You are here
Home > ଲାଟେଷ୍ଟ > କଳିଙ୍ଗ ଷ୍ଟାଡିୟମର ସ୍ଥିତି ସମୀକ୍ଷା କଲେ ଡିଜିପି

କଳିଙ୍ଗ ଷ୍ଟାଡିୟମର ସ୍ଥିତି ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୧ରୁ ୧୦ ପର୍ଯ୍ୟନ୍ତ ୱାର୍ଲଡ୍‌ ହକି ଲିଗ୍‌ ଅନୁଷ୍ଠିତ ହେବ । ପୋଲିସ ଡିଜି ଆର.ପି.ଶର୍ମା ଷ୍ଟାଡିୟମ୍‌ର ସ୍ଥିତି ସମୀକ୍ଷା କରିଛନ୍ତି । ଖେଳ ସମୟରେ ଖେଳାଳିଙ୍କ ସୁରକ୍ଷା ନେଇ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସମୀକ୍ଷା ପରେ ଡିଜିପି ସୂଚନା ଦେଇଛନ୍ତି । ଏଥିରେ ୮ଟି ଦେଶ ଭାଗ ନେବେ । ସମୀକ୍ଷା ପରେ ଡିଜିପି କହିଛନ୍ତି ଯେ ଖେଳାଳିମାନେ ହୋଟେଲରେ ରହିବା ବ୍ୟବସ୍ଥା ସହ ହୋଟେଲରୁ ଷ୍ଟାଡିୟମ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଷ୍ଟାଡିୟମରେ ୯ ହଜାର ଦର୍ଶକଙ୍କ ପାଇଁ ସୁବିଧା ରହିଥିବାବେଳେ ୬ ଟି ଗେଟ ଦେଇ ଦର୍ଶକମାନେ ଆସିବାର ବ୍ୟବସ୍ଥା କରାଯାଇଛି । ସନ୍ଦେହ ଜନକ ଜିନିଷକୁ ଷ୍ଟାଡିୟମ୍‌କୁ ଛଡ଼ା ଯିବ ନାହିଁ । ଏହା ସହିତ ଷ୍ଟାଡିୟମ ଭିତରେ ପାର୍କିଂ ପାଇଁ ସ୍ୱଳ୍ପ ସ୍ଥାନ ରହିଥିବାବେଳେ ଷ୍ଟାଡିୟମ ବାହାରେ ବ୍ୟବସ୍ଥା କରାଯିବ ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ଡିଜିପି କହିଛନ୍ତି । ଡିଜିପିଙ୍କ ସହ ପୋଲିସ କମିଶନର ୱାଇ ବି ଖୁରାନିଆଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଓ କ୍ରୀଡା ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ ।
ONA

Leave a Reply

Top