You are here
Home > ଲାଇଫ୍ ଷ୍ଟାଇଲ୍ > କଳା ଝିଅଙ୍କ ପାଇଁ ବିୟୁଟି ଟିପ୍ସ

କଳା ଝିଅଙ୍କ ପାଇଁ ବିୟୁଟି ଟିପ୍ସ

ଋଙ୍ଗ କମ୍ ଅର୍ଥାତ କଳା ରଙ୍ଗର ଝିଅ ମାନେ ବେଳେ ବେଳେ ନିଜର ରଙ୍ଗକୁ ନେଇ ମନ ଉଣା କରିଥାନ୍ତି । ସେମାନେ ଅନ୍ୟମାନଙ୍କ ତୁଳନାରେ କମ ସୁନ୍ଦର ବୋଲି ଭାବିଥାନ୍ତି । ତେବେ ଏଥିରେ ମନ ଉଣା କରିବାରେ କିଛି ନାହିଁ । ନିଜର ତ୍ୱଚାର ଯତ୍ନ ନେବା ସହ କିଛିଟା ଟିପ୍ସ ଆପଣେଇଲେ ଆପଣ ବି ଅନ୍ୟମାନଙ୍କ ପରି ଆକର୍ଷଣୀୟ ଓ ସ୍ମାର୍ଟ ଲାଗିବେ…
  ଗୋଟିଏ ପାତ୍ରରେ ୨ ଚାମଚ କ୍ଷୀର, ୨ ଚାମଚ ବେସନ, ଅଧା ଚାମଚ ହଳଦୀ, କିଛି ଲେମ୍ବୁ ରସ ମିଶାଇ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚାରେ ଲଗାଇ ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ ତ୍ୱଚାରେ ଚମକ ଆସିବ ।
   ଗୋଟିଏ ଚାମଚ କ୍ଷୀରରେ କିଛି ଲେମ୍ବୁ ରସ ଓ ମହୁ ମିଶାଇ ଚେହେରାରେ ଲଗାନ୍ତୁ । କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ ।
   ଦୁଇ ଚାମଚ ଦହିରେ ଟମାଟୋ ରସ ଏବଂ ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାଇଲେ ତ୍ୱଚା ସଫା ହେବା ସହ ତ୍ୱଚାରୁ ସବୁ ପ୍ରକାର ଦାଗ ମଧ୍ୟ ଦୂର ହୋଇଥାଏ ।
   ଗୋରା ହେବା ପାଇଁ ପ୍ରତିଦିନ ଚେହେରାରେ ଆଳୁ ରସ ଲଗାନ୍ତୁ । ନଚେତ ଆଳୁ ରସରେ ଅଳ୍ପ ଲେମ୍ବୁ ରସ ମିଶାଇ ଲଗାଇ ପାରିବେ । ଏହାଦ୍ୱାରା ଆପଣଙ୍କ ତ୍ୱଚା ସଫା ହୋଇଯିବ ।
   ବାଦାମକୁ ରାତି ସାରା ପାଣିରେ ବତୁରାଇ ରଖନ୍ତୁ । ପରଦିନ ସକାଳେ ଏହାକୁ ପେଶି ଏଥିରେ ଅଳ୍ପ କ୍ଷୀର ମିଶାଇ ଲଗାଇଲେ ସୁଫଳ ମିଳିଥାଏ ।
   ବେସନ ଓ ହଳଦୀ ହେଉଛି ତ୍ୱଚା ପାଇଁ ସବୁଠୁ ଉତ୍ତମ ଉପାଦେୟ । ସପ୍ତାହକୁ ୨-୩ ଥର ବେସନ, ହଳଦୀ ମିଶ୍ରଣକୁ ତ୍ୱଚାରେ ଲଗାଇଲେ ତ୍ୱଚା ସଫା ପଡିଥାଏ ।
   ପାଚିଲା କଦଳୀକୁ ଚକଟି ତ୍ୱଚାରେ ଲଗାନ୍ତୁ । କିଛି ସମୟ ପରେ ଏହାକୁ ଘଷି ବାହାର କରନ୍ତୁ । ଏହାଦ୍ୱାରା ତ୍ୱାଚେରେ ଥିବା ମଇଳା ଅଂଶ ବାହାରି ଯାଇଥାଏ । ଫଳରେ ତ୍ୱଚା ସଫା ପଡିବା ସହ ଚମକ ଆସିଥାଏ ।
   ରାତିରେ ଶୋଇବା ପୂର୍ବରୁ ଚନ୍ଦନ ପାଉଡରରେ ଗୋଲାପ ଜଳ ମିଶାଇ ଲଗାନ୍ତୁ । ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ତ୍ୱଚା ନରମ ଏବଂ ସଫା ହୋଇଥାଏ ।
   କାକୁଡି ରସ ତ୍ୱଚା ପାଇଁ ଅତି ଉପକାରୀ । କାକୁଡି ରସ, ଅଳ୍ୁ ହଳଦୀ ଏବଂ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱାଚାରେ ଲଗାଇ ଧୋଇ ଦିଅନ୍ତୁ । ତ୍ୱଚା ସଫା ପଡିଯିବ ।
   ଫଳ ରସ ତ୍ୱଚା ପାଇଁ ସବୁଠୁ ଭଲ । ତେଣୁ ତ୍ୱଚାରେ ତରଭୁଜ ରସ, ଅଙ୍ଗୁର, ରସ, କମଳା ରସ, ସେଓ ରସ ଆଧି ଲଗାଇଲେ ଭଲ । ରସକୁ ଲଗାଇ ୧୦-୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ ।

ONA

Leave a Reply

Top