You are here
Home > ପଲିଟିକ୍ସ > କାଲିଠୁ ମାଟ୍ରିକ ପରୀକ୍ଷା : ୬ ଲକ୍ଷ ୮ ହଜାର ୫୩ ଜଣ ପରୀକ୍ଷାର୍ଥୀ , କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା

କାଲିଠୁ ମାଟ୍ରିକ ପରୀକ୍ଷା : ୬ ଲକ୍ଷ ୮ ହଜାର ୫୩ ଜଣ ପରୀକ୍ଷାର୍ଥୀ , କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା

ଭୁବନେଶ୍ବର : କାଲିଠୁ ମାଟ୍ରିକ ପରୀକ୍ଷା ।  ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ଯାଇସାରିଲାଣି ପ୍ରଶ୍ନପତ୍ର ।  ଏଥର ୨ ହଜାର ୮୧୮ଟି ସେଣ୍ଟରରେ ପରୀକ୍ଷା ଦେବେ ୬ ଲକ୍ଷ ୮ ହଜାର ୫୩ ଜଣ ପରୀକ୍ଷାର୍ଥୀ । ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା ସେଣ୍ଟର ପ୍ରସ୍ତୁତ ଥିବା ବେଳେ ପରୀକ୍ଷାରେ ଭଳ କରିବାକୁ ଛାତ୍ରଛାତ୍ରୀ ଦିନ ରାତି ଏକ କରି ଦେଇଛନ୍ତି ।

ପରୀକ୍ଷାର୍ଥୀ ପ୍ରସ୍ତୁତ, ପରୀକ୍ଷା କେନ୍ଦ୍ର ବି ପ୍ରସ୍ତୁତ । ଜୀବନର ଏକ ବଡ ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ସାରିଛନ୍ତି ମାଟ୍ରିକ୍‌ ପରୀକ୍ଷାରେ ବସିବାକୁ ଯାଉଥିବା ଛାତ୍ରଛାତ୍ରୀ ।  କାଲି ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ । ଏଥିପାଇଁ ଗୁରୁବାର ଠାରୁ ନୋଡାଲ ସେଣ୍ଟର ଗୁଡ଼ିକରୁ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି ପ୍ରଶ୍ନପତ୍ର । ସାରା ରାଜ୍ୟର ୬ ଲକ୍ଷ ୮ ହଜାର ୫୩ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ହୋଇଛି ୨ ହଜାର ୮୧୮ଟି ସେଣ୍ଟର । ୩୦୨ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ର ଗୁଡିକରେ  କଡା ସୁରକ୍ଷା ବ୍ୟବସ୍ଥାରେ ରହିବ ପ୍ରଶ୍ନପତ୍ର।  ସେଣ୍ଟର ଗୁଡ଼ିକରେ ସିସିଟିଭି ଲଗାଇବାକୁ ବି ନିର୍ଦ୍ଦେଶ ରହିଛି ।  କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା ହୋଇଛି। ଜିଲ୍ଲାସ୍ତରରେ ୫୮ଟି, ବୋର୍ଡ ସ୍ତରରେ ୩୭ଟି, ପ୍ରତି ଜୋନ୍‌ରେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ ହୋଇଛି ।  ସକାଳ ୮ଟାରୁ ସେଣ୍ଟରର ଗେଟ୍ ଖୋଲିବ । ସାଢେ ୮ରେ ଓଏମଆର ସିଟ୍ ଓ ୮ଟା ୪୫ରେ ପ୍ରଶ୍ନପତ୍ର ଦିଆଯିବ। ୯ଟାରୁ ସାଢେ ୧୧ଟା ଯାଏଁ ଉତ୍ତର ଲେଖିବାର ସମୟସୀମା ରହିଛି । ପରୀକ୍ଷା ହଲ୍‌କୁ କେବଳ ଆଡମିଟ କାର୍ଡ, ପେନ୍ ଓ ପେନସିଲ ନେଇ ଯିବାର ଅନୁମତି ମିଳିବ । କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି ।  ଏଥର ପ୍ରଥମଥର ପାଇଁ ଅଧ୍ୟାପକମାନଙ୍କୁ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବ ଦିଆଯାଇଛି । ଗ୍ରୀଷ୍ଣ ପ୍ରବାହକୁ ନଜରରେ ରଖି ସେଣ୍ଟରଗୁଡ଼ିକୁ ପର୍ଯ୍ୟାପ୍ତ ଥଣ୍ଡା ପାଣି ବନ୍ଦୋବସ୍ତ ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସୁବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।

ONA

Leave a Reply

Top