You are here
Home > ଗସିପ ଖବର > କଟକ : ହାଇଟେକ୍‌ ସଂପତ୍ତି ନିଲାମ ପାଇଁ କୋର୍ଟରେ ଆବେଦନ

କଟକ : ହାଇଟେକ୍‌ ସଂପତ୍ତି ନିଲାମ ପାଇଁ କୋର୍ଟରେ ଆବେଦନ

କଟକ : ହାଇଟେକ୍‌ର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ତଥା କଟକ ଏଡିଏମ୍‌ ରଘୁରାମ ଆର୍‌.ଆୟର ଡେଜିଗନେଟେଡ୍‌ କୋର୍ଟରେ ଆବେଦନ କରିଛନ୍ତି । ଓଡିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟରସ୍‌ (ଇନ୍‌ ଫାଇନାରେନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ୍‌)ର ଧାରା ୪(୩)ରେ କ୍ଷମତାପ୍ରାପ୍ତ ଅଧିକାରୀ ଏହି ଆବେଦନ କରିଛନ୍ତି। ଗତ ବର୍ଷ ହାଇଟେକ୍‌ର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ସଂକ୍ରାନ୍ତୀୟ ମଧ୍ୟବର୍ତ୍ତିକାଳୀନ ଆଦେଶନାମା(ଆଡ୍‌ ଇଣ୍ଟେରିମ୍‌ ଅର୍ଡର) ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇ ଏହି ସଂପତ୍ତିର ପରଚାଳନା ଭାର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ କ୍ରାଇମବ୍ରାଞ୍ଚ୍‌ ଅର୍ଥନୈତିକ ଅପରାଧ ଶାଖା ହାଇଟେକ୍‌ ସଂସ୍ଥା ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଦୁଇ ନିର୍ଦ୍ଦେଶକ ତିରୁପତି ଚୌଧୁରୀ ଓ ମଧୁସୂଦନ ପାଣିଗ୍ରାହୀଙ୍କ ନାଁରେ ପାଞ୍ଚଟି ମାମଲା ଦାୟର କରିଥିଲା। ଜମି ଦେବା ନାଁରେ ସାଧାରଣ ଜମାକାରୀଙ୍କ ଟଙ୍କା ହଡପ ନେଇ ଅଭିଯୋଗ ରହିଥିଲା। ଏହାପରେ ହାଇଟେକର କର୍ପୋରେଟ ଅଫିସ, ମେଡିକାଲ କଲେଜ, ଡେଣ୍ଟାଲ କଲେଜ, ନର୍ସିଂ କଲେଜ ଜମି ସହିତ ଅନ୍ୟାନ୍ୟ ସ୍ଥାନରେ ଥିବା ଜମି ଓ ବ୍ୟାଙ୍କ ଖାତା କ୍ରାଇମବ୍ରାଞ୍ଚ ଜବତ କରିଥିଲା। ଓପିଆଇଡି ଆଇନ ଅନୁସାରେ ହାଇଟେକର ଜବତ ସ୍ଥାବର ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ପାଇଁ କ୍ରାଇମବ୍ରାଞ୍ଚ୍‌ ଅର୍ଥ ବିଭାଗକୁ ଚିଠି ଲେଖିଥିଲା।

ONA

Leave a Reply

Top