You are here
Home > ଲାଟେଷ୍ଟ > କୁଆପଥର ବୃଷ୍ଟି ସହ ପ୍ରବଳ ବର୍ଷା ସମ୍ଭାବନା: ୧୦ଟି ଜିଲ୍ଲାକୁ ସତର୍କ ସୂଚନା

କୁଆପଥର ବୃଷ୍ଟି ସହ ପ୍ରବଳ ବର୍ଷା ସମ୍ଭାବନା: ୧୦ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକା ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୧୦ଟି ଜିଲ୍ଲାରେ ପବନ ବହିବା ସହିତ କୁଆପଥର ବୃଷ୍ଟି ଆଶଙ୍କା । ୫୦ରୁ ୬୦ କିମି ବେଗରେ ପବନ ବହିବା ସହିତ କେତେକ ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ପାରିପାଗ କର୍ତ୍ତୃପକ୍ଷ ।

ତେବେ ଯେଉଁସବୁ ଜିଲ୍ଲାଗୁଡ଼ିକ ଲାଗି ସତର୍କ ସୂଚନା ଦିଆଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର ଓ ଜଗତସିଂହପୁର । କାଳବୈଶାଖୀ ସମୟରେ ଘରୁ ନବାହାରିବାକୁ ପରାମର୍ଶ କରିଛନ୍ତି ପାଣିପାଗ ବିଭାଗ ।

ତେବେ ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ପ୍ରତିଦିନ ବଢି ବଢି ଚାଲିଛି । ଗତକାଲି ସୋନପୁର ସହରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ଡ଼ିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ତାପମାତ୍ରା ସାମନ୍ୟ ହ୍ରାସ ଘଟି ୪୦.୫ ଡ଼ିଗ୍ରୀରେ ରହିଥିଲା । ସେହିପରି ଗତକାଲି ଭୁବନେଶ୍ୱରରେ ୩୭.୧ ଏବଂ କଟକରେ ଗତକାଲି ୩୬.୫ ଡ଼ିଗ୍ରୀରେ ରହିଥିଲା ।

ONA

Leave a Reply

Top