You are here
Home > ବିଶେଷ > କିଡନୀ ରୋଗ

କିଡନୀ ରୋଗ

କିଡନୀ ବା ବୃକକ୍ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହା ଶରୀରରୁ ରକ୍ତ ସଫା କରି ପରିଶ୍ରା ତିଆରି କରିବା କାର୍ଯ୍ୟ କରିଥାଏ । ଏହାସହ ଶରୀରରେ ପାଣିର ମାତ୍ରା ସନ୍ତୁଳନ ରଖିବା, ଶରୀରର ବର୍ଯ୍ୟବସ୍ତୁ ନିଷ୍କାସନ, ରକ୍ତଚାପ ନିୟନ୍ତ୍ରଣ, ଶରୀରରେ ରକ୍ତ ଶୁଦ୍ଧ କରିବା ସହିତ ରକ୍ତ କଣିକା ଗଠନ ପାଇଁ ଆବଶ୍ୟକ ହରମୋନ ଇରିଥ୍ରୋ ପ୍ରୋଟିନ ତିଆରି କରିବା, ହାଡ ମଜବୁତ କରିବା ପାଇଁ ଭିଟାମିନ ଡି ତିଆରି କରିବା ଏବଂ ଅମ୍ଳ ଏବଂ ଖାରର ସନ୍ତୁଳନ ରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଏ । ତେବେ ଏହି କିଡନୀରେ ମଧ୍ୟ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ଥାଏ । ଆଉ ସେ ସବୁ ରୋଗ ମଧ୍ୟ ଆକ୍ୟୁଟ ଓ କ୍ରୋନିକ ଡିଡନୀ ରୋଗ ଅନ୍ୟତମ । ତେବେ ଏହି ରୋଗ କଣ ଓ ଏହାର ନିରାକରଣ କଣ ଆସନ୍ତୁ ଜାଣିନେବା…

ଆକ୍ୟୁଟ କିଡ୍ନୀ ରୋଗ: ଯଦି କିଡନୀ କୌଣସି କାରଣ ବଶତଃ ଅଚାନକ କିଛି ଘଣ୍ଟାରୁ ୩ ମାସ ପର୍ଯ୍ୟନ୍ତ କମ କିମ୍ବା ପୁରା କାମ କରିବା ବନ୍ଦ କରିଦିଏ, ତାହାକୁ ଆମେ ଆକ୍ୟୁଟ କିଡନୀ ରୋଗ କହିଥାଉ ।
ଆକ୍ୟୁଟ କିଡନୀ ରୋଗର କାରଣ, ଲକ୍ଷଣ ଓ ନିରାକରଣ
♦ ମ୍ୟାଲେରିଆ, ଝାଡାବାନ୍ତି, ହଇଜା, ସାପ କାମୁଡିବା, ନେଫ୍ରାଇଟିସ, ସେପଟିସିମିଆ ଆଦି ରୋଗରୁ ଆକ୍ୟୁଟ କିଡନୀ ରୋଗ ହୋଇଥାଏ ।
♦ ଏହି ରୋଗ ହେବା ଦ୍ୱାରା ପରିଶ୍ରା କମିଯିବା, ଗୋଡ ମୁହଁ ଫୁଲିବା ଓ ରକ୍ତରେ କ୍ରିୟେଟିନିନ ୟୁରିଆର ମାତ୍ରା ବୃଦ୍ଧି ହୋଇଥାଏ ।
♦ ତେବେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଏବଂ ଖାଦ୍ୟପେୟରେ ସନ୍ତୁଳନ ରଖିଲେ ଏହି ରୋଗରୁ ମୁକ୍ତି ମିଳିପାରିବ ।
କ୍ରୋନିକ ଡିଡନୀ ରୋଗ: କିଡନୀ ରୋଗ ତିନିମାସରୁ ଅଧିକ ରହିଲେ ତାହାକୁ କ୍ରୋନିକ କିଡନୀ ରୋଗ କୁହାଯାଏ । ଏହାଫଳରେ ରୋଗୀର ଦୁଇଟି ଯାକ କିଡନୀ ସଂକୁଚିତ ହୋଇଯାଏ ଏବଂ କାମ କରିବା ବନ୍ଦ କରିଦିଏ । ଯାହାକୁ କୌଣସି ଔଷଧ, ଅସ୍ତ୍ରୋପ୍ରଚାର କିମ୍ବା ଡାୟାଲିସିସ୍ ଦ୍ୱାରା ମଧ୍ୟ ଠିକ କରାଯାଇପାରେ ନାହିଁ । କ୍ରୋନିକ ଡିଡନୀ ରୋଗର ପ୍ରଥମ ଅବସ୍ଥାରେ ସଠିକ ଔଷଧ କିମ୍ବା ଖାଇବାରେ ସନ୍ତୁଳନ ରଖି ରୋଗର ମାତ୍ରା କମାଯାଇପାରେ ।
କ୍ରୋନିକ କିଡ୍ନୀ ରୋଗର କାରଣ, ଲକ୍ଷଣ ଓ ନିରାକରଣ
♦ ଯଦି ଆପଣଙ୍କୁ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ବଂଶଗତ କିଡନୀ ରୋଗ, ନେଫ୍ରାଇଟିସ ଏବଂ ଆପଣ ବହୁଦିନ ଧରି ପେନ୍ କିଲର ଖାଉଥ।।ନ୍ତି । ତାହେଲେ ଆପଣଙ୍କୁ କ୍ରୋନିକ ଡିଡନୀ ରୋଗ ହୋଇପାରେ ।
♦ ଏହ ରୋଗ ହେବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିବା ବିଶେଷ କରି ରାତ୍ରି ସମୟରେ, ଶୋଇକି ଉଠିବା ବେଳେ ସକାଳେ ଆଖି ପତା ଫୁଲିଯିବା, କମ ବୟସରେ ଉଚ୍ଚ ରକ୍ତଚାପ ହେବା, ଭୋକ କମ ଲାଗିବା, ବାନ୍ତି ଲାଗିବା ଓ ମୁଣ୍ଡ ବିନ୍ଧିବା, ଅଳସୁଆ ଲାଗିବା, କିଛି ବାଟ ପାଦରେ ଚାଲିବା ଦ୍ୱାରା ଶ୍ୱାସକ୍ରିୟା ଗତି ବଢିଯିବା ଏବଂ ଶୀଘ୍ର ଥକିଯିବା, ପରିଶ୍ରା ଅଳ୍ପ ମାତ୍ରାରେ ଆସିବା, ପରିଶ୍ରା କରିବା ସମୟରେ ପୋଡିବା ଏବଂ କଷ୍ଟ ହେବା, ପରିଶ୍ରାରେ ରକ୍ତ ଆସିବା, ପାଦ ଓ ଅଣ୍ଟାରେ ବ୍ୟଥା ହେବା ଆଦି ଲକ୍ଷଣ ଦେଖାଯାଇଥାଏ ।
♦ କ୍ରୋନିକ ଡିଡନୀ ରୋଗକୁ ଔଷଧ ଦ୍ୱାରା, କିଡନୀ ପ୍ରତିରୋପଣ ଏବଂ ଡାୟାଲିସିସ ଦ୍ୱାରା ଭଲ କରିହେବ ।

ONA

Leave a Reply

Top