You are here
Home > ଲାଟେଷ୍ଟ > କଳିଙ୍ଗ ଷ୍ଟାଡିୟମରେ ଟିକେଟକୁ ନେଇ ଉତ୍ତେଜନା

କଳିଙ୍ଗ ଷ୍ଟାଡିୟମରେ ଟିକେଟକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ଆଗାମୀ ଜୁଲାଇ ୫ରୁ ୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସିଆନ୍  ଆଥଲେଟିକ୍ସ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ଏଦୃଷ୍ଟିରୁ ଉଭୟ ଅନଲାଇନ୍ ଓ ୩ଟି କାଉଣ୍ଟର ମାଧ୍ୟମରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ୫ ତାରିଖ ଉଦଘାଟନୀ ଉତ୍ସବ ଦେଖିବା ପାଇଁ କାଉଣ୍ଟରରେ ଟିକେଟ୍ ନଥିବାରୁ ଉତ୍ତେଜନା ଦେଖାଦେଇଛି । କଳିଙ୍ଗ ଷ୍ଟାଡିୟମର ୬ ନମ୍ବର କାଉଣ୍ଟର ପାଖରେ ଆଜି ଉତ୍ତେଜନା  ପ୍ରକାଶ ପାଇଥିଲା । ଟିକେଟ୍ ନପାଇ ଦର୍ଶକମାନେ ହୋହାଲ୍ଲା କରିଥିଲେ । ଷ୍ଟାଡିୟମ କର୍ତ୍ତୃପକ୍ଷ ଟିକେଟ୍ ନାହିଁ ବୋଲି କହିବାରୁ ଉତ୍ତେଜନା ଆହୁରି ବଢ଼ିଥିଲା ।
  ଗତ ସେମାବାରଠୁ କଳିଙ୍ଗ ଷ୍ଟାଡିୟମ ସମେତ ପଲ୍ ହାଇଟ୍ସ ସମ୍ମୁଖ ସ୍ପୋର୍ଟ୍ସ ଏମ୍ପୋରିୟମ ଏବଂ ସହିଦ ନଗରର ଲ୍ୟାଣ୍ଡସ୍କେପ୍ ହଲିଡେଜ୍ଠାରେ ମଧ୍ୟ କାଉଣ୍ଟର ଖୋଲାଯାଇଛି । ଉଦଘାଟନୀ ଉତ୍ସବ ସହ ପ୍ରତିଯୋଗିତାର ଚାରିଦିନ ନିମନ୍ତେ ଟିକେଟ ଦାମ୍ ୫୦ ଟଙ୍କା ରଖାଯାଇଛି । ଗତ ଶୁକ୍ରବାର ଠାରୁ ଅନଲାନ୍ରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ।
  ବୁଧବାର ୩ଟି ଯାକ ଟିକେଟ୍ କାଉଣ୍ଟର ଖୋଲିବା ପୂର୍ବରୁ ଦର୍ଶକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । କାଉଣ୍ଟର ଖୋଲିବା ପରେ ଉଦଘାଟନୀ ଉତ୍ସବ ନିମନ୍ତେ ଦର୍ଶକ ଟିକେଟ ଡିମାଣ୍ଡ କରିଥିଲେ । କିନ୍ତୁ ଟିକେଟ ଉପଲବ୍ଧ ନଥିବା ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ କଳିଙ୍ଗ ଷ୍ଟାଡିୟମର ୬ ନମ୍ବର ଗେଟ ସମ୍ମୁଖରେ ସୁରକ୍ଷାକର୍ମୀ ଓ ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତୀ ହୋଇଥିବା ଦେଖିବାକୁ ମିଳିଛି । ଉଦଘାଟନୀ ଉତ୍ସବ ନିମନ୍ତେ ୨୦ ହଜାର ଟିକେଟ ବିକ୍ରି ହେବାର ବ୍ୟବସ୍ଥା ହୋଇଛି । ପ୍ରଥମ ଦିନ ମାତ୍ର ୫୦୦ ଟିକେଟ ବିକ୍ରି ହୋଇଥିଲା । ସେହିଭଳି ଦ୍ୱିତୀୟ ଦିନ ଟିକେଟ୍ ବିକ୍ରି ଅନୁରୂପ ରହିଥିଲା । ତେବେ ତୃତୀୟ ଦିନ କାଉଣ୍ଟର ଖୋଲିବା ପରେ ହଠାତ୍ ଏତେ ପରିମାଣର ଟିକେଟ କିଭଳି ବିକ୍ରି ସିରିଗଲା ବୋଲି ଦର୍ଶକ ଅଭିଯୋଗ କରିଛନ୍ତି । ଏପରିକି ଟିକେଟ ବ୍ଲାକ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ONA

Leave a Reply

Top