ ୬ମାସ ବିତି ଯାଇଥିଲେ ମଧ୍ୟ କୁନ୍ଦୁଲି ପୀଡ଼ିତାଙ୍କ ଦୋଷୀକୁ ଧରିବାରେ ବିଫଳ ହୋଇଛି ରାଜ୍ୟ ସରକାର । ଏହି ମାମଲାର ରିପୋର୍ଟିଂ କରୁଥିବା ଓଟିଭି ପ୍ରତିନିଧିଙ୍କୁ କ୍ରାଇମବାଞ୍ଚ ଜେରା କରିବା ଠିକ୍ ହୋଇନି । ଦୋଷୀକୁ ଧରିବା ପରିବର୍ତ୍ତେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି ଶ୍ରୀ ପ୍ରଧାନ ।

ତେବେ କେନ୍ଦ୍ରମନ୍ତ୍ରୀଙ୍କ କୁନ୍ଦୁଲି ପରିଦର୍ଶନରେ ବିଜେଡ଼ି କହିଛି, ଏହି ପ୍ରସଙ୍ଗର ଆଲୋଚନା କରିବା ପ୍ରାସଙ୍ଗିକ ନୁହେଁ । ଆଇନ ତା ବାଟରେ ଚାଲିଛି । ତଦନ୍ତ ରିପୋର୍ଟ ଅନୁସାରେ ଏହି ମାମଲା ସରକାର ଦାୟିତ୍ୱତାର ସହିତ ଗୁରୁତ୍ୱ ପ୍ରଦାନ କରୁଛି ।

ONA

Leave a Reply

Top