You are here
Home > ଗସିପ ଖବର > କଟକରେ ନକଲି କାରଖାନା ଠାବ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

କଟକରେ ନକଲି କାରଖାନା ଠାବ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

କଟକ: କଟକ ବାଦାମବାଡି ଶଙ୍କରପୁର ଅଞ୍ଚଳରୁ ଶନିବାର ନକଲି କାରଖାନା ଠାବ ହୋଇଛି। ବିଭିନ୍ନ ନାମୀଦାମୀ କମ୍ପାନୀର ତେଲ, ଘିଅ, ଉଜାଲା, ଗୁଟଖା ଓ ବିଭିନ୍ନ ସାମଗ୍ରୀ ଆଦି କାରଖାନାରେ ପ୍ରସ୍ତୁତ ହେଉଥିଲା। କେବଳ ଜଣାପଡ଼ିବା ପାଇଁ ନକଲି ଘିଅରେ ୧୦ ପ୍ରତିଶତ ଘିଅ। ବାକି ୯୦ ପ୍ରତିଶତ ଘିଅ ନକଲି ଥିଲା ବା ସେଥିରେ ରାସାୟନିକ ସାମଗ୍ରୀ ମିଶୁଥିଲା। ବିଶେଷସୂତ୍ରରୁ ଖବର ପାଇ ବାଦାମବାଡି ପୋଲିସ ସେଠାରେ ଚଢାଉ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରାଉଚୁରା କରୁଛି।

ପୂର୍ବରୁ ମଧ୍ୟ ଗତ ୨୭ ତାରିଖରେ ମଧ୍ୟ କଟକ ପ୍ରଫେସରପଡ଼ା ଶଗଡ଼ିଆସାହିରେ ଚାଲିଥିବା ନକଲି ଘିଅ କାରଖାନାରେ କମିଶନରେଟ୍ ପୋଲିସ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଲେବୁଲ, ଡବା ଓ ଘଅ ତିଆରି ସରଞ୍ଜାମ ଆଦି ଜବତ କରିଥିଲା। କାରଖାନାରୁ ପ୍ରସ୍ତୁତ ନକଲି ଘିଅକୁ କଟକ ସହର ସମେତ ଅନ୍ୟ ପାଖାପାଖି ଅଞ୍ଚଳରେ ଷ୍ଟିକରିଂ କରି ବିକ୍ରି କରଯାଉଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଭୁବନେଶ୍ୱରରରୁ ମଧ୍ୟ କିଛି ମାସ ପୂର୍ବେ ନକଲି ଘିଅ ଓ ଡବା ତିଆରି କାରଖାନା ଠାବ ହୋଇଥିଲା ।

ONA

Leave a Reply

Top